ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ତୃତୀୟ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ

କୋକସରା,୨୯/୯- କୋକସରା ବ୍ଲକ ଲଡୁଗାଁ ସୁବର୍ଣ୍ଣ ଜୟନ୍ତୀ ଶାରଦୀୟ ଦୁର୍ଗାପୂଜା ଅବସର ରେ ଦଶ ଦିନାତ୍ମକ ଦୁର୍ଗାପୂଜା ର ତୃତୀୟ ଦିନରେ ମା ଦୁର୍ଗାଙ୍କ ବେଶ ରେ ଦର୍ଶନ ଦେଇଛନ୍ତି।ସୁନ୍ଦର ତୋରଣ ସହ ସୁସଜ୍ଜିତ ଆଲୋକ ରେ ଝଲସୁଛି ଲଡୁଗାଁ ସହର। ମନୋରଞ୍ଜନ ପାଇଁ ପ୍ରତିଦିନ ପଦ୍ମିନୀ ମଞ୍ଚ ରେ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ତୃତୀୟ ଦିନ ର ସାଂସ୍କୃତିକ ସନ୍ଧ୍ୟାରେ ଅଶୋକ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଲଡୁଗାଁ ର ବୟୋଜ୍ୟେଷ୍ଠ ନାଗରିକ ମୁରାରିଲାଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଥବିର ସାହୁ, ଚିତ୍ତରଞ୍ଜନ ଠାକୁର, ଶାରଳା ପ୍ରସାଦ ପାଢ଼ୀ, ନିରଞ୍ଜନ ଅଗ୍ରୱାଲ,ସତ୍ୟ ନାରାୟଣ ଚୌଧୁରୀ, ହେମନ୍ତ ଚନ୍ଦ୍ର ସାହୁ,ଗୁଣନିଧି ବାଗ, ଉପ ସଭାପତି କିଶୋର ଚନ୍ଦ୍ର ଦାସ ସାଂସ୍କୃତିକ ସମ୍ପାଦକ ମୋହନ ଚରଣ ଦାସ ଯୋଗ ଦେଇ ଲଡୁଗାଁ ସୁବର୍ଣ୍ଣ ଜୟନ୍ତୀ ଶାରଦୀୟ ଦୁର୍ଗାପୂଜା ର ପରମ୍ପରା ଭାଇଚାରା ଓ ଏକତା କୁ ଏମିତି ସବୁଦିନ ପାଇ ଅତୁଟ ରଖୁ ବୋଳି ମା ଙ୍କ ନିକଟରେ ପ୍ରାର୍ଥନା କରିଥିଲେ।ତୃତୀୟ ଦିନ ସନ୍ଧ୍ୟାରେ କୋକସରା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦେଶାତ୍ମବୋଧକ ନୃତ୍ୟ, ଘନାଗୁଡା ର ଘୁମୁରା, ଲୋଇସିଙ୍ଘା ର ବଜାଶାଲ,ଫୋକ ଡ୍ୟାନ୍ସ କୋଟପାଡ଼, ଚିଙ୍ଗା ଲାଲା ଡ୍ୟାନ୍ସ ଗ୍ରୁପ ଜୟପାଟଣା ରୁ ଆସିଥିବା କଳାକାର ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ମଞ୍ଚକୁ ଲଡୁଗାଁ କଲେଜ ର ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ଓ ପଙ୍କଜ ମୁଖ ଚୌଧୁରୀ ପରିଚାଳନା କରିଥିଲେ। ଲଡୁଗାଁ ପଞ୍ଚାୟତ ଡ୍ରାଇଭର ସଙ୍ଘ ର କର୍ମକର୍ତ୍ତା ମାନେ ବିଭିନ୍ନ ଛକରେ ରହି ଗାଡି ମୋଟର ଟ୍ରାଫିକ ନିୟନ୍ତ୍ରଣ ରେ ସହଯୋଗ କରିଥିଲେ।ସଞ୍ଜୟ ସିଙ୍ଘଲ, ଶ୍ରୀକାନ୍ତ ଶର୍ମା, ରବୀନ୍ଦ୍ର ନାରାୟଣ ଦାସ, ମନ୍ତୁ ଦାସ, ବିରେନ୍ଦ୍ର ନାରାୟଣ ଦାସ, ସୁରଞ୍ଜନ ଦାସ, ସନ୍ତୋଷ ଦାସ ସହଯୋଗ କରିଥିଲେ।

 

Related posts

ଘଷିପୁରା ଆଦର୍ଶ ବାଣିଜ୍ୟ ମେଳାରେ ପ୍ରବଳ ଭିଡ଼

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା କାଶତଣ୍ଡୀ

Sunil Chandra Nayak

ରାଜପୁରରେ ମା ଡୋକରି ଦେବୀଙ୍କ ଦଶହରା ଓ କୁମାରତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!