ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାର ରେ କାର୍ତିକସ୍ୱର ମେଳଣ ସମୟରେ ଅଘଟଣ

ବାଣ ଫୁଟି ଗୁରୁତର ହେଲେ ୩୦ ଉର୍ଦ୍ଧ୍ବ ମହିଳା ଓ ପୁରୁଷ

ଅବସ୍ଥାଗୁରୁତର ଦେଖି କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ୩୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ

 କେନ୍ଦ୍ରାପଡ଼ା // କେନ୍ଦ୍ରାପଡା ଜିଲ୍ଲା ବାଲିଆ ବଜାର ରେ କାର୍ତ୍ତିକେଶ୍ୱର ପୁଜା ମେଳଣ ସମୟରେ ରେ ବାଣ ଫୁଟାଉଥିବା ସମୟରେ ଅଘଟଣ । ବାଣ ଫୁଟି ୩୦ ଜଣ ରୁ ଉର୍ଦ୍ଧ୍ବ ଗୁରୁତ୍ୱର । ଗୁରୁତ୍ୱର ଙ୍କ ମଧ୍ୟରେ ଛୋଟପିଲା ଓ ମହିଳା ଅଛନ୍ତି । ବାଣ ଫୁଟାଉ ଥିବା ସମୟ ରେ ଅସାବଧାନତା ଯୋଗୁଁ ଏଭକି ଘଟଣା ଘଟିଥିଲା । ଯାହାକି ଏକାବେଳେ ତିନୋଟି ବାଣ ସଂଯୋଗ କରି ବାଣ ରେ ଅଗ୍ନି ସଂଯୋଗ କରାଯାଇଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଇଛି । ତେବେ ଆହତ ମାନ ଙ୍କୁ ବାଲିଆ ରୁ ପିକପ୍ ଗାଡି ଓ ଅନ୍ୟାନ୍ୟ ଗାଡ଼ିରେ ନିଆଯାଇଥିଲା । ପରେ ଆମ୍ବୁଲାନ୍ସ ପହଞ୍ଚି କି ମଧ୍ୟ ବହୁ ଗୁରୁତର ଙ୍କୁ କେନ୍ଦ୍ରାପଡା ମେଡ଼ିକାଲ ନେଇଥିଲା ।ଖବର ପ୍ରଚାର ହୋଇ ମେଡ଼ିକାଲ ଲୋକଙ୍କ ଭିଡଜମିଯାଇଥିଲା । ପରେ ଜିଲ୍ଲାପାଳ ଅମୃତ ଋତୁରାଜ ପହଞ୍ଚି ଗୁରୁତର ଅଧିକ ଚିକିତ୍ସା ପାଇଁ କଟକ ପଠାଇଥିଲେ । ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା ଓ ପୁର୍ବତନ ମନ୍ତ୍ରୀ ଗଣେଶ୍ବର ,ବିଧାୟକ ଶଶିଭୁଷଣ ବେହେରା , ରାଜେଶ ପଣ୍ଡା , ବିଜୁ ଯୁବ ଜନତାଦଳ ର ରାଜେଶ ଦାସ୍ ପ୍ରମୁଖ ରାଜନେତା ମେଡ଼ିକାଲ ରେ ପହଞ୍ଚି ଆହତଙ୍କୁ ପଚାରି ବୁଝିଛନ୍ତି ।

କେନ୍ଦ୍ରାପଡା ରୁ ବ୍ୟୁରେଚି଼୍ଫ ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ମସିହା ନ୍ୟୁଜ୍)

Related posts

ପୂଜ୍ୟଶ୍ରୀ ଶ୍ରୀ ଶ୍ରୀ ରବିଶଙ୍କର ଜୀଙ୍କ ଜନ୍ମଦିନ ମହୋତ୍ସବ ପାଳିତ 

ବେଣୁଧର ସୂତାର ଙ୍କ କବିତା ବିଶ୍ୱାସ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Sunil Chandra Nayak

Leave a Comment

error: Content is protected !!