ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ମ.ରାମପୁର,୨୫/୧୧(ମସୀହା): ମ.ରାମପୁର ତୁଜଙ୍ଗ ଗ୍ରାମ ନିକଟରେ ଗତକାଲି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ଜଣାଯାଇଛି l ମୃତକ ଜଣକ ହେଲେ ତୁଜୁଙ୍ଗ ଗ୍ରାମର ଯୋଗିନ୍ଦର ନାଗ ,ବୟସ ହେବ ୪୫ ବର୍ଷ ଉପରେ l ସେ ଜଣେ ଟେଲର ମାଷ୍ଟର l ପ୍ରାପ୍ତ ସୂଚନାରୁ ଜଣାଯାଇଛି ; ଗତକାଲି ସେ ମ.ରାମପୁର ରେ ଖୋଲିଥିବା ନିଜ ଟେଲର ଦୋକାନ ରୁ ରାତି ପାଖାପାଖି ୯ ଟା ରେ ନିଜ ଗାଁ ତୁଜୁଙ୍ଗକୁ ସାଇକେଲ ରେ ଯାଉଥିଲେ l ଏହି ସମୟ ମଧ୍ୟରେ ମ.ରାମପୁର – ରିଷିଡ଼ା ରାସ୍ତା ନିଜ ଗାଁ ପାଖାପାଖି ରେ ପଛପଟୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା l ଜୋରରେ ଗାଡ଼ି ମାଡ ଯୋଗୁଁ ସେ ରାସ୍ତାରୁ ଛିଟିକି ପଡ଼ି ପାଖରେ ଥିବା ବିଲ କଡ଼ରେ ରେ ପଡ଼ିଥିଲେ l ସାଇକେଲ ର ପଛ ଚକ ଭାଙ୍ଗି ଚୂର୍ ମାର ହୋଇ ଦୁର୍ଘଟଣା ସ୍ଥାନରୁ କିଛି ଦୂରରେ ପଡ଼ିଥିଲା l ଫଳରେ ତାଙ୍କୁ ଆଉ କେହି ରାତିରେ ଦେଖି ପାରିନଥିଲେ l ସେ ରାତିସାରା ସେହି ସ୍ଥାନରେ ପଡ଼ିଥିଲେ ଏବଂ ମୃତ୍ୟୁ ବରଣ କରିସାରିଥିଲେ l ସକାଳୁ ଲୋକେ ଦେଖି ପୁଲିସ କୁ ଖବର ଦେଇଥିଲେ l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି l ମୃତକ ଜଣକ ଅତି ଗରିବ ପରିବାର ହୋଇଥିବା ବେଳେ ସେ ଗୋଟିଏ ଛୋଟିଆ ଟେଲର ଦୋକାନ କରି ନିଜର ପାଞ୍ଚ ପ୍ରାଣୀ କୁଟୁମ୍ବ କୁ ଚଳାଉ ଥିଲେl ଏଣୁ ତାଙ୍କ ପରିବାରକୁ କ୍ଷତିପୂରଣ ଏବଂ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିଜୟା ଦଶମୀରେ ପ୍ରାର୍ଥନା 

Sunil Chandra Nayak

କବିତା ସଙ୍କଳନ’ ସ୍ନିଗ୍ଧ ଶିଶିର ‘ ଲୋକାର୍ପିତ

Sunil Chandra Nayak

କେୟାର ଇଣ୍ଡିଆ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!