ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢୀ ଙ୍କ କବିତା ଜୀବନର ବାଟ

ଜୀବନର ବାଟ

ତ୍ରିଲୋଚନ ପାଢୀ

 (ଶିକ୍ଷକ )
ଜୀବନର ବାଟ 
ଭାରି ଅଙ୍କାବଙ୍କା 
ବାଟ ସାରା ଖାଲଢିପ 
ଜୀବନ ବାଟରେ 
ଚାଲୁଥିଲା ବେଳେ 
କେବେ ସୁଖ ପୁଣି ଦୁଃଖ l 
ଜୀବନର ବାଟ 
ବଡ଼ କଣ୍ଟକିତ 
ଚାଲିଵା ଟା ବଡ଼ କଷ୍ଟ 
ସବୁ କଷ୍ଟ ସହି 
ବାଟ ଚାଲୁଥିଲେ 
କଷ୍ଟରୁ ମିଳନ୍ତି କୃଷ୍ଣ l 
ଜୀବନ ବାଟରେ 
ଚାଲୁଥିଲା ବେଳେ 
ମିଳିଥାନ୍ତି କେତେ ସାଥି 
ପରିବାର ଠାରୁ 
ବନ୍ଧୁ ପରିଜନ 
ସ୍ୱାର୍ଥରେ ବ୍ୟସ୍ତ ରୁହନ୍ତି l
ଭକ୍ତି ର ବାଟରେ 
ଭଗବାନ ପ୍ରାପ୍ତି 
ଲାଭ ହୁଏ ବିଭୁ କୃପା 
ଚାଲି ନଜାଣି ଯେ 
ବାଟ ଦୋଷ ଦିଏ 
ସିଏ ବଡ଼ ହତଭାଗା l
ସଂସାର ହାଟରେ 
ବାଟ ର ବାଟୋଇ 
କରୁଛେ ହାଟ ସଉଦା 
ହାଟ ଚାଲୁଥିବ
ବାଟ ସରିଯିବ 
ଏକା ଆସିଥିଲେ 
ଚାଲିଯିବା ଏକାଏକା ll 
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ :-ନନ୍ଦିଗ୍ରାମ 
ଭାୟା :-ନାଉଗାଁ ହାଟ 
ଜିଲ୍ଲା :-ଜଗତସିଂହପୁର 

Related posts

ଟେମରା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ଝାର କୁଣ୍ଡାମାଲ ଦଳ ଚାମ୍ପିୟନ

Sunil Chandra Nayak

ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ଉଦ୍‌ଘାଟନ ଆଜି

Sunil Chandra Nayak

କୋର୍ଟ ସମ୍ମୁଖରେ ପଡି ମୁଦଲାଙ୍କ ଗୋଡ ଭାଙ୍ଗିଲା

Sunil Chandra Nayak

Leave a Comment

error: Content is protected !!