Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ବାଟ by Sunil Chandra NayakNovember 25, 2022054 Share1 ” ବାଟ ” ଶ୍ଯାମା ପ୍ରସାଦ୍ ବୋଷ୍ ବାଟ ର ବାଟୋଇ ବାଟ ଚାଲୁ ଚାଲୁ ବାଟ କେବେ ସରିଯାଏ ବାଟ ଚାଲିବାରେ ଥକ୍କାପଣ ଯେତେ ବାଟ ଧାରେ ମେଣ୍ଟିଥାଏ । ବାଟ ଧାରେ ଯେବେ ବୃକ୍ଷ ମିଳିଯାଏ ତା ମୂଳେ ବିଶ୍ରାମ ନିଏ ଥକ୍କା ମିଣ୍ଟିଗଲେ ପୁନଃ ବାଟ ଚାଲେ ଗନ୍ତବ୍ୟ ପଥରେ ସିଏ । ବାଟ ତ ଅନେକ ପକ୍କା କଚ୍ଚା ଥାଏ ସହର ଠୁଁ ଗ୍ରାମ ଯାଏଁ ବିଲ ଗହୀର ରେ ନଦୀ ପୋଖରୀ ରେ ବାଟ ପୁଣି ଯାଇ ଥାଏ । ବାଟର ଧରମ ବାଟୋଇ କୁ ତାର ଗନ୍ତବ୍ୟ ରେ ପହଞ୍ଚାଏ ବାଟ ହୁଡିଗଲେ ଅବାଟେ ବାଟୋଇ ବଡ ହିନସ୍ତା ଯେ ପାଏ । ଧର୍ମ କର୍ମ ନେଇ ବାଟ ର ଭିନ୍ନତା ଦିଗ କୁ ସୂଚାଇ ଦିଏ ଯୋଗ୍ୟ ବାଟୋଇ ଟି ସୁ ବାଟ ଧରଇ ଅଯୋଗ୍ୟ କୁବାଟ ନିଏ । ଧର୍ମ କର୍ମ ଘେନି ଜୀବ ଆସେ ଯାଏ ବାଟ ସବୁ ଦେଖୁଥାଏ ନିରବରେ ବାଟ ଅଛି ମୁକସାକ୍ଷୀ କିଏ ଆସେ କିଏ ଯାଏ । ଗ୍ରାମ ବାଟ ଦେଇ ନୂଆ ହୋଇ କେତେ ଗ୍ରାମ କୁ ତ ଆସିଥାଏ ଶେଷେ ସେହି ଗ୍ରାମ ବାଟ ଦେଇ ପୁଣି ଶ୍ମସାନ ଭୂଇଁ କୁ ଯାଏ । କିଏ ପୁଣି ସେହି ଗ୍ରାମ ବାଟ ଦେଇ ସହର କୁ ଚାଲିଯାଏ ବାଟ ଭୁଲି ଯାଇ ଆଉ ଫେରେ ନାହିଁ ବାଟ ତାର ସାକ୍ଷୀ ଥାଏ । ବାଟ ଭୁଲି ଯିଏ ଅବାଟ ରେ ଯାଏ ତା ଜୀବନେ ଦୁଃଖ ଥାଏ ଅମଡା ବାଟରେ ଘାତ ପ୍ରତିଘାତେ କଷ୍ଟ ଓ ଯନ୍ତ୍ରଣା ପାଏ । ଅବାଟ ରେ କଣ୍ଟା ପାଦେ ଫୁଟି ଯାଇ ରକ୍ତ କେତେ ଝରିଥାଏ ଅବାଟ କୁ ଛାଡି ବାଟେ ଯିବା ପାଇଁ ସତର୍କ ସୂଚନା ଦିଏ । ପ୍ରତ୍ୟେକ କ୍ଷେତ୍ରରେ ବାଟ ରହିଅଛି ସୁ ବାଟ ଯେ ଆପଣାଏ ବାଟ ତାକୁ ନେଇ ଉତ୍ତମ ଲକ୍ଷ୍ୟରେ ଅବଶ୍ୟ ଯେ ପହଞ୍ଚାଏ । ଭକ୍ତି ର ବାଟରେ ଭଗବାନ ମିଳେ ବିଭୁ କୃପା ମିଳିଯାଏ ମୁକ୍ତି ର ମାର୍ଗ ରେ ବାଟ କୁ କଢାଏ ମୋକ୍ଷ ପ୍ରାପ୍ତି ହୋଇଥାଏ । ସଂସାର ବାଟରେ ସୁ ବାଟ କୁ ବାଟ ଉଭୟ ତ ପଡିଥାଏ । ସୁ ବାଟ ରେ ଗଲେ ଜୀବନ ସାର୍ଥକ କୁ ବାଟ ରେ ଦୁଃଖ ପାଏ । ଚାଲି ନଜାଣି ଯେ ବାଟ ଦୋଷ ଦିଏ ଅଧମ ଜନ ଟି ସିଏ ବାଟରେ ନଜର ରଖି ଚାଲେ ଯିଏ ଉତ୍ତମ ବାଟୋଇ ଟିଏ । ବାଟ ଭୁଲି ଯିଏ ଅବାଟ ରେ ଯାଏ ତାକୁ ବାଟ ମିଳିଯାଏ ଜାଣି ଶୁଣି ଯିଏ ଅବାଟ ରେ ଯାଏ ବହୁ ଦୁଃଖ କଷ୍ଟ ପାଏ । ଭଲ ମଣିଷ କୁ ବାଟ ଦେଖାଇଲେ ଭଲ ବାଟେ ଯାଏ ସିଏ ଖରାପ ମଣିଷ ଅବାଟ ରେ ଗଲେ ତାକୁ ଦେଖାଇବ କିଏ ? । ଶ୍ଯାମା ପ୍ରସାଦ୍ ବୋଷ୍ ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ