ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନ୍‌ରେ ୧,୦୯୪ କୋଟି ଭାଟ୍ ଆଦାୟ: ପେଟ୍ରୋଲରୁ ୮୬୧ କୋଟି, ମଦରୁ ୨୩୪ କୋଟି

ପ୍ରଫେସନାଲ୍‌ ଟିକସ ରାଶି ୨୪ କୋଟି….

ଓଡ଼ିଶାରେ ଜୁନ୍ ମାସରେ ମଦ ଓ ‌ପେଟ୍ରୋଲରୁ ଭାଟ୍ ବାବଦରେ ୧୦୯୪.୩୩ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁନରେ ଏବାବଦରେ ୭୧୧.୧୫ କୋଟି ଟଙ୍କା ଆଦାୟ ହୋଇଥିଲା। ଅର୍ଥାତ୍ ଗତବର୍ଷ ଜୁନ୍ ତୁଳନାରେ ଚଳିତବର୍ଷ ଜୁନରେ ଭାଟ୍ ଆଦାୟ ରାଶି ଓଡ଼ିଶାରେ ୫୩.୮୮ ପ୍ରତିଶତ ବୃଦ୍ଧି ପାଇଛି। ୧୦୯୪.୩୩ କୋଟି ଟଙ୍କାର ଭାଟ୍‌ରୁ ପେଟ୍ରୋଲିୟମ ଉତ୍ପାଦ ଉପରୁ ୮୬୦.୫୭ କୋଟି ଟଙ୍କା ଏବଂ ମଦରୁ ୨୩୩.୭୬ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁନରେ ରାଜ୍ୟ ସରକାର ଭାଟ୍ ବାବଦରେ ପେଟ୍ରୋଲିୟମ ଉତ୍ପାଦ ଉପରୁ ୫୮୫.୫୮ କୋଟି ଟଙ୍କା ଏବଂ ମଦରୁ ୧୨୫.୫୬ କୋଟି ଟଙ୍କା ଆଦାୟ କରିଥିଲେ।

ପ୍ରଫେସନାଲ୍‌ ଟିକସ ଆଦାୟ ରାଶି ମଧ୍ୟ ବଢ଼ିବାରେ ଲାଗିଛି। ଚଳିତବର୍ଷ ଜୁନରେ ଓଡ଼ିଶାରେ ଏହି ଟିକସ ବାବଦରେ ୨୩.୬୬ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଜୁନରେ ଉକ୍ତ ରାଶି ୧୮.୭୬ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷରେ ଜିଏସଟି ପରିସରକୁ ୧୦୪୮୫ ଜଣ ନୂଆ ଟିକସଦାତା ଆସିଛନ୍ତି। ଏଥିସହିତ ଜୁନ ମାସରେ ୧୫.୩୩ ଲକ୍ଷ ଇ-ୱେ ବିଲ୍ ସୃଷ୍ଟି କରାଯାଇଛି, ଯାହାକି ଗତବର୍ଷ ଜୁନରେ ୧୩.୪୮ ଲକ୍ଷ ରହିଥିଲା। ରିଟର୍ଣ୍ଣ ଫାଇଲ ଯେଭଳି ଅତିକମ୍‌ରେ ୯୦ ପ୍ରତିଶତ ରହିବ ସେଥିପାଇଁ ବାଣିଜ୍ୟ କର ଓ ଜିଏସଟି କମିସନର ସୁଶୀଲ କୁମାର ଲୋହାନୀ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସବୁ ସନ୍ଦିଗ୍ଧ ଏବଂ ବଡ଼ ଟିକସଦାତାଙ୍କ ରିଟର୍ଣ୍ଣ ଯାଞ୍ଚ କରିବା ସହିତ କୌଣସି ଅନିୟମିତତା ନଜରକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଚଳିତବର୍ଷ ଜୁନରେ ରାଜ୍ୟର ମୋଟ ଜିଏସଟି ଆଦାୟ ପରିମାଣ ୩୯୬୫.୨୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ୨୦୨୧ ଜୁନରେ ୨୯୯୯.୯୧ କୋଟି ଟଙ୍କା ରହିଥିଲା। ୩୯୬୫.୨୮ କୋଟି ଟଙ୍କାର ମୋଟ ଜିଏସଟିରେ ଓଡ଼ିଶାର ଜିଏସଟି ୧୨୪୭.୬୩ କୋଟି, ସିଜିଏସ୍‌ଟି ୧୦୬୩ କୋଟି, ଆଇଜିଏସଟି ୮୪୭.୯୩ କୋଟି ଏବଂ ସେସ୍ ବାବଦରେ ୮୦୬.୩୯ କୋଟି ଟଙ୍କା ଆଦାୟ ହୋଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରେମଶିଳା ବେହେରା ଙ୍କ କବିତା ହେ ଭଗବାନ

Sunil Chandra Nayak

ଦଡଦୁନ୍ଦୁ ଗ୍ରାମରେ ସଂଖ୍ୟାଲଘୁ ତରଫରୁ ସ୍ବାଧିନତା ଦିବସ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Sunil Chandra Nayak

ଗୋଳାମୁଣ୍ଡା ଠାରେ ସରପଞ୍ଚ ସଂଘର ଦ୍ବିତୀୟ ବୈଠକ 

Sunil Chandra Nayak

Leave a Comment

error: Content is protected !!