ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସଭା ସାଂସଦ ଙ୍କ ଲେଡି ଲାୟନ ଅନୁଷ୍ଠାନ ପରିଦର୍ଶନ

ରାଉରକେଲା/ ରାଜ୍ୟସଭା ସାଂସଦ ତଥା ପାର୍ଲାମେଣ୍ଟାରୀ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ସଦସ୍ୟା ମମତା ମାହାତୋ ଙ୍କ ରାଉରକେଲା ଗସ୍ତ ଅବସରରେ ଝିରପାଣି ସ୍ଥିତ ସାମାଜିକ ଅନୁଷ୍ଠାନ ଲେଡି ଲାୟନ ଅନୁଷ୍ଠାନକୁ ପରିଦର୍ଶନରେ ଯାଇଥିଲେ । ଅତିଥି ଶ୍ରୀମତୀ ମାହାତୋ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାମାଜିକ ପ୍ରତିବଦ୍ଧତା ରଖି ସମାଜରେ ଅବହେଳିତ ଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ମହିଳା ମାନେ ମାନସିକ ସ୍ତରରେ ଦୃଢ ହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିବା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ସେ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବନ୍ଦିତା ମାହାତୋ, ନବୀନ କୁମାର ମାହାତୋ, ସଂପାଦିକା ଇତିଶ୍ରୀ ଦାସ,ଚିଲିକା ସାହୁ,ସଂଧ୍ୟା ପରିଡା,ହେନା ନନ୍ଦ,ମାନସୀ ବାରିକ, ମଞ୍ଜରୀ ବାରିକ,ଧନମୟ ବିଷ୍ଟ,ରେଖା ଗୁପ୍ତା, ସ୍ନେହଲତା ପାତ୍ର,ମିତାଲି ମଣ୍ଡଳ,ଜାନକୀ ତନ୍ତୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ମାହାତୋ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକରେ ଆଶାର ଆଲୋକ ଭାବରେ ଦଣ୍ତାୟ ମାନ ଚାଞ୍ଚେର ମାଝୀ

Sunil Chandra Nayak

ମମତା ସାହୁ ଙ୍କ କବିତା ଦର ପୋଡ଼ା ହୃଦୟ

Leave a Comment

error: Content is protected !!