ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମର୍ମନ୍ତୁଦ ସଡକ ଦୁର୍ଘଟଣା

 ଧାନ ବୋଝେଇ ଟ୍ରକ୍ କୁ ଧକ୍କା ଦେଲା ବୋଲେରୋ ୪ ମୃତ ୭ ଗୁରୁତର।

ଭବାନୀ ପାଟଣା -:   କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରାଜ୍ଯ ରାଜପଥ ୨୧୭ ତୁର୍ଳାଖମନ ଠାରେ ଗତ କାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଗୁରୁତର ଆହତ ହୋଇଛନ୍ତି।ଏମାନେ ତିତକେଲା ଠାରୁ ପିପଲପଦର କୁ ବରଯାତ୍ରୀ ଯାଇ ବୋଲେରୋ ରେ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏକ ଧାନ ବୋଝେଇ ଟ୍ରକ ସହ ଧକ୍କା ହୋଇଯାଇଥିଲା।ଫଳରେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।୭ ଗୁରୁତର ଙ୍କୁ କେସିଙ୍ଗା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ହସ୍ପିଟାଲ କୁ ପଠାଯାଇଛି।ଗୁରୁତର ଆହତ ଏକ ଛୁଆ କୁ ବୁର୍ଲା ମେଡ଼ିକାଲ କୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମୃତକ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି।ବୋଲେରୋ ରେ ସମୁଦାୟ ୧୧ ଜଣ ଥିଲେ ବୋଲି ଜଣାପଡ଼ିଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣା ର ତଦନ୍ତ କରୁଛି। ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ ।

Related posts

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ଚନ୍ଦନ ସେନାପତି, ୧୫-୧୧ ଭୋଟରେ ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ପରାସ୍ତ କଲେ

Sunil Chandra Nayak

ସମାଜର ବିକାଶ ପାଇଁ ବିଜ୍ଞାନକୁ କେବଳ ଭାରତ ବ୍ୟବହାର କରିପାରିବ -ରାଜ୍ୟପାଳ

Sunil Chandra Nayak

ରାଉରକେଲା – ସାହିତ୍ୟଘର ସହରର ଚରିତ୍ର ସହ ସଂପର୍କର ସେତୁ …..

Leave a Comment

error: Content is protected !!