ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିନ୍ମୟୀ ସାହୁ ଙ୍କ କବିତା ବିଘ୍ନହର ବିଘ୍ନରାଜ

ବିଘ୍ନହର ବିଘ୍ନରାଜ

       

              ଚିନ୍ମୟୀ ସାହୁ

ଅଗ୍ରପୂଜ୍ୟ ଗଜାନନହେ
ଗୈାରୀପୁତ୍ର ଗଣେଶ
ବିଦ୍ୟା-ବୁଦ୍ଧି-ସିଦ୍ଧି ଦାତାହେ
ଘଟରୂପୀ ବିଘ୍ନେଶ।
ଲମ୍ବୋଦର ପୀତ ଅମ୍ବରେ 
ଶୋହେ ତବ ଶରୀର
ବିଘ୍ନହର ବିଘ୍ନରାଜ ହେ
ଘେନ କୋଟି ଜୁହାର।
ଅଜ୍ଞାନ ଅନ୍ଧାର ନାଶ ହେ
ଜାଳି ଜ୍ଞାନର ଜ୍ୟୋତି।
ବରଦାନ ଦିଅ ହୃଦୟେ
ଥାଉ ତବ ଭକତି।
ରିଦ୍ଧି ସିଦ୍ଧି କାନ୍ତ ତୁମେ ଯେ
ଶୁଭ ଲାଭ ଦାୟକ
ମାତା ଆଜ୍ଞା ପାଳି ହୋଇଛ
ତୁମେ ଗଜମସ୍ତକ।
କପାଳେ ଚନ୍ଦନ ସିନ୍ଦୂର
ଗଳେ ଭୁଜଙ୍ଗ ହାର
ଭୋଜନରେ ପ୍ରିୟ ସର୍ବଦା
ସୁନ୍ଦର ନଟବର।
କରେ ଲଡୁ -ପାଶ- ଅଙ୍କୁଶ
ଘାଘୁଡିଯେ କଟିରେ
ଗଳେ ଉପବିତ ଧାରଣେ
ପାଦ ଶୋହେ ନୂପୁରେ।
ମନ୍ଦ ମନ୍ଦ ଚାଲି ସୁନ୍ଦର
ମୂଷିକବାହନରେ
ଭାଦ୍ରବ ଶୁକ୍ଳ ଚତୁର୍ଥୀରେ
ଆସର ମଞ୍ଚପୁରେ।
ଗଣପତି ଶିବସୁପୁତ୍ର
ଉମା ଜୀବନଧନ
ତବ ଆଗମନେ ସଂସାର
ହେଲା ଭକ୍ତିମଗନ।
ଜୟ ଗଣପତି ନାଦରେ
ଶୁଭଇ ଜୟଗାନ
ଉଲ୍ଲସିତ ପ୍ରତି ପରାଣ
ଆନନ୍ଦ ସବୁମନ।
ଲିଖନ ପଠନ ସ୍ଥଗିତ
ଲେଖନୀ ହୁଏ ପୂଜା
ଚାରିଆଡେ ତୁମ ଭକ୍ତିର
ଉଡ଼ଇ ଦେଖ ଧ୍ଵଜା।

ମୂଳିସିଂ, ସହର , ଜଗତସିଂହପୁର

Related posts

କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦେଲେ ମତଦାନ

Sunil Chandra Nayak

ଓଡ଼ିଆ ଭାଷା ବିକାଶ ମଞ୍ଚ ଦ୍ବାରା ଲେଲିନ ଜୟନ୍ତୀ ପାଳିତ

Sunil Chandra Nayak

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!