ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା କବି କଲମର ବଳ

  କବି କଲମର ବଳ

           ଅପର୍ତ୍ତି ସେଠୀ

ହେ ବନ୍ଧୁ !!
ତୁମେ ପାଖେଇଯାଅ,
ହଁ, ହଁ,ପାଖେଇ ଯାଅ,
ଆମେ ହେଇପାରୁ କେତୋଟି‌ କଙ୍କାଳ
କେବେ ନୋହୁଁ ଆମେ ଦୁର୍ବଳ,
ତଥାପିଧାଇଁଛୁ ଆମେ ଛିଡାଇଶୃଙ୍ଖଳ,
ନିର୍ଭୟ ଇଙ୍ଗିତ ପାଇଁ କବିଟିର‌।
ଅବଶ୍ୟ ଯୁଝିବାକୁ ହେବ
ଏଇ ରଣ କ୍ଷେତ୍ରେ,
ମନୋବଳ ଆମ ନିହାତି ଅତୁଟ।
ମିସାଇଲ୍ ବ୍ରହ୍ମୋସ‌ ଠାରୁବି କମ୍ ନୁହଁ
ସବ୍ୟସାଚୀର ଗାଣ୍ଡିବଠୁଁ ବି –
ଅଧିକରୁ ଅଧିକ ତୀକ୍ଷ୍‌ଣ,
ବେଶୀ ଲକ୍ଷ୍ଯଭେଦୀ‌ 
ବରଂ ଆହୁରି ସଶକ୍ତ।
କାନ୍ଧରେ ଆମର ଏକତାର ବଳ,
ପିଠିରେ ଆମର ସମ୍ପର୍କର‌ ତୁଣୀର,
ଭିନ୍ନ ଏକ କୁରୁକ୍ଷେତ୍ରେ ଉପସ୍ଥିତ ଆଜି
ନାଶିବାକୁ ଏ ଦୁର୍ଦ୍ଦିନ ଝଡ଼,
ରଖିବାକୁ ହେବ ନିଶ୍ଚେ 
କରିଥିବା ସେଇ ଭୀଷ୍ମପ୍ରତିଜ୍ଞାଆମର।
ହେ ଅନିଷ୍ଟକାରୀ ଭୂତାଣୁ ଗୁଡ଼ିକ !
କରୁଛୁ ଆହ୍ଵାନ,
ଶୁଭାରମ୍ଭେ ଫୁଙ୍କି ପ୍ରେମ ପଞ୍ଚଜନ୍ଯ‌
ଘୋଷଣା କରୁଛୁ‌ ଯୁଦ୍ଧ
ଦେଇ ପୁଣି ବୀରତ୍ଵ ଈଶାରା।
ସାବଧାନ ଦୁଷ୍ଟାଚାରୀ !
ପ୍ରେମ ଗୁଡାକୁ‌ ଆମର
ଅଦରରେ କରିଦେଲ ବିକ୍ରୀ,
ପୁଣି ପୋଷେ ପୋଷେ ରକ୍ତ
ଶୋଷିଛ‌ ଆମଠୁଁ।
ଅସୁଲ ହେବ କଡାଗଣ୍ଡାର ହିସାବ,
ମୂଲ୍ୟ ଦିଅ, ମୂଲ୍ୟ ଦିଅ,
ପଳାନ୍ତକ‌ଭାବେ ତୁମେ 
ଯାଅ ନାହିଁ ଡରି…..।।
ଆମେ ପରା କବିର‌୍ ସନ୍ତାନ,
କଲମର ଧାର ଆମ
ଶାଣୀତ ଖଡ୍‌ଗଠୁଁ ବି ତୀକ୍ଷ‌ଣ
ଆଉ ମୃତ୍ୟୁର କମାଣ,
ପୁଣି କୋଟି ଜ୍ଵଳନ୍ତ ଆଗ୍ନେୟଗିରିର
କୋଟି ଲାଭା ଉଦ୍‌ଗୀରଣ,
ନିମିଷେ ନେଇପାରୁ ଅନେକ ଜୀବନ
ପୁଣି ଦେଇପାରୁ ବିବସ୍ତ୍ରା‌ ଦ୍ରୌପଦୀର
ହଜିଲା ସମ୍ମାନ……।।
ଦିଅନାହିଁ ଛତ୍ରଭଙ୍ଗ ତୁମେ,
ପଛଘୁଞ୍ଚାନାହିଁ ପରା ବୀରର ଜାତକେ
ମର୍ମେ ମର୍ମେ ପୋଡ଼ି ମାରିବାକୁ,
କୋଟି ସୂର୍ଯ୍ୟ ତେଜ ଅଛି
କବିର୍ କଲମେ‌ ,
ଏହି କବିର୍‌ କଲମେ‌……।।।।।।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

ଶ୍ରୀଧର ସମର୍ଲିଆ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବିତରଣ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ ରେ ତବଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଏକତା ମହିଳା ଗୃପ ତରଫରୁ ଦାଣ୍ଡିଆନୃତ୍ୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!