ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ପ୍ରାଥମିକ କୃଷି ସମବାୟ ସମିତି ସଭାପତି ହେଲେ ବିରଞ୍ଚି ନାରାୟଣ ପଣ୍ଡା

କୋକସରା,୧୨ା୬-  (ମ ନି ସ  )  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦ ପାଇଁ ରବିବାର ନିର୍ବାଚନ ହୋଇଛି । ଏଥିରେ ସଭାପତି ଭାବେ ବିରଞ୍ଚି ନାରାୟଣ ପଣ୍ଡା ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗୋପିଚନ ନାଏକ, ତିଲୋତ୍ତମା ନାଏକ, ପ୍ରଦୀପ କୁମାର ସାହୁ, ହରିଶ୍ଚନ୍ଦ୍ର ନାଏକ, ମନୋଜ କୁମାର ଦାସ, ପ୍ରସନ୍ନ କୁମାର ବାରିକ, ପଞ୍ଚାନନ ବେଶ୍ରା, ଯମୁନା ମାଝି, ସୋନୁ ଅଗ୍ରୱାଲ, ଭିକାରୀ ଚରଣ ମାଝି, ନିତ୍ୟାନନ୍ଦ ମାଝି, ଫକିର ପୁଝାରୀ, ଏକାମ୍ବର ନାଏକ ଓ ଟିକିଚନ୍ଦ୍ର ଧ. ମାଝୀ ସଭ୍ୟ ଭାବରେ ମନୋନିତ ହୋଇଥିବା ସୂଚନା ମିଲିଛି । ଶ୍ରୀପଣ୍ଡା ସଭାପତି ହେବାପରେ ଚାଷି ମାନଙ୍କ ଧାନ କ୍ରୟ, ଟୋକନ ପ୍ରକ୍ରିୟା ଏବଂ ଚାଷୀଙ୍କ ବିଭିନ୍ନ ସମସ୍ୟାରେ ସ୍ୱଚ୍ଛତା ଆଣିବା ପାଇଁ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିରେ ନିର୍ବାଚନ ଅଧିକାରୀ ଭାବେ ଡୁଡୁକାଠେଙ୍ଗା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସହଦେବ ଭଏଁସାଲ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆମପାଣି ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ବିକାଶ ରଞ୍ଜନ ପଣ୍ଡା, ଡିଇଓ ହେମନ୍ତ ହଂସ ସମେତ ସମବାୟ ସମିତର କର୍ମଚାରୀ ପ୍ରମୂଖ ଉପସ୍ଥିତ ରହିଥିଲେ ।

Related posts

ରୀକ୍ଷିରାମ ମେହେର ଙ୍କ କବିତା ସଂଘର୍ଷ

Sunil Chandra Nayak

ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ହେଲେ ଜଳଧର ଉପସଭାପତି ହେଲେ ଭଗବତୀ

Sunil Chandra Nayak

ବାଃ ବାଃ ରେ ଚିକିତ୍ସାଳୟ ମୋ ସରକାର କୁ ଫୁ 

Sunil Chandra Nayak

Leave a Comment

error: Content is protected !!