ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସରକାରଙ୍କ UAS ପ୍ରଚଳନ କାର୍ଯ୍ୟକ୍ରମକୁ ବିରୋଧ

ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସରକାରଙ୍କ UAS ପ୍ରଚଳନ କାର୍ଯ୍ୟକ୍ରମକୁ ବିରୋଧ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ସମସ୍ତ ବିଦ୍ୟାଳୟରେ ସଠିକ୍ ଭିତ୍ତିଭୂମି ନଥିବାରୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଗତ ତା 25.03.2025 ପତ୍ର ସଂଖ୍ୟା -3658 ଦ୍ଵାରା ୟୁନିଫାଇଡ ଅଟୋମେସନ ସିଷ୍ଟମ୍ (UAS) କୁ ବିରୋଧ କରି ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଏକ ସଭା ଯାତ୍ରାରେ ବାହାରି ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ରାଜ୍ୟ ସରକାରଙ୍କ ଯଥା ଶିଘ୍ର ଆମ ଦାବି ମାନି ନିଅ ଭିତ୍ତିଭୂମି ନଥାଇ ସମସ୍ତ ଯୋଜନା କରି ଆମକୁ ଚାପ ପକାଅ ନାହିଁ ବୋଲି ଦାବି କରିଥିଲେ।ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚି ଏକ ସାତ ଦଫା ଦାବି ପତ୍ର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମଦନ ମୁଦୁଲିଙ୍କୁ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଶିକ୍ଷକ ସଂଘ ଆନ୍ଦୋଳନ କରି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ପ୍ରକାଶ କରିଛନ୍ତି।ଏହି ସମୟରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପ ସଭାପତି ସୁରେନ୍ଦ୍ର କୂଲଦୀପ, ନବରଙ୍ଗପୁର ଜିଲ୍ଲାର ଶିକ୍ଷକ ସଂଘ ସମ୍ପାଦକ, କୋରାପୁଟ ଜିଲ୍ଲା ଶିକ୍ଷକ ସଂଘ ଉପ ସଭାନେତ୍ରୀ ବୈଜନ୍ତୀମାଳା ଖୋସ୍ଲା, ଲକ୍ଷ୍ମୀପୁର ଶିକ୍ଷକ ସଂଘ ସଭାପତି ଦୟାନିଧି ଗରଡ଼ା, ଉପସଭାପତି ନିରଞ୍ଜନ ନାୟକ, ସୁକାନ୍ତି ସାହୁ,ସାମ୍ପାଦକ ତ୍ରୀନାଥ ମହାପାତ୍ର,ଏ. ରମେଶ କୁମାର, ବଳରାମ କନ୍ଧପାଣି, ଲାବନ୍ୟା ହଲୱା ଏବଂ ବ୍ଲକର ସମସ୍ତ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଣୁଧର ସୂତାର ଙ୍କ କବିତା ବୟସ ଯାଇଛି ହଜି

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ବୋଲବମ୍

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶଙ୍ଖା ଓ ସିନ୍ଦୁର

Leave a Comment

error: Content is protected !!