ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଫେରାର ଯୁବକ ଗିରଫ 

ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଫେରାର ଯୁବକ ଗିରଫ 

ଡାବୁଗାଁ, ୩୧/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଯୁବତୀଙ୍କୁ ଧର୍ଷଣ ମାମଲାର ଜଣେ ଯୁବକ ଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୮ ବର୍ଷୀୟ ଯୁବତୀ ଙ୍କୁ ୧. ୩.୨୪ ତାରିଖ ଦିନ ସନ୍ଧ୍ୟାରେ ଯୁବତୀ ଜଣଙ୍କ ଘରୁ ବାହାରକୁ ଯାଇଥିଲେ | ସେଠାରୁ କୋଡିଗାଁ ଥାନା ଅଧୀନ ବାଙ୍କୁଲି ଗ୍ରାମର ଶିବ ହରିଜନ (୨୬) ତାଙ୍କୁ ନେଇ କେଉଁ ଆଡେ ନେଇ ଚାଲି ଯାଇଥିଲେ | ରାତି ପର୍ଯ୍ୟନ୍ତ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଦ୍ୟ ପାଇ ନଥିଲେ | ପରେ ଜାଣିବାକୁ ପାଇଥିଲେ ଯେ ବାଙ୍କୁଲି ଗ୍ରାମର ଶିବ ହରିଜନ ତାଙ୍କ ଝିଅକୁ କେଉଁ ଆଡେ ନେଇ ଚାଲି ଯାଇଛି | ଯୁବକ ଜଣଙ୍କ ଯୁବତୀ ସହ ଶାରେରିକ ସମ୍ପର୍କ ରଖିଥିଲେ | କିଛି ଦିନ ଯୁବତୀ ଙ୍କ ସହ ଶାରେରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ଆଣି ତାଙ୍କ ଗ୍ରାମ ପାଖରେ ଛାଡି ଚାଲିଯାଇଥିଲେ | ଏହାପରେ ଯୁବତୀ ଜଣଙ୍କ ପରିବାର ଲିକଙ୍କୁ ସବୁ କଥା କହିଥିଲେ | ପରେ ୧୦.୩.୨୪ ତାରିଖ ଦିନ ପୀଡ଼ିତା ଜଣଙ୍କ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ୬୬/୨୪ ରେ ଏକ ମାମଲା ରୁଜୁ କରି ଦଦନ୍ତ ଚଳାଇଥିଲା | ସମ୍ପୃକ୍ତ ଯୁବକ ଜଣଙ୍କ ସେହି ଦିନ ଠାରୁ ଫେରାର ଥିଲେ | ଆଜି ଗୁରୁବାର ଉକ୍ତ ଯୁବକ ନିଜ ଗ୍ରାମକୁ ଫେରିଥିବା ପୋଲିସ ଖବର ପାଇ ବାଙ୍କୁଲି ଗ୍ରାମରେ ଚଢାଉ କରି ଶିବ ହରିଜନ କୁ ଗିରଫ କରି ଥାନା କୁ ଆଣିଥିଲେ | ପରେ ଶିବ ର ଡାକ୍ତରୀ ମାଇନା କରାଯାଇ ଗୁରୁବାର ଅପରାହ୍ନ ରେ କୋର୍ଟ ଚାଲାଣ କରାଯାଇଛି | ଥାନା ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ ମାମଲା ର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଟ୍ରକ ଚାଳକଙ୍କୁ ଦୁର୍ବୁତ୍ତ ମାନେ ଛୁରାମାଡ଼ କରି ନଗଦ ଟଙ୍କା ମୋବାଇଲ ଲୁଟ 

Sunil Chandra Nayak

ଡକ୍ଟରେଟ ଉପାଧି ପାଇଲେ ଇଂରାଜୀ ଅଧ୍ଯାପକ

masiha

ଧର୍ମଗଡ ରେ ସୁଭଦ୍ରା ସଚେତନତା କୁ ନେଇ ପଦଯାତ୍ରା 

masiha

Leave a Comment

error: Content is protected !!