ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜୟ ମା ଦୁର୍ଗା

ଜୟ ମା ଦୁର୍ଗା

ମାନଗୋବିନ୍ଦ ସ୍ବାଇଁ

ଆଜି ଦୁର୍ଗା ପୂଜା ମଣ୍ଡପ ଉପରେ
   ମା ମୂର୍ତ୍ତୀ ହୋଇ ସଜା
ଧୂପ ଦୀପ ଫୁଲ ଦେଇ ମନ୍ତ୍ର ପାଠ
    ହୁଳହୁଳି ଢୋଲ ବାଜା।
ସରବ ମନରେ ମାଆଙ୍କୁ ସ୍ମରଣ
     ଦୟାମୟୀ ଶାନ୍ତି ମାଆ
ବିପଦ ଆପଦେ ଠିଆ ହେଉ ଥିବୁ
   ଦେଉ ଥିବୁ ଜନ ସାହା।
ଦୁଃଖକୁ ନାଶନ ସୁଖକୁ ପ୍ରଦାନ
    ହସଦିଅ ଅନ୍ତେ ଭରି
ପ୍ରଫୁଲ୍ଲ କରିଦେ ଆନନ୍ଦ ଭରିଦେ
   ମୋ ଜୀବନ କାନ୍ତ ହରି।
ମୃଦଙ୍ଗ ବାଜୁଛି କାହାଳୀ ବାଜୁଛି
   ଶୁଭୁ ଅଛି ମା’ ର ତାଳି
ଜୟ ଧ୍ବନି ଶଦ୍ଦ ପ୍ରକଂପିତ ହୁଏ
       ପଡୁ ଅଛି ହୁଳହୁଳି।
ମା’ ଙ୍କ ଆଶିର୍ବାଦ ସଭିଙ୍କୁ ମିଳୁଛି
    ଶୁଦ୍ଧ ହୁଏ ଆମ ଦିନ
ଦର୍ଶନ କରିଲେ ମୁଖ୍ୟ ହେବି ବୋଲି
   ଲଗାଇଛି ମା’ ଚନ୍ଦନ।
ମାଆଙ୍କ ପ୍ରସାଦ ତୁଣ୍ଡେ ପାଇ ଗଲେ
    ପବିତ୍ର ହୁଏ ଜୀବନ
ଚନ୍ଦନ ବାସନା ମହକ ଦେଉଛି
    ମା’ ଦିଅ ଭକ୍ତି ଦର୍ଶନ।
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ମମତା ସାହୁ ଙ୍କ କବିତା ଶ୍ରୀ ଗଣେଶ ବନ୍ଦନା

Sunil Chandra Nayak

କୌଶଲ୍ୟା ଶିକ୍ଷା ପକ୍ଷରୁ ମହିଳା ଦିବସରେ ସଚେତନତା କଲେ ଛାତ୍ରଛାତ୍ରୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!