କୋକସରା,୦୪/୧୦-(ମ ନି ସ) ପାର୍ବଣ ରୁତୁରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା ଜଗତ ଜନନୀ, ଶାରଦୀୟ ଦୁର୍ଗାପୂଜା ସହ ଗାଁ ଗାଁରେ ଦେବାଦେବୀ ଙ୍କ ପୂଜାରେ ଉତ୍ସବ ମୁଖର ପୁରପଲ୍ଲୀ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶକ୍ତିପିଠ ରେ ମା ଙ୍କ ନିକଟରେ ରକ୍ତଭୋଗ ଲାଗି ହେଉଥିବା ବେଳେ କୋକସରା ବ୍ଲକ ଚିଲିଗୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସର୍ବମଙ୍ଗଳାଙ୍କ ଛତରଯାତ୍ରାରେ ମା’ଙ୍କୁ ରକ୍ତଭୋଗ ବଦଲରେ ଶୁକ୍ଳଭୋଗ ଧୂପ, ମନ୍ଦାରମାଲ କଦଳୀ, ମୁଆ, ନଡ଼ିଆ ଭାଙ୍ଗି ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ସର୍ବମଙ୍ଗଳାଙ୍କ ଛତରଯାତ୍ରା ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ମଧ୍ୟରାତ୍ରୀରେ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗୌନ୍ତିଆ ଘରକୁ ଆସିଥାନ୍ତି । ତା ପରଦିନ ଦେବୀଙ୍କ ପ୍ରତିମା ଛତର ରୂପରେ ଚିଲିଗୁଡ଼ାର ଗୌନ୍ତିଆ ବିନୋଦ ବିହାରୀ ସିଂ ଙ୍କ ଘରୁ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୂଖେ ବାହାରିଥାନ୍ତି । ଦେବୀଙ୍କ ଛତର ବାହାରିବା ପରେ ହଜାର ହଜାର ଶ୍ରଦ୍ଧାଳୁ ରାସ୍ତା କଡରେ ଠିଆ ହୋଇ ଦର୍ଶନ କରିବା ସହ ମାନସିକ କରନ୍ତି। ଦେବୀଙ୍କ ବିଜୟ ଛତର ଯାତ୍ରା ଗାଁ ପରିକ୍ରମା ସମୟ ରେ ଉତ୍ସବ ମୁଖର ହୋଇପଡେ ସାରା ଅଞ୍ଚଳ। ସାଂସ୍କୃତିକ ବନାବାଡି, ବୀରବାଦ୍ୟ ଘୁମୁରା, ନିଶାନ ବାଦ୍ୟ, ଆଞ୍ଚଳିକ ଲୋକନୃତ୍ୟ ଓ ଘଣ୍ଟୁଆଦଳ, ଆଦିବାସୀ ନୃତ୍ୟ କଳାକାର ମାନେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପରିବେଶରେ ମାଙ୍କୁ ପାଛୋଟି ନେଇ ମନ୍ଦିର ପର୍ଯ୍ୟନ୍ତ ବିରାଟ ପଟୁଆରରେ ପହଞ୍ଚାଇଥିଲେ। ମା ଙ୍କ ବିଜୟ ଛତର ଉପରେ ପାରା ଆସି ବସିବା ସହିତ ମା ଙ୍କ ସହ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ଯିବା ଦୃଶ୍ୟ କୁ ମା ଙ୍କ ଅଲୌକିକ ମହିମା ବୋଲି ଗବେଷକ ମାନେ ମତ ରଖନ୍ତି। ଛତର ପୀଠକୁ ପହଞ୍ଚିବା ପରେ ପୂଜାପାଠ ଆରମ୍ଭ ହୋଇଥିଲା। ପୂଜାପାଠ ସମୟରେ ଅନେକ ଅପୁତ୍ରୀକ ମହିଳାମାନେ ପୁତ୍ର ସନ୍ତାନ ପାଇଁ ଗୁହାରୀ କରିଥିଲେ । ବିଶ୍ୱାସ ରହିଛି ଯେ ଯେଉ ବିବାହିତ ଅପୁତ୍ରୀକ ମହିଳାମାନଙ୍କୁ ଗର୍ଭ ଧାରଣ ସମସ୍ୟା ରହିଛି ମା ଙ୍କ ଶରଣ ପଶିଲେ ବନ୍ଧ୍ୟା ଦୋଷ ରୁ ମୁକ୍ତ ହୁଅନ୍ତି। ଏହି ବିଶ୍ୱାସ କେଉଁ ଆବାହମାନନ କାଳରୁ ଚାଲି ଆସିଛି । ଯାହାରି ଫଳରେ ଶହଶହ ଅପୁତ୍ରିକ ମହିଳା ଦେବୀଙ୍କ ଠାରୁ ଆଶିର୍ବାଦ ନେବାକୁ ଆସିଥିଲେ ବୋଲି ଦେବୀ ପୂଜକ ମନ୍ଦିର ପୁଝାରୀ ଓ ମହିଳା ଭକ୍ତମାନେ ପ୍ରକାଶ କରିଛନ୍ତି । ଆସ୍ଥା ଓ ବିଶ୍ୱାସର ପ୍ରତୀକ ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ଅଞ୍ଚଳର ଭକ୍ତିମୟ ପରିବେଶ ଓ ଲୋକଙ୍କ ଅଗାଢ଼ ବିଶ୍ଵାସକୁ ପ୍ରମାଣିତ କରେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ ସମିତିସଭ୍ୟା ଗାୟତ୍ରୀ ପଣ୍ଡା ଯୋଗ ଦେଇଥିଲେ । ଚିଲିଗୁଡା ଠାରେ ଆୟୋଜିତ ଦେବୀ ସର୍ବମଙ୍ଗଳା ଦଶରା ପୁଜା ଓ ଛତର ଯାତ୍ରା କାର୍ଯ୍ୟକ୍ରମକୁ ଗ୍ରାମ୍ୟ ପୁଜା କମିଟି ସଭାପତି ଧର୍ମୁ ନାଗ, ସମ୍ପାଦକ ସୁଧିର ନିଆଲ, ଉପ ସଭାପତି ଜୟଶଙ୍କର ବେମାଲ , ସହ ସମ୍ପାଦକ ନରେନ୍ଦ୍ର ସିଂ, କୋଷାଧ୍ୟକ୍ଷ ଯୀତେନ୍ଦ୍ର ନିଆଲ, ଗାଁ ଗଉଁନ୍ତିଆ ବିନୋଦ ବିହାରୀ ସିଂ, ଦେବୀଙ୍କ ପୁଝାରୀ ମନଧର ପୁଝାରୀ, ଶିରା କୈଳାଶ ଚନ୍ଦ୍ର ସିଂ, ନରିଆ ଲୋକନାଥ ଗୋପାଳ, ଉପଦେଷ୍ଟା ମଣ୍ଡଳୀ ଓ ସଦସ୍ୟ ରଜନୀକାନ୍ତ ପଣ୍ଡା, ଅଭିମନ୍ୟୁ ଗୋପାଳ, ଧନେଶ୍ବର ଗୋପାଳ, ଦୈତାରୀ ବାରିକ, ଉତ୍ତମ କୁମାର ପଣ୍ଡା, ଅରୁଣ କୁମାର ସିଂ, ପଞ୍ଚାନନ ଗୋପାଲ, ମୁକ୍ରେଶ୍ୱର ନାଗ, ପ୍ରଶାନ୍ତ ସିଂ, ଶ୍ରୀବତ୍ସ ଗୋପାଳ, ପୁରୋହିତ ବେମାଲ,ଡମ୍ବରୁ ଶବର, ଭୂଜବଲ ପୁଞ୍ଜିଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।କୋକସରା ପୁଲିସ ପ୍ରଶାସନ, କୋକସରା ଡ୍ରାଇଭର ସଙ୍ଘର କର୍ମକର୍ତ୍ତା ମାନେ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ରହି ରାସ୍ତାରେ ଛତର ଯିବା ସମୟରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବାରେ ସହଯୋଗ କରିଥିଲେ।
previous post
next post