ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଘାଆ ଶୁଖିଯାଏ, ଚିହ୍ନ ସ୍ମୃତି ହୁଏ

ଘାଆ ଶୁଖିଯାଏ, ଚିହ୍ନ ସ୍ମୃତିହୁଏ

 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ଘାଆ ଶୁଖିଯାଏ, ମଲମରେ ସିନା 

ଚିହ୍ନ ରୁହେ କାଳ କାଳ, 

‘ଘା’ବିନ୍ଧା ଟଣକା, ମାନେମାନେ ଗୁଣା 

ଯନ୍ତ୍ରଣାର ପ୍ରତିଫଳ ll

ମନର ବେଦନା, ମନରେ ମରଇ 

ସରିସରି ଯାଏ ଦୁଃଖ, 

ସମୟ ସୁଅରେ, ଭୁଲିବାକୁ ହୁଏ 

ଅତୀତକୁ କରି ସାକ୍ଷ ll

ଦେଖିଲେ ମଣିଷ, ରାଗ, ପଉରଷ 

ଆପେଆପେ ମାଡିବସେ, 

ସେ, ଗତ ଅତୀତ, ଘଟଣାର ଚିତ୍ର 

ଜଳଜଳ ହୋଇ ଦିଶେ ll

ଘାଆ ଶୁଖିଯାଏ, କଥା ରହିଯାଏ 

ଅଜର ଅମର ହୋଇ, 

ଦାରୁଣ ବେଦନା, ଅସହ୍ୟଟି ସିନା 

କାଳକାଳ ପାଇଁ ସେହି ll

ଅଜ୍ଞlନ ଅନ୍ଧାର, ମୂର୍ଖ କlରବାର 

ହେୟ, ହେୟଜ୍ଞାନ ଭାବ,  

କଷଣ, ଶୋଷଣ, ପେଶଣ, ଦୂଷଣ 

ଘାଆକୁ ସେ ଗଢ଼ିଦେବ ll

ଆତମ ଅନୁରାଗ, ବନ୍ଧୁତ୍ୱ ସରାଗ 

ସବୁ ପଡ଼ିଯାଏ ବଳି,

ବୃଥା ବଡ଼ପାଣ,ବଳବପୁ ଟାଣ 

ମଣିଷ ପଣିଆ ଜାଳି ll

ସମ୍ପର୍କ ମାଟିରେ, ଧୂଳିମଳି ବାରେ 

ସରାଗଟି ଫିକାଫିକା, 

ହେଲା ଫଡାଫଡା, ମନମରି ମଢ଼ା 

ଖାଇଖାଇ ବହୁ ଧୋକା ll

ରାଜନୀତି ଖେଳ,ଦେଇ କେତେ ବଳ

ଗଢିଲା ଅନେକ ଦଳ, 

ରକତ ସମ୍ପର୍କ, ନବୁଝି ମହତ୍ୱ 

ସଂପଦରେ ହୋଇ ଭୋଳ ll

ବାସ୍ତବର କଥା, ଗୁଜବ ବାରତା 

ଦୂର ବ୍ୟବଧାନ, ରାସ୍ତା, 

କଳ୍ପନା, ଜଳ୍ପନା, କରେ ବାଟବଣା 

କରଇ କେତେ ହୀନସ୍ତା ll

ଆଖିର ଲୁହଟି, ମନର କୋହଟି 

ଯାଏ ସରିମରି ନିତି, 

ହୁଏ ଅକାରଣ, ଗୁହାରୀ ରୋଦନ 

ତଥାପି ନିଷ୍ଠୁର ଛାତି ll

ନିଜ ବଡ଼ପଣ, ରଖିବ ଅକ୍ଷୁର୍ଣ୍ଣ

ହୋଇବ ସେ ମହାବଳି, 

ଦେଖି ପରଦୁଃଖ, ସମସ୍ୟା ଅନେକ 

ଦୂରେ ରହି ଦେବ ତାଳି ll

ହୋଇ ସ୍ୱାର୍ଥପର, ସୁବିଧାରେ ଘର 

ହେୟଜ୍ଞାନେ କରେ ପର,

କେତେ କଥାନଥା, ହୀନ ଓ ହୀନସ୍ତା 

ଦୂରୁଦୂରୁ ମାରମାର, ll

ଘାଆର ବେଦନା, ଅସହ୍ୟ ଯନ୍ତ୍ରଣା 

ଏକା ଅନୁଭବୀ ଜାଣେ, 

ହାଲୁକା ଫୁଲକା, ଅଵିଵେକୀ ଚିନ୍ତା 

ହୃଦୟ, ମନକୁ ହାଣେ , ll

କଷ୍ଟ ରହିବନି, ବିଦାୟକୁ ଘେନି 

କାଳବଳେ ଯିବ ଚାଲି, 

କଥା ରହିଯିବ, ଅଭୁଲା ହୋଇବ 

ହେଜି, ଭଜୁଥିବ ଖାଲି ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକ -ଗୋରିବନ୍ଧା, ମାଧ୍ୟମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206, ଯୋଗାଯୋଗ 

Related posts

ମହାଲିଙ୍ଗଠାରେ ଅଗ୍ରସେନ ଜୟନ୍ତି ପାଳିତ 

Sunil Chandra Nayak

ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

Sunil Chandra Nayak

ବିସ୍ମୟ ପୁରୁଷ ଚିତ୍ତରଞ୍ଜନ ଦାସଙ୍କ ଜୟନ୍ତୀ ଶତବାର୍ଷିକୀ ପାଳନ

Sunil Chandra Nayak

Leave a Comment

error: Content is protected !!