ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପିଏଲ ହିତାଧିକାରୀଙ୍କ ଘରୁ ବିଦ୍ଯୁତ କାଟି ଦିଆଗଲା , ଏବେ ହିତାଧିକାରୀ ଅନ୍ଧାର ଘେର ରେ

ମୋହନଗିରୀ:୧୦/୩- ମ.ନି.ସ:- ସରକାରଙ୍କ ତରଫରୁ ପ୍ରତ୍ୟେକ ଗରିବ ବିପିଏଲ ହିତାଧିକାରୀଙ୍କୁ ମାଗଣାରେ ବିଜୁଳି ଯୋଗାଇବା ବ୍ଯବସ୍ତା କରାଯାଇଛି। ତେବେ ବିଦ୍ଯୁତ ବିଭାଗ ଦ୍ବାରା ଏମାନଙ୍କୁ ହଇରାଣ କରୁଥିବା ବିଷୟରେ ଅନେକ ସ୍ଥାନରୁ ହିତାଧିକାରୀଙ୍କ ତରଫରୁ ଅଭିଯୋଗ ଆସୁଥିବା ଜଣାପଡିଛି। ଏହି ଭଳି ଏକ ଅଭିଯୋଗ ଆସିଛି ଯାହାକି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ଅଧିନରେ ଥିବା ମୋହନଗିରୀ ଗ୍ରାମପଞ୍ଚାୟତ ଥିବା କେତେକ ଗ୍ରାମଗୁଡିକରୁ, କେନ୍ଦ୍ର ଓ ରାଜ୍ଯ ସରକାର ମହାମାରୀ କୋଭିଡ୍(୧୯)ର ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେବାରୁ ତାକୁ ପାଳନ କରିବାକୁ ଯାଇ ବିପିଏଲ ହିତାଧିକାରୀଙ୍କ କୌଣସି ଆୟ ପନ୍ଥା ନଥିବାରୁ ବହୁ କଷ୍ଟରେ ଜୀବନ ଯାପନ କରୁଥିବା ବେଳେ ଗତ ତା ୯/୩/୨୦୨୨ ଦିନ ମଦନପୁର ରାମପୁର ପଞ୍ଚାୟତ ସମିତି ରାମପୁର ସେକ୍ସନାଲ ଅଧିନରେ କାର୍ଯ୍ଯ କରୁଥିବା  ଜୈନକ କର୍ମଚାରି ମୋହନଗିରୀ କୁ କଲେକ୍ସନ କରିବା ଉଦ୍ଦେଶ୍ୟରେ ଆସି ଗୋଟିଏ ବଲ୍ ଜଳୁଥିବା ହିତାଧିକାରୀଙ୍କ ଠାରୁ ଜଣ ପିଛା ହଜାରେ ଟଙ୍କା ଲେଖାଏଁ ମିଥ୍ୟା ବିଲ ଆଗତ କରି ଦେବା ପାଇଁ କହିଥିବା ଅଭିଯୋଗ କରିଛନ୍ତି। ହିତାଧିକାରୀ ପ୍ରକାଶ କରିଥିବା ଅନୁସାରେ ଯେଉଁ ବ୍ଯକ୍ତି ୧୦୦ ଟଙ୍କା ରୁ ୨୦୦ ଶହ ଟଙ୍କା ଓ କୁକୁଡ଼ା ଦେଇଛି ତାର ଲାଇଟ କଟାଯାଇନାହିଁ। ଏଭଳି ସଙ୍ଗୀନ ଅଭିଯୋଗ ପ୍ରତିନିଧି ଙ୍କ ପାଖରେ ହୋଇଥିବା ଜଣାପଡିଛି।

ଏହି ପରିସ୍ଥିତିରେ ବର୍ତ୍ତମାନ ବିପିଏଲ ପରିବାର ମାନେ ତଥା ମୋହନଗିରୀ ଗ୍ରାମପଞ୍ଚାୟତ ନିକଟସ୍ଥ ସରବେଡା,ପଣ୍ତାପଦର ଓ ତେଜିପଡା ଗ୍ରାମର ହିତାଧିକାରୀ ମାନେ ଅଭିଯୋଗ ଆଣିଛନ୍ତି। କିନ୍ତୁ ସରକାର ଆମ୍ଭଙ୍କୁ ବିଜୁଳି ସଂଯୋଗ କରି ମାସକୁ ମାସ ରିହାତି ଦରରେ ବିଜୁଳି ବିଲ ପେମେଣ୍ଟ୍ କରିବା ପାଇଁ ଘୋଷଣା କରିଥିଲେ। ହେଲେ ଏବେ ଗରିବ ବିପିଏଲ ପରିବାରଙ୍କୁ ବିଭିନ୍ନ ସମୟରେ ହଇରାଣ କରୁଛନ୍ତି। ଆମ୍ଭର ଯାହା ବିଦ୍ଯୁତ ସାମଗ୍ରୀ ଅଛି ଯଥା ମିଟର ବୋର୍ଡ,ତାର ନେଇଯାନ୍ତୁ। ଏହା ବିଦ୍ଯୁତ ବିଭାଗ କର୍ମଚାରୀଙ୍କ ଖାମଖିଆଲି ନିତିରେ ଚଳିବା ଆମ୍ଭ ପକ୍ଷରେ ସମ୍ଭବ ନୁହେଁ ବୋଲି ହିତାଧିକାରୀଙ୍କ ମହଲରେ ତୀବ୍ରତା ବୃଦ୍ଧି ପାଇଛି।

ମୋହନଗିରୀ ରୁ ସୁଭାଷ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଓ ସାଧାରଣ ବୈଠକ

Sunil Chandra Nayak

ବନଲକ୍ଷ୍ମୀ ମହିନ୍ତି ଙ୍କ କବିତା ସକାଳ

Sunil Chandra Nayak

ଫେଲ ମାରିଛି ବସୁଧା ଯୋଜନା 

Sunil Chandra Nayak

Leave a Comment

error: Content is protected !!