ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ରାଘାତ ରେ ଦୁଇ ମଇଁଷି ମୃତ୍ୟ

କାଳବୈଶାଖୀ ତାଣ୍ଡବ ଲୀଳା ଖେଳୁଥିବା ବେଳେ ସାଙ୍ଗରେ ଘଡ଼ ଘଡି ସହିତ ପବନ ଜୋରରେ ବହିବା ସହିତ ଅନେକ ବଡ ବଡ ଗଛ ଟଳି ପଡ଼ି ରାଜା ରାସ୍ତା ଅବରୋଧ ହେଉଥିବା ଦେଖିବାକୁ ମିଳିଛି।ହେଲେ ଏହି ସମୟରେ ବଜ୍ରାଘାତ ହେଇ ଅନେକ ଜୀବନ ହାନୀ ହୋଇଅଛି। ଆଜି ସକାଳେ ଖଡ଼ିଆଳ ସହରରେ ବର୍ଷା ସାଙ୍ଗକୁ ଘଡ଼ ଘଡି ହୋଇଥିଲେ। ଖଡ଼ିଆଳ ହିରାମୁଣ୍ଡା ବନ୍ଧହିଡ଼ ଉପରେ କିଛି ମଇଁଷି ଚରୁ ଥିବାବେଳେ ବଜ୍ରାଘାତ ଘଟିଥିଲା ।ଏଥିରେ ଖଡ଼ିଆଳ ୱାର୍ଡ ନଂମ୍ବର ୧୩ ର ଜଣେ ବିଧବା ମହିଳା ଶକୁନ୍ତଳା ତାଣ୍ଡିଙ୍କ ଦୁଇଗୋଟି ମଇଁଷି ବଜ୍ରାଘାତ ରେ ମୃତ୍ୟ ହୋଇଥିବା ଅଭିଯୋଗ ହୋଇଛି।ଏନେଇ ଖଡ଼ିଆଳ ପଶୁ ଚିକିତ୍ସା ଅଧିକାରୀ ସଂଗ୍ରାମ ବେହେରା ଙ୍କୁ ପଚାରିବାରୁ ମଇଁଷି ର ବ୍ୟବଚ୍ଛେଦ କରିବା ପରେ ପରିବାର କୁ ହସ୍ତାନ୍ତର କରାଯାଇଥିଲା। ମଇଁଷି ମୃତ୍ୟୁ ନେଇ ଖଡ଼ିଆଳ ରାଜସ୍ବ ନିରୀକ୍ଷକ ସୁରେନ୍ଦ୍ର କୁମାର ମେହେର ଘଟଣାର ତଦନ୍ତ କରିଛନ୍ତି। ଆଜି ସଂନ୍ଧ୍ୟା ସମୟରେ ମଇଁଷି ଦ୍ଵୟଙ୍କୁ ପୋଲିସ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ଖଡ଼ିଆଳ ପୋଲିସ ଉପସ୍ଥିତିରେ ଶବ ଵ୍ୟଵଚ୍ଛେଦ ହୋଇଅଛି।ପରେ ଖଡ଼ିଆଳ ଏନଏସି ରାଜିଵ ଏବଂ ୱାର୍ଡ ସଭ୍ୟ ସ୍ବାମୀ ଅନୀଲ ସିନ୍ଧୁର ଙ୍କ ସହାୟତାରେ ମଇଁଷି ଦ୍ବିୟକୁ ମାଟିରେ ପୋତି ଦିଆଯାଇ ଶେଷକୃତ୍ୟ କରିଛନ୍ତି। ଶକୁନ୍ତଳା ରୋଜଗାର ହରାଇଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ଶ୍ରୀ ଗଣେଷ

Sunil Chandra Nayak

ପ୍ରଥମ ଓଡ଼ିଶା ବିଶ୍ଵବିଦ୍ୟାଳୟ କ୍ରିଡା ସମାରୋହରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କମାଲ 

Sunil Chandra Nayak

ଖବର ସଂଗ୍ରହ କରିଯାଇଥିବା କର୍ମରତ ସାମ୍ବାଦିକ ଙ୍କୁ ଆମାନୁଷିକ ବ୍ୟକ୍ତି ଙ୍କ ଥାନା ସମ୍ମୁଖ ରେ ସଂଘ ବଧ ଆକ୍ରମଣ

Leave a Comment

error: Content is protected !!