ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖୋଜ ଯୁବକ ଙ୍କ ଗଳିତ ଶବ ଜଙ୍ଗଲ ମଧ୍ୟରେ ଠାବ, ସନ୍ଧାନୀ କୁକୁର ଦ୍ୱାରା ମୃତ ଶବ କୁ ଠାବ କଲା ପୋଲିସ

 କୋଷାଗୁମୁଡ଼ା-:  (ମନିସ)୨୦/୧୦/୨୨ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅନ୍ତର୍ଗତ କୁସୁମ ପାଲି ଓ ଭାଲୁଗୁଡା ଜଙ୍ଗଲ ମଧ୍ୟରୁ ୧୬ତାରିଖ(ରବିବାର ରାତ୍ର ରୁ) ନିଖୋଜ ହୋଇଥିବା ଯୁବକ ର ଗଳିତ ଶବ କୁ ୧୯ତାରିଖ(ବୁଧବାର)ରେ ଠାବ କଲା ସନ୍ଧନୀ କୁକୁର ଓ କୋଷାଗୁମୁଡ଼ା ପୋଲିସ । ବିଶେଷ ସୂଚନା ପ୍ରକାରେ ୧୮ତାରିଖରେ ମୃତ କୋମଲୁ ପୂଜାରୀ(୨୭)ଙ୍କ ପିତା- ଧର୍ମୁ ପୂଜାରୀ ଏକ ଲିଖିତ ପୁଅ ନିଖୋଜ ଅଭିଯୋଗ ଏତଲା କୋଷାଗୁମୁଡ଼ା ଥାନା ରେ ଦେଇଥିଲେ । ମୃତକ ର ପିତା ର ଅଭିଯୋଗ କୁ ଭିତ୍ତି କରି ଭାରପ୍ରାପ୍ତ ଥାନା ଅଧିକାରୀ ସୋସିଭୂଷଣ ମଙ୍ଗରାଜ ଏ ଏସ ଆଇ-ବସନ୍ତ ସ୍ୱାଇଁ ଙ୍କୁ ଅନୁସନ୍ଦ।ନ ଦାଇତ୍ୱ ଅଧିକାରୀ ରୂପେ ନିୟୋଜିତ କରିଥିଲେ । ପୋଲିସ ର ସକ୍ରିୟ ପଦକ୍ଷେପ କୁ ଦେଖି କୁସୁମ ପାଲି ର ଏକ ଯୁବକ ମୃତ ଶବ କୁ ଦେଖାଇଥିଲେ ଓ ସନ୍ଦନୀକୁକୁର ଘଟଣା ସ୍ଥଳରେ ପହଞ୍ଚି ଥିଲା । ତେବେ ଆଜି ସେହି ଭାଲୁଗୁଡା ଜଙ୍ଗଲ ମଧ୍ୟରେ ନିଖୋଜ ଯୁବକ ର ଗଳିତ ଶବ କୁ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛନ୍ତି । ଉକ୍ତ ଘଟଣା ସ୍ଥଳରେ ଆଜି ଏସ ଡ଼ି ପିଓ-ଆଦିତ୍ୟ ସେନ,ଏ ଏସ ଆଇ- ବସନ୍ତ ସ୍ବାଇଁ ଏବଂ ତାଙ୍କ ଟିମ,ସନ୍ଦନୀକୁକୁର ଟିମ ଓ ଥାନାଧିକାରୀ ପ୍ରୋମାନଦ ସୁନାନୀ, ଏସ ଆଇ- ଏସ ବି ମଙ୍ଗରାଜ,ଏ ଏସ ଆଇ-ରାମ ଚନ୍ଦ୍ର ନାୟକ ଓ କୋଷାଗୁମୁଡ଼ା ଥାନା କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଵିଷୟ ରେ ଏସ ଡ଼ି ପିଓ ଙ୍କୁ ପଚାରି ବୁଝିବାରୁ ସେ କହିଲେ, ନିଖୋଜ ହୋଇଥିଲା ରବିବାର ରାତିରେ ବୋଲି ମୃତକ ର ବାପା ଏକ ଲିଖିତ ଅଭିଯୋଗ ୧୮ତାରିଖରେ କୋଷାଗୁମୁଡ଼ା ଥାନା ରେ ଦେଇଥିଲେ ଯାହାକି ଥାନା କେସ ନମ୍ବର-୧୨/୨୨ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଚାଲିଥିଲା ଏବଂ ଆଜି ନିଖୋଜ ଯୁବକ ର ମୃତ ଶରୀର ଜଙ୍ଗଲ ମଧ୍ୟରୁ ଠାବ କରାଯାଇଛି ଓ ଆସନ୍ତା କାଲିକୁ ଶବ ବ୍ୟବଚ୍ଛେଦ କରାଯିବା ପରେ ଏବଂ ସଠିକ ସନ୍ଧାନ କୁ ଆଧାର ରେ ଘଟଣା ସମ୍ପର୍କରେ ଜଣା ପଡିବ ବୋଲି କହିଛନ୍ତି ।

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା “ଶିଶିର ସାରସ”

Sunil Chandra Nayak

ସରିଲା ସମବାୟ ନିର୍ଦେଶକ ନିର୍ବାଚନ ,ଏବେ ସଭାପତି ପଦବୀ ଉପରେ ସମସ୍ତ ଙ୍କ ନଜର

Sunil Chandra Nayak

ସର୍ଗିଗୁଡା ଠାରେ ଷୋହଳ ପ୍ରହର ନାମଯଜ୍ଞ

Leave a Comment

error: Content is protected !!