ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ଧର୍ମଗଡରେ କଂଗ୍ରେସର ପ୍ରତିବାଦ

ଧର୍ମଗଡ,ତା୧/୭/୨୨- ଏକ ଘରୋଇ ଟିଭି ଚେନାଲର ମୁଖ୍ୟ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଧର୍ମଗଡରେ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି । ଶୁକ୍ରବାର ଧର୍ମଗଡ଼ ବ୍ଳକ କଂଗ୍ରେସ ତରଫରୁ ଛାରିଛକ ଠାରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଉଦ୍ଦେଶ୍ୟମୂଳକ ଭାବେ ଏକ ସୁନିୟୋଜିତ ଷଡ଼ଯନ୍ତ୍ର କରି ଶ୍ରୀ ଦାସଙ୍କୁ ଗିରଫ କରାଯାଇଛି । ସତକୁ ଶୁଣିବା ପାଇଁ ସରକାରଙ୍କ ସାହାସ ନାହିଁ । ସତ୍ୟ ର କଣ୍ଠରୋଧ କରିବାକୁ ସରକାର ଶାସନକଳର ଅପବ୍ୟବହାର କରୁଛନ୍ତି। ନିସର୍ତ୍ତ ଖଲାସ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କଂଗ୍ରେସ କହିଛି । ଧର୍ମଗଡ଼ ବିଧାନସଭା ଯୁବ କଂଗ୍ରେସ ସଭାପତି ଡାକେ ଶ୍ୱର ଲହଜଲ ନେତୃତ୍ରରେ ଆୟୋଜିତ ଏହି ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ପାର୍ଥୀ ଦିଗାମ୍ବର ଦୁରିଆ, ଜ଼ିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ି, ଓ ବି ସି ସେଲ ଜ଼ିଲ୍ଲା ସଭାପତି ଲିଙ୍ଗରାଜ ବେହେରା ,ଧର୍ମଗଡ଼ ନଗର କାର୍ଯ୍ୟକାରୀ ସଭାପତି ମିଟୁ ନାୟକ , ରତନ ନାଏକ, ଜୀବସଙ୍କର ନାଏକ, ରବି ନାଏକ, ଧର୍ମଗଡ଼ ବ୍ଲକ ଯୁବ କଂଗ୍ରେସ ସଭାପତି ଗୁଣ ଶବର, ଆକାଶ ନାଏକ, ପଟ୍ଟଯୋଶୀ ପଟେଲ ,ଧର୍ମଗଡ଼ ବ୍ଲକ ଛାତ୍ର କଂଗ୍ରେସ ସଭାପତି ଓମକାର ଦୀପ ପ୍ରମୁଖ ସାମିଲ ହୋଇଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

କର୍ଲାପାଟ ଜମିଦାରଙ୍କ ପରଲୋକ

Sunil Chandra Nayak

ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ ଅଥବା ପଢୁଆଁଷ୍ଟମୀ

Sunil Chandra Nayak

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!