ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ତରଫରୁ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା/ ଦିବ୍ୟାଙ୍ଗଙ୍କ ପାଇଁ ପ୍ରତିବଦ୍ଧତା ଥିବା ସାମାଜିକ ଅନୁଷ୍ଠାନ ‘ଶ୍ରଦ୍ଧା’ ତରଫରୁ ସେକ୍ଟର ୧୬ସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ଠାରେ ଆଇନଗତ ଅଭିଭାବକ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧା ର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପାନପୋଷ ସବଡିଭିଜନର ଏସଏସଏସଓ ସୁନିଲ୍ କୁମାର ନାଏକ ମୁଖ୍ୟ ଅତିଥି, ଦିବ୍ୟାଙ୍ଗ ଅଭିଭାବକ ସଂଘର ସଭାପତି ଗଗନ ବିହାରୀ ଧଳ, ରାଜଗାଙ୍ଗପୁର ହୋପ ର ସଂପାଦକ ଆଶୀର୍ବାଦ ସାମଲ ଓ ସାମାଜିକ କର୍ମୀ ସୁନିତା ମୁଖାର୍ଜୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଭାପତି ଶ୍ରୀ ଚାଟାର୍ଜୀ ଅତିଥି ଙ୍କ ପରିଚୟ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଂପାଦକ ଶ୍ରୀ ପାଣ୍ଡବ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଅତିଥି ମାନେ ଆଇନଗତ ଅଭିଭାବକ ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ଦିବ୍ୟାଙ୍ଗଙ୍କ ଅଭିଭାବକ ମାନେ କିପରି ଆଇନଗତ ସହାୟତା, ସୁବିଧା ପାଇପାରିବେ ସେ ସଂପର୍କରେ ଦିଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଦିବ୍ୟାଙ୍ଗଙ୍କ ଅଭିଭାବକ ମାନେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ସୁଜାତା ରାଉତ,ପ୍ରିତୀ ବାରିକ,ଅଞ୍ଜଳୀ ମହାରଣା, ସୁକୁମାର ପାଣ୍ଡବ,ଜନ ଟପ୍ପୋ,ଦୁର୍ଯ୍ୟୋଧନ ଛତ୍ରିଆ,ବର୍ଷା ସାହୁ,ପ୍ରଭାତୀ ପ୍ରଧାନ, ଇତିଶ୍ରୀ ଦାସ,ଅଶୋକ ବଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଉତ୍କେଲା ରେ ଦୁର୍ବୁତ୍ତ ମାନଙ୍କ ଉତ୍ପାତ ବଢୁଛି

Sunil Chandra Nayak

ଜୁଲାଇ ୪ ତାରିଖରୁ OJEE ପରୀକ୍ଷା ହେବ: ପ୍ରକାଶ ପାଇଲା ପରୀକ୍ଷା ସୂଚୀ….

ପୋଲିସ ଓ ପରିବହନ ବିଭାଗର ମିଳିତ ଯାନବାହାନ ଯାଞ୍ଚ

Sunil Chandra Nayak

Leave a Comment

error: Content is protected !!