ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତ ସମ୍ବିଧାନ ଦିବସ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ପାଳିତ

ନବରଙ୍ଗପୁର ୨୬.୧୧.୨୦୨୨ (ମସିହା)- ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତପାଳିତର ସମ୍ବିଧାନ ୧୯୪୯ ମସିହା ନଭେମ୍ବର ଛବିଶ ତାରିଖରେ ସମ୍ବିଧାନ କୁ ଭାରତ ବାସୀଙ୍କ ଉଦ୍ଦେଶ୍ୟରେ ଅଙ୍ଗୀକାର ପ୍ରଣୟନ ଓ ସମର୍ପଣ କରାଯାଇଥିଲା। ଅଦ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପବିତ୍ର ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ସମବେତ ସମସ୍ତ ସରକାରୀ କର୍ମଚାରୀ ଙ୍କ ଉପସ୍ଥିତି ରେ ସମ୍ବିଧାନ ପ୍ରସ୍ତାବନା ପାଠ କରାଯାଇ ଥିଲା । ଜିଲ୍ଲାପାଳ ଡ଼ଃ ମିଶ୍ର ଭାରତର ସମ୍ବିଧାନ ଏବଂ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏଥିରେ ଦିବସରେ ଜିଲ୍ଲାପାଳଙ୍କ ବ୍ୟତିତ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଡ଼େପୁଟି କଲେକ୍ଟର ମୌସୁମୀ ନାୟକ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ,ଜିଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ,ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ,ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଅରୁଣ ବେହେରା, ଚିତ୍ତରଞ୍ଜନ ପାତ୍ର ରାମ ଚନ୍ଦ୍ର ରଘୁ ମଣ୍ଡଳ ପ୍ରମୂଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ପ୍ରତିମା ଶତପଥି ଙ୍କ କବିତା   ଶଙ୍ଖା  ସିନ୍ଦୁର 

Sunil Chandra Nayak

ଓଡ଼ିଶାର ହଜାରେ ପିଲାଙ୍କୁ ନିଯୁକ୍ତି ଦେବ ଏଚ୍‌ସିଏଲ୍‌

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ଆଉ ମୁଁ

Sunil Chandra Nayak

Leave a Comment

error: Content is protected !!