ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେବେ ବାଲେଶ୍ଵର ପ୍ରବଚକ ଓ ସାମ୍ବାଦିକ

ବାଲେଶ୍ଵର,୨୬/୧୧/୨୨- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ଆସନ୍ତା ତା ୨୮/୧୧/୨୨ ରିଖ ଠାରୁ ଆରମ୍ଭ ହେବ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ । ଏହା ତା ୦୬/୧୨/୨୨ ରିଖ ପର୍ଯ୍ୟନ୍ତ ଚାଲିବ । । ପ୍ରଥମ ଦିନ ଅର୍ଥାତ୍ ତା ୨୮/୧୧/୨୨ ରେ କଳସ ଶୋଭାଯାତ୍ରା, ଦ୍ୱିତୀୟ ଦିନ ଅର୍ଥାତ୍ ତା ୨୯/୧୧/୨୨ ରିଖ ଠାରୁ ତା ୦୫/୧୨/୨୨ ରିଖ ପର୍ଯ୍ୟନ୍ତ ପୂଜା, ପାରାୟଣ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଜାରିରହିବ । ଏଥିରେ ପ୍ରବଚକ ଭାବେ ବାଲେଶ୍ଵର ଜିଲ୍ଲା ନିଳଗିରି ରେମୁଣାର ଶ୍ରୀ ଶ୍ଯାମସୁନ୍ଦର ଗୌଡିଅ ମଠାଧିଶ ଶ୍ରୀମଦ୍ ଭକ୍ତିବୈଭବ ଗୋସ୍ୱାମୀ ଯୋଗ ଦେଉଥିବାରୁ ଏହା ବାଲେଶ୍ଵର ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଶେଷ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳରୁ ଶହଶହ ଭକ୍ତ ଯୋଗଦେବେ ବୋଲି ଆୟୋଜକ ଶ୍ରୀମଦ୍ ଭାଗବତ ସପ୍ତାହ ଅଭ୍ଯର୍ଥନା କମିଟି ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଭୁକୃପା ଲାଭ ନିମନ୍ତେ କମିଟି ତରଫରୁ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ପ୍ରତିଷ୍ଠାତା ଓ ସମ୍ପାଦକ ତଥା ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ନିମନ୍ତ୍ରଣ ହୋଇଛି । ଉକ୍ତ ନିମନ୍ତ୍ରଣ ପାଇ ଶ୍ରୀ ବେହେରାଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ଖେଳିଯିବା ସଂଗେ ସଂଗେ ଯୋଗଦେଇ ପ୍ରଭୁକୃପା ଲାଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି କମିଟିକୁ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଣୁ ଧର ସୁତର ଙ୍କ କବିତା ସ୍ଵପ୍ନ ଗୋ ତୁମେ

ବିଶ୍ୱ ବିଦ୍ୟାଳୟ ର ଟପ୍ ଟେନ୍ ତାଲିକା ରେ ପରଜଙ୍ଗ ର ୫ ଜଣ ଝିଅ ଙ୍କ କୃତିତ୍ବ

Sunil Chandra Nayak

ସାମ୍ବାଦିକଙ୍କ ମାତୃ ବିୟୋଗ

Leave a Comment

error: Content is protected !!