ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡା ସହରର ପୌରାଧ୍ଯକ୍ଷ ପଦବୀ ପାଇଁ ପ୍ରମୁଖ ଦଳର ନାମାଙ୍କନ ପତ୍ର ଦାଖଲ

ରାୟଗଡା:୮/୩-ମ.ନି.ସ:- ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ରାୟଗଡା ସହରାଞ୍ଚଳର ପୌରାଧ୍ଯକ୍ଷ ପଦବୀ ଏବଂ କାଉନସିଲର ପଦବୀ ପାଇଁ ପ୍ରମୁଖ ଦଳର ପ୍ରଭାବଶାଳୀ ଦଳର ନେତାମାନଙ୍କର ନାମାଙ୍କନ ପତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ବିଜେଡିରୁ ପି,ମହେଶ୍ବର ପଟ୍ଟନାୟକ,କଂଗ୍ରେସ ରୁ ଆପଲ ସ୍ବାମୀ କାଡ୍ରାକା, ବିଜେପିରୁ ପଦ୍ମନାଭ ଦାସ (ଟିଟୁ) ଆମ୍ ଆଦମୀ ପାଟିରୁ ଜନ୍ମେଜୟ ସ୍ବାଇଁ, ଆଜି ନାମାଙ୍କନ ପତ୍ର ଦାଖଲ ଦାଖଲ କରିଥିଲେ। ବିଜେଡି ପ୍ରାର୍ଥ ମହେଶ ପଟ୍ଟନାୟକ ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭା ସାଂସଦ ଏନ୍ ଭାସ୍କର ରାଓ ଏବଂ ଶତାଧିକ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଆସି ଉପଜିଲ୍ଲାପାଳ କାର୍ଯ୍ଯାଳୟରେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପୌରାଧ୍ଯକ୍ଷ ପ୍ରାର୍ଥ ସମେତ୍ ୨୪ ଓ୍ବାର୍ଡ ପାଇଁ ବିଜେଡିର ସମସ୍ତ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେହିପରି କଂଗ୍ରେସ ପ୍ରାର୍ଥ ଆପଲ ସ୍ବାମୀ କାଡ୍ରାକା କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉଲାକା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ତା,ଉପସଭାପତି ଟୁନା ପଣ୍ତା ଙ୍କ ସମେତ୍ ଶତାଧିକ ଦଳୀୟ ନେତା ଓ କର୍ମୀଙ୍କ ସହ ବିରାଟ ରାଲିରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ପ୍ରାର୍ଥ ପଦ୍ମନାଭ ଦାଶ (ଟୁଟୁ) ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ରାଷ୍ଟ୍ରୀୟ ଅନୁସୂଚିତ ଜାତି ସାଧାରଣ ସମ୍ପାଦକ କାଳୀରାମ ମାଟିଙ୍ଗ ସମେତ୍ ଶତାଧିକ ଦଳୀୟ ନେତା ଓ କର୍ମୀଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଆମ୍ ଆଦମୀ ପାଟିର ଦଳର ରାଜ୍ୟ ସମ୍ପାଦକ ଜନ୍ମେଜୟ ସ୍ବାଇଁ, ବିଏସପିରୁ ରାମ ଭାତ୍ରା, ସିପିଏମରୁ ପକ୍ଷରୁ ଦୋରା କୋଣ୍ତା ଗିରୀ,ନବ ଭାରତ ନିର୍ମାଣ ସେବା ପାଟିର ଏ,ବାବୁ ରାଓ ରାଜା ଆତାଗଲା ନିଜି ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ। ସ୍ବାଧୀନ ପ୍ରାର୍ଥ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଯୁବ ବିକାଶ ପରିଷଦ ଜିଲ୍ଲା ସଭାପତି ଶିବାଜୀ ଦାଶ,ବି ଗଙ୍ଗାଧର, ସଦାଶିବ ତ୍ରିପାଠୀ,ସତୀଶ କୁମାର ଗୋଟା,ମମତା ମାଝୀ ଓ ସି,ବି,ଏନ୍ ମୂର୍ତ୍ତି ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡି ୨୪ ଟି ଓ୍ବାର୍ଡ ପାଇଁ କାଉନସିଲର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ୧,୨ ଓ୍ବାର୍ଡ ଏବଂ ବିଜେପି ୨ ଟି ଓ୍ବାର୍ଡ କୁ ଛାଡିଦେଲେ ଅନ୍ଯ ସମସ୍ତ ଓ୍ବାର୍ଡ ରେ କାଉନସିଲର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥର ପୌର ନିର୍ବାଚନରେ କିଛି ପ୍ରଭାବ ଶାଳୀ ନେତାଥିବାରୁ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା ପ୍ରକାଶ କରାଯାଇଛି।ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ରତିନାରାୟଣ ରାଉତ ଙ୍କ କବିତା ମନ୍ଦାର

ମାସେ ଗଲାନି ,ବର୍ଷାରେ ଦବିଗଲା ରାସ୍ତା

Sunil Chandra Nayak

ସର୍ପ ଦଂଶନରେ ଯୁବ ସମାଜସେବୀ ଧନେଶ୍ଵର ମହାପାତ୍ରଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!