ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୌଶଲ୍ୟା ଶିକ୍ଷା ପକ୍ଷରୁ ମହିଳା ଦିବସରେ ସଚେତନତା କଲେ ଛାତ୍ରଛାତ୍ରୀ

କୋକସରା,୮ା୩- ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କୌଶଲ୍ୟା ଶିକ୍ଷା ଫାଉଣ୍ଡେସନ ଦ୍ୱାରା ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଆର୍‌ସିସି ତୋଫାନ ମାଝୀ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ନୋଡାଲ ସିଆର୍‌ସିସି ବୈକୁଣ୍ଠ ଜାଲ, ସଞ୍ଜୟ ପୁଝାରି ପ୍ରମୂଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ପିଲା ମାନେ ଏକ ଶୋଭାଯାତ୍ରାରେ ବାହାରି ମହିଳା ସଶକ୍ତିକରଣ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ । ବ୍ଲକ ମ୍ୟାନେଜର କୌଶଳ କିଶୋର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ବାଲା ଠାକୁର ଉପସ୍ଥିତ ଛାତ୍ରମାନଙ୍କ ପାଇଁ ମହିଳାଙ୍କ ଅଧିକାର ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ପିଲାମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ରୁନି ନାୟକ, ଦୟାସାଗର ଘି, ଗୀତାଞ୍ଜଳି ଶବର, ମୂରଲୀଧର ମାଝୀ, ରୁକ୍ମିଣୀ ଶବର ଏବଂ ଅନ୍ୟମାନେ ସହଯୋଗ କରିଥିଲେ । ମ ନି ସ 

Related posts

ପୁଅ ର ମାଡ଼ରେ ବାପାର ମୃତ, ପୁଅ ନାରେ ହତ୍ୟା ମାମଲା ରୁଜୁ

Sunil Chandra Nayak

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍ଘାଟିତ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ସ୍ବାଭିମାନ

Sunil Chandra Nayak

Leave a Comment

error: Content is protected !!