ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତଭାବନା ଲାକ୍ଷେଘର ସମାଜ ର ସାଧାରଣ ସମ୍ପାଦକଙ୍କ ଅକାଳ ବିୟୋଗ

ରାଉରକେଲା/ ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ “ସତଭାବନା” ଲାକ୍ଷେଘର ସମାଜ ରାଉରକେଲା ର ସାଧାରଣ ସମ୍ପାଦକ ବିଜୟ କୁମାର ତାଣ୍ଡିଆ ଙ୍କ ଗତକାଲି ଦେହାନ୍ତ ହୋଇଯାଇଛି । ସେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଆଇ ଜି ଏଚ୍ ରେ ଚିକିତ୍ସିତ ହେଉଥିଲେ । ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ ଗତ ୨୪/୧୦/୨୨ ( ସୋମବାର ) ଦିନ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ କୁ ରେଫର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଛି । ସେଠାରୁ ତାଙ୍କର ମର ଶରୀରକୁ ରାଉରକେଲା ଆଣି ବେଦବ୍ୟାସଠାରେ ଶେଷକୃତ୍ୟ କରାଗଲା । ତାଙ୍କର ଅନ୍ତିମ ଯାତ୍ରାରେ ତାଙ୍କର ପରିବାର ବର୍ଗ , ପାଖ ପଡୋଶୀ , ସତଭାବନା ଲାକ୍ଷେଘର ସମାଜର ସମସ୍ତ ପରିବାର , ବ୍ଲାଷ୍ଟଫରନେସ୍ ବିଭାଗର ଅଧିକାରୀ ଓ ସହକର୍ମୀ ,ରାଉରକେଲାର ଅନେକ ସାମାଜିକ ସଂଗଠନ , ଝାରସୁଗୁଡା ଓ ସୁନ୍ଦରଗଡ ର ଅନେକ ପରିବାର ଯୋଗ ଦେଇଥିଲେ । ତାଙ୍କର ବିୟୋଗରେ ସମସ୍ତ ଲାକ୍ଷେଘର ସମାଜ ପରିବାର ସହିତ ରାଉରକେଲାର ଆଖପାଖ ଅଞ୍ଚଳର ଅନେକ ପରିବାରରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ ସମାଜସେବୀ ଓ ସାମାଜିକ ସଂଗଠନ “ସତଭାବନା” ଲାକ୍ଷେଘର ସମାଜ ର ପ୍ରତିଷ୍ଠାତା ସଭ୍ୟ ଥିଲେ । ତାଙ୍କ ପ୍ରୟାସରେ ସୁନ୍ଦରଗଡରେ ସମାଜର ଅନେକ ଉନ୍ନତି ମୂଳକ କାର୍ଯ୍ୟ ହୋଇପାରିଛି । ସେ ରାଉରକେଲା ଇସ୍ପାତ କାରଖାନାର ବ୍ଲାଷ୍ଟଫରନେସ୍ ବିଭାଗରେ କାର୍ଯ୍ୟ କରୁଥିଲେ । ତାଙ୍କର ବିୟୋଗରେ ବ୍ଲାଷ୍ଟ ଫରନେସ୍ ବିଭାଗରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ତାଙ୍କର ଏହି ବିୟୋଗରେ ସଂଗଠନର ବିରାଟ କ୍ଷତି ହୋଇଛି ଓ ତାଙ୍କର ଅବଦାନ କେବେ ଭୁଲି ହେବନାହିଁ ବୋଲି ସଂଗଠନର ସଭାପତି , କାର୍ଯ୍ୟକାରୀ ସଭାପତି , ଉପସଭାପତି, ସହ ସମ୍ପାଦକ , କୋଷାଦକ୍ଷ , ସହ କୋଷାଧ୍ୟକ୍ଷ , ଉପଦେଷ୍ଟା ମଣ୍ଡଳୀ ତଥା ସମସ୍ତ ସଭ୍ୟ ତାଙ୍କର ଆତ୍ମାର ସତଗତି ପାଇଁ ନିରବ ପାର୍ଥନା କରିବା ସହିତ ଶୋକାକୁଳ ପରିବାରକୁ ଶାନ୍ତ୍ୱନା ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚିତ୍ରା ରାଣୀ ପାତ୍ର ଙ୍କ କବିତା ପାର୍ବଣେ ନବଦୂର୍ଗା

Sunil Chandra Nayak

ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦଣ୍ଡ ଥାନା ରେ ଏତଲା

Sunil Chandra Nayak

କେସିଙ୍ଗା ଉପଖଣ୍ଡ ଥାନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!