ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରଗତି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ବନମାଳୀ ପଣ୍ଡାଙ୍କ ପରଲୋକ

ଭବାନୀପାଟଣା – -(ମ ନି ସ) ଓଡ଼ିଶାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ “ପ୍ରଗତି” ର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ବନମାଳୀ ପଣ୍ଡାଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି।ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଚିଚୈଗୁଡା ଗ୍ରାମରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ମୃତ୍ୟୁ ସମୟରେ ତାଙ୍କର ଦୁଇପୁତ୍ର ପ୍ରଗତି ଅନୁଷ୍ଠାନ ର ସମ୍ପାଦକ ଇଂ ଅଜୟ କୁମାର ପଣ୍ଡା, ବିଜୟ କୁମାର ପଣ୍ଡା ଙ୍କ ସମେତ ବହୁ ବନ୍ଧୁ କୁଟୁମ୍ବ ଉପସ୍ଥିତ ଥିଲେ।ଜ୍ୟେଷ୍ଠ ପୁତ୍ର ବିଜୟ ମୁଖାଗ୍ନି ଦେଇଥିଲେ। ୧୯୩୮ ଏପ୍ରିଲ ୧୮ ତାରିଖରେ କଳାହାଣ୍ଡି ଜିଲ୍ଲା ଚିଚୈଗୁଡା ଗ୍ରାମରେ ଜନ୍ମିତ ଶ୍ରୀ ପଣ୍ଡା ଚିଚୈଗୁଡା ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଶିକ୍ଷକତା ଆରମ୍ଭ କରି ପରବର୍ତ୍ତୀ ସମୟରେ ଖରିଆର ରାଜା ଏ ଟି ହାଇ ସ୍କୁଲ, ଏବଂ ଧର୍ମଗଡ଼ ବାଳକ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷାଦାନ କରି ଜଣେ ଆଦର୍ଶ ଶିକ୍ଷକ ଭାବେ ବହୁ ପ୍ରତିଭାବାନ ବ୍ୟକ୍ତି ସ୍ରୁଷ୍ଟି କରିବାର ଗୌରବ ଅର୍ଜନ କରିଛନ୍ତି। ଶିକ୍ଷା କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିବା ଶ୍ରୀ ପଣ୍ଡା ଶିକ୍ଷା କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ର ଆବଶ୍ୟକତା କୁ ଅନୁଭବ କରି ଓ ଜିଲ୍ଲାର ବହୁ ଉଜ୍ଜ୍ଵଳମୟ ପ୍ରତିଭା ର ବିକାଶ ପାଇଁ ଭବାନୀପାଟଣା ସଦର ମହକୁମା ରେ ପ୍ରଗତି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ତାଙ୍କରି ସୁଦୂରପ୍ରସାରୀ ଲକ୍ଷ୍ଯ ଯୋଗୁଁ ଆଜି ପ୍ରଗତି ଶିକ୍ଷାନୁଷ୍ଠାନ ଏକ ମହାଦ୍ରୁମରେ ପରିଣତ ହୋଇ ହଜାର ହଜାର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ବହୁ ପରିବାର ର ଅନ୍ନ ସଂସ୍ଥାନ ର କାରଣ ହୋଇଛି। ଶ୍ରୀ ପଣ୍ଡା ଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ଚିଚୈଗୁଡା ଗ୍ରାମ ଶ୍ମସାନରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମାପ୍ତ ହୋଇଛି।ଆଗାମୀ ୩୦.୧୦.୨୦୨୨ ରବିବାର ସନ୍ଧ୍ୟା ଘ୫ଣ୍ଟା ସମୟରେ ସ୍ଵର୍ଗତ ବନମାଳୀ ପଣ୍ଡାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି ଏକ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଚିଚୈଗୁଡା କ୍ଲବ ପ୍ରାଙ୍ଗଣ ରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେବା ପାଇଁ ପରିବାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପକ୍ଷରୁ ଅନୁରୋଧ କରାଯାଇଛି।

ଅର୍ଜ୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖଇରା ବ୍ଲକରେ ୧୦ମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ବର୍ଷା ମହାପାତ୍ର

ବାଞ୍ଜିପଦରରେ ବୃକ୍ଷ ରୋପଣ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ମନେପଡେ, ସବୁ ଆଜି

Sunil Chandra Nayak

Leave a Comment

error: Content is protected !!