ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଗେ ଭାରି ଭଲଲାଗେ

।। ଲାଗେ ଭାରି ଭଲଲାଗେ ।।

                 କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ମୃତ୍ୟୁ ମୋତେରେ

ଦେଇଛି ଜୀବନ

            ଜୀବନ ଦେଇଛି ମୃତ୍ୟୁ,

ସେ ପଥରେ କେତେ

ଦେଖିଅଛି ପୁଣି

            ହର୍ଷ-ବିଷାଦ ଋତୁ ।।

 

ଭେଟି ଅଛି ପୁଣି

ତାରକା ମେଳରେ

           ଚ଼ାନ୍ଦ ଉଆଁର ବେଳା,

ସ୍ବପ୍ନ-ସାଗରେ

ଭସାଇଛି ପୁଣି

          ଜୀବନର-ଫୁଲଭେଳା ।।

 

ଅମାବାସ୍ୟାର

ଅନ୍ଧାର ପୁଣି

          ଭେଟି ଅଛି ବେଳେବେଳେ,

ରକ୍ତାକ୍ତ କେବେ

ହୋଇଅଛି ପୁଣି

          ଦିଶା ହୀନ ସ୍ବପ୍ନରେ ।।

 

ଜନ୍ମ-ମୃତ୍ୟୁ ର

ଏଇ ଖେଳ ମୋତେ

          ଲାଗେ ଭାରି ଭଲ ଲାଗେ,

ସତ୍ୟର ଏଇ

ଚ଼କ୍ର ବ୍ୟୁହରେ

          ଅନୁସନ୍ଧିତ୍ସା ଛାଡ଼େ ।।

         

କୁମାର ପୁର।ଅନନ୍ତପୁର।

ବାସୁଦେବପୁର।ଭଦ୍ରକ।

 

Related posts

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଓ ଦଶମ ରେଜଲ୍ଟ : ଟର୍ମ-୨ ସହ ଫାଇନାଲ ପରୀକ୍ଷା ଫଳ ପ୍ରକାଶ

Sunil Chandra Nayak

ଯୁବ ଅନୁଷ୍ଠାନ ଵିକାଶ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ପ୍ରୀତିମୟ ଜୀବଧାରା

Sunil Chandra Nayak

Leave a Comment

error: Content is protected !!