ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଗେ ଭାରି ଭଲଲାଗେ

।। ଲାଗେ ଭାରି ଭଲଲାଗେ ।।

                 କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ମୃତ୍ୟୁ ମୋତେରେ

ଦେଇଛି ଜୀବନ

            ଜୀବନ ଦେଇଛି ମୃତ୍ୟୁ,

ସେ ପଥରେ କେତେ

ଦେଖିଅଛି ପୁଣି

            ହର୍ଷ-ବିଷାଦ ଋତୁ ।।

 

ଭେଟି ଅଛି ପୁଣି

ତାରକା ମେଳରେ

           ଚ଼ାନ୍ଦ ଉଆଁର ବେଳା,

ସ୍ବପ୍ନ-ସାଗରେ

ଭସାଇଛି ପୁଣି

          ଜୀବନର-ଫୁଲଭେଳା ।।

 

ଅମାବାସ୍ୟାର

ଅନ୍ଧାର ପୁଣି

          ଭେଟି ଅଛି ବେଳେବେଳେ,

ରକ୍ତାକ୍ତ କେବେ

ହୋଇଅଛି ପୁଣି

          ଦିଶା ହୀନ ସ୍ବପ୍ନରେ ।।

 

ଜନ୍ମ-ମୃତ୍ୟୁ ର

ଏଇ ଖେଳ ମୋତେ

          ଲାଗେ ଭାରି ଭଲ ଲାଗେ,

ସତ୍ୟର ଏଇ

ଚ଼କ୍ର ବ୍ୟୁହରେ

          ଅନୁସନ୍ଧିତ୍ସା ଛାଡ଼େ ।।

         

କୁମାର ପୁର।ଅନନ୍ତପୁର।

ବାସୁଦେବପୁର।ଭଦ୍ରକ।

 

Related posts

ଗାଁ ପୋଖରୀ ସଫା କଲେ ଯୁବ ଗୋଷ୍ଠୀ

ପୁଅ ର ମାଡ଼ରେ ବାପାର ମୃତ, ପୁଅ ନାରେ ହତ୍ୟା ମାମଲା ରୁଜୁ

Sunil Chandra Nayak

ରାସ୍ତା ଅଛି, ହେଲେ ଯିବାକୁ ବାଟ ନାହିଁ !

Sunil Chandra Nayak

Leave a Comment

error: Content is protected !!