ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଭୁଲା ମନ ଭୁଲ ଆଉ କାହା ପାଇଁ
    ଆମତ ବନ୍ଧୁ ଭକତ
ସେବାରେ ଦେଉଛି ଦିନରାତି ବ୍ୟସ୍ତ
   କେବଳ ତୋ ପ୍ରାଣେ ରତ।
ଦେଖୁଛି ତୋ ରୂପ ଛାଡୁଛି ମୋ ପାପ
     ଶରଳ କର ଜଗତ
ଜଟିଳ ଦେ ନାହିଁ ଭେଗିଲୁ ଦୁଃଖ କୁ
    ନିର୍ମଳ ରଖ ଜଗତ।
ହାତ ଯୋଡ଼ି ଧରି ମାରୁଛି ମୁଣ୍ଡିଆ
    ଶାନ୍ତି ଟିକେ ଦେ ମୋ ପାଇଁ
ବର୍ଷାରେ ଭିଜୁଛି ଥଣ୍ଡା ଶର୍ଦ୍ଦୀ ଲାଗେ
     ଦେହ ଭଲରେ ଗୋସାଇଁ।
କର୍ତ୍ତବ୍ୟ ନାହିଁ ଯେ ଅବହେଳା ପ୍ରଭୁ
       ସବୁ କାମ କରୁ ଠିକ୍
କେଉଁଠି ଦୁର୍ବଳ ରହିଗଲା ମୋର
      ଜନ ପାଶେ ହେଲି ଧିକ୍।
ଏତିକି ମିନତି ମାଗୁଛି ଠାକୁର
    ବଞ୍ଚିଥିବା ଯେତେ ଦିନ
କର୍ମ ଧର୍ମ କରି ଜୀବନ ବିତାଇ
    ଖୁସିରେ କାଟିବା ଦିନ।
ଗୋଜାବନ୍ଧ ମହାକାଳପଡ଼ା
   କେନ୍ଦ୍ରାପଡ଼ା

Related posts

ମାଛଧରା ଜାଲରେ ପଡିଲା ନବଜାତକ ଶିଶୁ ର ମୃତଦେହ

ଲୋକାର୍ପିତ ହୋଇଛି ନବୀକୃତ ସେଂଟ୍ରାଲ ଭିଷ୍ଟା ଆଭିନ୍ୟୁ , ଦେଶ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Sunil Chandra Nayak

ଶ୍ରୀ ଶ୍ରୀ ରାମେଶ୍ବର ମହାଦେବଙ୍କ ୯ମ ବାର୍ଷିକ ଉତ୍ସବ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!