Uncategorizedମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ by Sunil Chandra NayakJuly 16, 20220215 Share1 ଜଣାଣ ମାନଗୋବିନ୍ଦ ସ୍ବାଇଁ ଭୁଲା ମନ ଭୁଲ ଆଉ କାହା ପାଇଁ ଆମତ ବନ୍ଧୁ ଭକତ ସେବାରେ ଦେଉଛି ଦିନରାତି ବ୍ୟସ୍ତ କେବଳ ତୋ ପ୍ରାଣେ ରତ। ଦେଖୁଛି ତୋ ରୂପ ଛାଡୁଛି ମୋ ପାପ ଶରଳ କର ଜଗତ ଜଟିଳ ଦେ ନାହିଁ ଭେଗିଲୁ ଦୁଃଖ କୁ ନିର୍ମଳ ରଖ ଜଗତ। ହାତ ଯୋଡ଼ି ଧରି ମାରୁଛି ମୁଣ୍ଡିଆ ଶାନ୍ତି ଟିକେ ଦେ ମୋ ପାଇଁ ବର୍ଷାରେ ଭିଜୁଛି ଥଣ୍ଡା ଶର୍ଦ୍ଦୀ ଲାଗେ ଦେହ ଭଲରେ ଗୋସାଇଁ। କର୍ତ୍ତବ୍ୟ ନାହିଁ ଯେ ଅବହେଳା ପ୍ରଭୁ ସବୁ କାମ କରୁ ଠିକ୍ କେଉଁଠି ଦୁର୍ବଳ ରହିଗଲା ମୋର ଜନ ପାଶେ ହେଲି ଧିକ୍। ଏତିକି ମିନତି ମାଗୁଛି ଠାକୁର ବଞ୍ଚିଥିବା ଯେତେ ଦିନ କର୍ମ ଧର୍ମ କରି ଜୀବନ ବିତାଇ ଖୁସିରେ କାଟିବା ଦିନ। ଗୋଜାବନ୍ଧ ମହାକାଳପଡ଼ା କେନ୍ଦ୍ରାପଡ଼ା