Uncategorizedଅବିନାଶ ମହାପାତ୍ର ଙ୍କ କବିତା ଯୁଗ ବଦଳିଛି ଭାଇ by Sunil Chandra NayakJuly 15, 20220112 Share1 ଯୁଗ ବଦଳିଛି ଭାଇ ଅବିନାଶ ମହାପାତ୍ର ଆଜିର ସମାଜ ବଦଳି ଯାଇଛି ଜାଣିଛ କି ନାହିଁ ଭାଇ ଦିନ ରାତି କିଛି ଫରକ ରହେନା ପେଟ ଚାଖଣ୍ଡକ ପାଇଁ !(0) କିଏ କରେ ଚୋରି ଅବା ଡକାୟତି ମଣିଷ ମାରଇ କିଏ ଚୋର ସାଧୁ ସାଜି ପ୍ରବଚନ ଦିଏ ନିର୍ଦୋଷଟି ଦଣ୍ଡ ପାଏ !(୧) ଭିକାରୀର ଥାଳ ପୁରେ ନାହିଁ କେବେ କୋଠି ରେ ପଇସା ଉଡେ ସୁରା ସଙ୍ଗେ ଶାକୀ ରାତି ପାହିଯାଏ ଦିନରେ କବାଟ ପଡେ !(୨) ଝିଅ ପାଇଁ ଲୋଡା ଲେମନ ହ୍ୟୁଇସ୍କି ଵାପ କୁ ରଅମ୍ ଥୋଡା ପୁଅ ଗଡଉଛି ହଣ୍ଡେଡ୍ ପିପର ମାଆ ମିଶଉଛି ସୋଢ଼ା !(୩) ନାରୀ କହୁଛନ୍ତି ସ୍ୱାଧୀନ ହୋଇଛୁ ସଭାରେ ଭାଷଣ ଦେଇ ଶାଶୁ ଶ୍ବଶୁରଙ୍କ ସେବା ଦୂରେ ଥାଉ କୁକୁର ଵୁଲେଇ ନେଇ !(୪) ବରଯାତ୍ରୀ ସଙ୍ଗେ ଢ଼ୋକେମାରିଦେଇ ନାଗିନ୍ ନାଚର ତାଳେ କାହା ଘର ପୁଅ କାହା ଘର ଵୋହୁ ସବୁତ ଏଇଠି ଚଳେ !(୫) କିଏ ଜାଣେ କାଲି କଅଣ ଘଟିବ ତେଲିଆ ମୁଣ୍ଡରେ ତେଲ ପଣ୍ଡିତ ପୁଅଵି ମାଙ୍କଡ ମାରୁଛି କାଉ ଵି ଖାଉଛି ଵେଲ !(୬) ସରକାରୀ ଵାଵୁ ଦପ୍ତରେ ନାହାଁନ୍ତି ବଙ୍ଗଳା ପଡିଛି ଖାଲି ପରିବାର ଧରି ଛୁଟି କାଟୁଥାନ୍ତି ରାଜକୋଷ କରି ଖାଲି !(୭) ଭୋଜି ଵେଳେ ଆଗ ଭିଡ ଜମୁଥାଏ ଷ୍ଟାଟର୍ ଟେବୁଲ ପାଶେ ଖାଇଵାକୁ ଲୋଭ କରି ତୁ ଖାଉଥା ରୋଗ ତୋତେ ଦେଖି ହସେ !(୮) ପେଟ ପୂରିଯାଏ ପର ଅନ୍ନ ଖାଇ ନିଜ କଥା ଯେଵେ ଆସେ ପୁଅ ବାହାଘର ଆଗକୁ ଆସୁଛି କିଏ କହି ଅବା ହସେ !(୯) ପୁଅ ପାଇଁ ସାରି ସର୍ବସ୍ୱ ହରାଇ ପୁଅ ଆଜି ଵିଦେଶରେ ଵୋହୁକୁ ସାଥିରେ ନେଇ ଯାଇଅଛି ଫେରିଵ ଵରଷେ ଥରେ !(୧୦) ଗରିଵ ଵାପଟେ ଖୋଜି ଵୁଲୁଥାଏ ଉପଯୁକ୍ତ ପାତ୍ରଟିଏ ନିଶ୍ଚିନ୍ତ ହୋଇଵ ଝିଅ ଵାହା ଦେଇ ମାନ ମହତ ତା ରହେ !(୧୧) କଳୁଷିତ ଆଜି ସମାଜ ହୋଇଛି ସଂସ୍କାର ଯାଇଛି ହଜି ଏହିପରି ଆଉ କିଛି ଦିନ ହୁଏ ସଭିଏଁ ହୋଇଵେ ପାଜି (୧୨) ବୟାଙ୍ଗଡିହି,ଧାମନଗର,ଭଦ୍ରକ