ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିନାଶ ମହାପାତ୍ର  ଙ୍କ କବିତା ଯୁଗ ବଦଳିଛି ଭାଇ 

   ଯୁଗ ବଦଳିଛି ଭାଇ 

  

       ଅବିନାଶ ମହାପାତ୍ର 

       
  ଆଜିର ସମାଜ ବଦଳି ଯାଇଛି 
       ଜାଣିଛ କି ନାହିଁ ଭାଇ 
  ଦିନ ରାତି କିଛି ଫରକ ରହେନା 
       ପେଟ ଚାଖଣ୍ଡକ ପାଇଁ !(0)
  କିଏ କରେ ଚୋରି ଅବା ଡକାୟତି 
       ମଣିଷ ମାରଇ କିଏ 
  ଚୋର ସାଧୁ ସାଜି ପ୍ରବଚନ ଦିଏ
      ନିର୍ଦୋଷଟି ଦଣ୍ଡ ପାଏ !(୧)
 ଭିକାରୀର ଥାଳ ପୁରେ ନାହିଁ କେବେ
     କୋଠି ରେ ପଇସା ଉଡେ 
 ସୁରା ସଙ୍ଗେ ଶାକୀ ରାତି ପାହିଯାଏ 
      ଦିନରେ କବାଟ ପଡେ !(୨)
  ଝିଅ ପାଇଁ ଲୋଡା ଲେମନ ହ୍ୟୁଇସ୍କି
      ଵାପ କୁ ରଅମ୍ ଥୋଡା 
   ପୁଅ ଗଡଉଛି ହଣ୍ଡେଡ୍ ପିପର 
       ମାଆ ମିଶଉଛି ସୋଢ଼ା !(୩)
  ନାରୀ କହୁଛନ୍ତି ସ୍ୱାଧୀନ ହୋଇଛୁ
       ସଭାରେ ଭାଷଣ ଦେଇ 
  ଶାଶୁ ଶ୍ବଶୁରଙ୍କ ସେବା ଦୂରେ ଥାଉ 
     କୁକୁର ଵୁଲେଇ ନେଇ !(୪)
ବରଯାତ୍ରୀ ସଙ୍ଗେ ଢ଼ୋକେମାରିଦେଇ 
     ନାଗିନ୍ ନାଚର ତାଳେ 
 କାହା ଘର ପୁଅ କାହା ଘର ଵୋହୁ 
      ସବୁତ ଏଇଠି ଚଳେ !(୫)
 କିଏ ଜାଣେ କାଲି କଅଣ ଘଟିବ 
      ତେଲିଆ ମୁଣ୍ଡରେ ତେଲ 
 ପଣ୍ଡିତ ପୁଅଵି ମାଙ୍କଡ ମାରୁଛି 
      କାଉ ଵି ଖାଉଛି ଵେଲ !(୬)
  ସରକାରୀ ଵାଵୁ ଦପ୍ତରେ ନାହାଁନ୍ତି 
      ବଙ୍ଗଳା ପଡିଛି ଖାଲି 
  ପରିବାର ଧରି ଛୁଟି କାଟୁଥାନ୍ତି 
    ରାଜକୋଷ କରି ଖାଲି !(୭)
 ଭୋଜି ଵେଳେ ଆଗ ଭିଡ ଜମୁଥାଏ 
       ଷ୍ଟାଟର୍ ଟେବୁଲ ପାଶେ 
  ଖାଇଵାକୁ ଲୋଭ କରି ତୁ ଖାଉଥା 
    ରୋଗ ତୋତେ ଦେଖି ହସେ !(୮)
  ପେଟ ପୂରିଯାଏ ପର ଅନ୍ନ ଖାଇ 
      ନିଜ କଥା ଯେଵେ ଆସେ 
  ପୁଅ ବାହାଘର ଆଗକୁ ଆସୁଛି 
      କିଏ କହି ଅବା ହସେ !(୯)
   ପୁଅ ପାଇଁ ସାରି ସର୍ବସ୍ୱ ହରାଇ 
       ପୁଅ ଆଜି ଵିଦେଶରେ 
  ଵୋହୁକୁ ସାଥିରେ ନେଇ ଯାଇଅଛି 
      ଫେରିଵ ଵରଷେ ଥରେ !(୧୦)
  ଗରିଵ ଵାପଟେ ଖୋଜି ଵୁଲୁଥାଏ 
        ଉପଯୁକ୍ତ ପାତ୍ରଟିଏ 
  ନିଶ୍ଚିନ୍ତ ହୋଇଵ ଝିଅ ଵାହା ଦେଇ 
       ମାନ ମହତ ତା ରହେ !(୧୧)
   କଳୁଷିତ ଆଜି ସମାଜ ହୋଇଛି 
       ସଂସ୍କାର ଯାଇଛି ହଜି 
   ଏହିପରି ଆଉ କିଛି ଦିନ ହୁଏ 
     ସଭିଏଁ ହୋଇଵେ ପାଜି (୧୨)
   

   ବୟାଙ୍ଗଡିହି,ଧାମନଗର,ଭଦ୍ରକ

       

Related posts

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଜୟ କମିଟି ବୈଠକ ଅନୁଷ୍ଠିତ

ପଳାସା ଗଛରୁ ଯୁବଙ୍କକ ଝୁଲାନ୍ତ ମୃତ୍ୟୁ ଦେହ ଉଦ୍ଧାର

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର କବିତା ପାଠୋତ୍ସବ

Sunil Chandra Nayak

Leave a Comment

error: Content is protected !!