ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଆତ୍ମା କମିଟି ପକ୍ଷରୁ କର୍ମଶାଳା ଗୋଷ୍ଠି ମହିଳା ଓ ଚାଷୀ ଙ୍କୁ ସହାୟତା ପ୍ରଦାନ

କୋକସରା,୧୬/୦୭- ( ମ ନି ସ ) କୋକସରା ବ୍ଲକ କନ୍ଫରେନ୍ସ ହଲ ଠାରେ ଶୁକ୍ରବାର ପ୍ରକଳ୍ପ ନିର୍ଦେଶକ କଳାହାଣ୍ଡି ଆତ୍ମା ପକ୍ଷରୁ ଚାଷୀ ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କୃଷି କାର୍ଯ୍ୟାଳୟ ବିଡିଏମ ଆଶିଷ କୁମାର ପାଟିଲ ପରିଚାଳନା କରିଥିବା ବେଳେ କୋକସରା ବ୍ଲକ ଆତ୍ମା କମିଟି ର ଅଧ୍ୟକ୍ଷ ଋତୁରାଜ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଏଫଇଓ ଲଳିତ କୁମାର ମହାନନ୍ଦ, କୃଷି ଅଧିକାରୀ ଲିଙ୍ଗରାଜ ମେହେର, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ ଉପସ୍ଥିତ ରହି ଆତ୍ମା ଅଧୀନରେ ରହିଥିବା କୃଷି ଓ କୃଷକ ପାଇଁ ରାଜ୍ୟ ସରକାର ଙ୍କ ଯୋଜନା ଉପରେ ଉପସ୍ଥିତ ଆତ୍ମା କମିଟି ସହ ଜଡିତ ରହିଥିବା ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସର ରେ ୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ ହଜାର ଟଙ୍କା ର ପ୍ରୋତ୍ସାହନ ରାଶି ପ୍ରଦାନ ସହ ଚାଷୀ ମାନଙ୍କୁ ମକା ଓ ଡାଲିଜାତୀୟ ବିହନ ବଣ୍ଟନ କରାଯାଇଛି। କର୍ମଶାଳା କୁ କୃଷି ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ମାମି ପାତ୍ର ଙ୍କ କବିତା ସମବେଦନାର ଭାବ

Sunil Chandra Nayak

ଲଘୁଚାପଜନିତ ବର୍ଷାରେ ଘର ଭାଙ୍ଗି ୨ ପରିବାର ବେସାହାରା, ସରକାରୀ ସହାୟତା ପାଇଁ ନିବେଦନ

Sunil Chandra Nayak

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ବେହେରା ଗସ୍ତ

Sunil Chandra Nayak

Leave a Comment

error: Content is protected !!