ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ଆତ୍ମା କମିଟି ପକ୍ଷରୁ କର୍ମଶାଳା ଗୋଷ୍ଠି ମହିଳା ଓ ଚାଷୀ ଙ୍କୁ ସହାୟତା ପ୍ରଦାନ

କୋକସରା,୧୬/୦୭- ( ମ ନି ସ ) କୋକସରା ବ୍ଲକ କନ୍ଫରେନ୍ସ ହଲ ଠାରେ ଶୁକ୍ରବାର ପ୍ରକଳ୍ପ ନିର୍ଦେଶକ କଳାହାଣ୍ଡି ଆତ୍ମା ପକ୍ଷରୁ ଚାଷୀ ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠିଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କୃଷି କାର୍ଯ୍ୟାଳୟ ବିଡିଏମ ଆଶିଷ କୁମାର ପାଟିଲ ପରିଚାଳନା କରିଥିବା ବେଳେ କୋକସରା ବ୍ଲକ ଆତ୍ମା କମିଟି ର ଅଧ୍ୟକ୍ଷ ଋତୁରାଜ ମାଝୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଏଫଇଓ ଲଳିତ କୁମାର ମହାନନ୍ଦ, କୃଷି ଅଧିକାରୀ ଲିଙ୍ଗରାଜ ମେହେର, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ଇନ୍ଦ୍ରମଣି ଧଙ୍ଗଡା ମାଝୀ ଉପସ୍ଥିତ ରହି ଆତ୍ମା ଅଧୀନରେ ରହିଥିବା କୃଷି ଓ କୃଷକ ପାଇଁ ରାଜ୍ୟ ସରକାର ଙ୍କ ଯୋଜନା ଉପରେ ଉପସ୍ଥିତ ଆତ୍ମା କମିଟି ସହ ଜଡିତ ରହିଥିବା ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସର ରେ ୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ ହଜାର ଟଙ୍କା ର ପ୍ରୋତ୍ସାହନ ରାଶି ପ୍ରଦାନ ସହ ଚାଷୀ ମାନଙ୍କୁ ମକା ଓ ଡାଲିଜାତୀୟ ବିହନ ବଣ୍ଟନ କରାଯାଇଛି। କର୍ମଶାଳା କୁ କୃଷି ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Related posts

ଏକଲ ଅଭିଯାନ ପକ୍ଷରୁ ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମଠାରେ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

ଡକ୍ଟର୍ସ ଡେ ରେ ଡକ୍ଟରଙ୍କୁ ସମ୍ବର୍ଦ୍ଧିତ କଲେ ଖଇରା ବାସୀ

ଓଡ଼ିଶାରେ ୩ଟି ନୂଆ ଇଏସ୍‌ଆଇ ହସ୍ପିଟାଲ ଓ ୧୨ଟି ଡିସ୍‌ପେନ୍ସରି ଖୋଲିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

Leave a Comment

error: Content is protected !!