ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ଯୁବକ ଗୁରୁତର

ପାପଡାହାଣ୍ଡି,16/07, — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଖଜୁରୀ ଗ୍ରାମରେ ସାପ କାମୁଡ଼ାରେ ଶନିବାର ଜଣେ ଯୁବକ ଗୁରୁତର ହୋଇଛନ୍ତି | ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ପୂଜାରୀଗୁଡା ଗ୍ରାମର ଚୈତନ ପୂଜାରୀ (28) କୁଲି ମଜୁରୀ କରିବା ପାଇଁ ଖଜୁରୀ ଗ୍ରାମକୁ ଯାଇଥିଲେ | ସେ ଚାଷ ଜମିରେ କାମ କରୁଥିବା ସମୟରେ ଏକ ବିଷଧର ସାପ ଚୈତନ୍ କୁ କାମୁଡ଼ିଥିଲା | ଏହା ଜାଣିବା ପରେ ସେ ତାଙ୍କ ସହ କାମ କରୁଥିବା ଲୋକଙ୍କୁ ଜଣେଇ ଥିଲେ | ସ୍ଥାନୀୟ ଗ୍ରାମବାସୀ ଚୈତନକୁ ଉଦ୍ଧାର କରି 108 ଆମ୍ବୁଲାନ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପୁର୍ଣ ରହିଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା |

ସ୍ବପ୍ନଜିତ ପଟନାୟକ, ପାପଡାହାଣ୍ଡି ଙ୍କ ରିପୋର୍ଟ 

Related posts

ବିଦ୍ୟାଳୟ ପରିସରରେ ଦୁଷିତ ପାଣି

Sunil Chandra Nayak

ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ବିଭିନ୍ନ ସମସ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ବୋଲେରୋ ବାଇକ ମୁହାଁ ମୁହିଁ ଧକ୍କା ବାଇକ ଆରୋହୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!