ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ଯୁବକ ଗୁରୁତର

ପାପଡାହାଣ୍ଡି,16/07, — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଖଜୁରୀ ଗ୍ରାମରେ ସାପ କାମୁଡ଼ାରେ ଶନିବାର ଜଣେ ଯୁବକ ଗୁରୁତର ହୋଇଛନ୍ତି | ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ପୂଜାରୀଗୁଡା ଗ୍ରାମର ଚୈତନ ପୂଜାରୀ (28) କୁଲି ମଜୁରୀ କରିବା ପାଇଁ ଖଜୁରୀ ଗ୍ରାମକୁ ଯାଇଥିଲେ | ସେ ଚାଷ ଜମିରେ କାମ କରୁଥିବା ସମୟରେ ଏକ ବିଷଧର ସାପ ଚୈତନ୍ କୁ କାମୁଡ଼ିଥିଲା | ଏହା ଜାଣିବା ପରେ ସେ ତାଙ୍କ ସହ କାମ କରୁଥିବା ଲୋକଙ୍କୁ ଜଣେଇ ଥିଲେ | ସ୍ଥାନୀୟ ଗ୍ରାମବାସୀ ଚୈତନକୁ ଉଦ୍ଧାର କରି 108 ଆମ୍ବୁଲାନ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପୁର୍ଣ ରହିଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା |

ସ୍ବପ୍ନଜିତ ପଟନାୟକ, ପାପଡାହାଣ୍ଡି ଙ୍କ ରିପୋର୍ଟ 

Related posts

ବ୍ଲକସ୍ତରିୟ ବିଦ୍ୟାର୍ଥି ସମ୍ବର୍ଦ୍ଧନା ସମାରୋହ ୨୦୨୨

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବୋଲ୍ ବମ୍

Sunil Chandra Nayak

ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ହାତ ଧୁଆ ଦିବସ

Sunil Chandra Nayak

Leave a Comment

error: Content is protected !!