ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଧନ ତେରସ – ଦୀପାବଳି ପୂର୍ବରୁ ଧନତେରାସ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ

ଏହି ଦିନ ଭଗବାନ ଧନନ୍ତରୀ ଏବଂ ଭଗବାନ କୁବେରଙ୍କୁ ପୂଜା କରାଯାଏ…

 ଚଳିତ ବର୍ଷ ଦୀପାବଳି ବେଶ୍ ଧୁମ୍ ଧାମରେ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି। ହେଲେ ଏହାରି ଭିତରେ ଦୀପାବଳି ର ଠିକ୍ ଗୋଟେ ଦିନ ପୁର୍ବରୁ ଧନତେରସର ପର୍ବ ପାଳନ କରାଯାଏ। କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀରେ ଏହି ପର୍ବ ପାଳନ କରାଯାଏ। ଏହି ସମୟ ମଧ୍ୟରେ ଭଗବାନ ଧନନ୍ତରୀ ଏବଂ ଭଗବାନ କୁବେରଙ୍କୁ ପୂଜା କରାଯାଏ । ଯାହା ପରମ୍ପରା ରହିଛି, ଲୋକମାନେ ଏହି ଦିନ ସୁନା, ରୂପା, ପିତ୍ତଳ, ବାସନ ଇତ୍ୟାଦି କିଣନ୍ତି ଏବଂ ଏହା ଧନ ବୃଦ୍ଧି କରିବ ବୋଲି ବିଶ୍ୱାସ କରାଯାଏ।ଧନତେରସ ରେ ସୁନା କିଣିବାର ପରମ୍ପରା ଅନେକ ପୁରୁଣା ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । ଦୀପାବଳୀ ର ଗୋଟିଏ ଦିନ ପୂର୍ବରୁ ଧନତେରସ୍ ପଡେ । ଧନତେରସରେ ସୁନା କିଣିବା ବହୁତ ଶୁଭ ବୋଲି ଲୋକ ମାନ୍ୟତା ଅଛି । ତେବେ କହିବାକୁ ଗଲେ ଦୀପାବଳି ପୂର୍ବରୁ ଧନତେରାସ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଏହି ଦିନ, ସୁନା, ରୂପା, ବାସନ କିମ୍ବା ଅନ୍ୟ କୌଣସି ଜିନିଷ କିଣିବା ପ୍ରଥା ରହିଛି । ଦୀପାବଳିରେ ଘରେ ଏବଂ ଚାରିଆଡେ ରାତିସାରା ଦୀପ ଜାଳିବା ଦ୍ୱାରା ଆଲୋକ ବିସ୍ତାର କରିବା ଏବଂ ଅନ୍ଧକାର ଏବଂ ମନ୍ଦତାକୁ ଦୂର କରିବା ପାଇଁ ପ୍ରୟାସ କରାଯାଏ ।

ତେବେ ପ୍ରଥମେ ଜାଣନ୍ତୁ ଏହି ଧନ ତେରସ ଦିନ କଣ କିଣିଲେ ଶୁଭ ହୋଇଥାଏ।

ଭଗବାନ କୁବେର ଯନ୍ତ୍ର …

ଧନତେରସ ଦିନ ଭଗବାନ ଧନନ୍ତରୀଙ୍କ କୃପା ପାଇବା ପାଇଁ ଭଗବାନ କୁବେର ଯନ୍ତ୍ର ଏବଂ ମା ମହାଲକ୍ଷ୍ମୀ ଯନ୍ତ୍ର କିଣିବା ଶୁଭ ବୋଲି ଧରାଯାଏ। ବିଶ୍ୱାସ କରାଯାଏ ଯେ ସୁଖ ଏବଂ ସମୃଦ୍ଧତା ସହିତ ବୈଭବ ବି ମଧ୍ୟ ବୃଦ୍ଧି ପାଇଥାଏ । ବାସ୍ତୁଙ୍କ ଅନୁସାରେ ଶ୍ରୀଯନ୍ତ୍ର ଘର କିମ୍ବା ଦୋକାନର ତେଜରିରେ ରଖିବା ଉଚିତ।

ସୁନା ଓ ରୂପାର ମୁଦ୍ରା….

ଆପଣ ଧନତେରସରେ ସୁନା ଏବଂ ରୂପା ମୁଦ୍ରା କିମ୍ବା ବାସନ ଇତ୍ୟାଦି କିଣି ପାରିବେ। ଏହି ଦିନ ଆପଣ କିଣାଯାଇଥିବା ଅଳଙ୍କାର, ମୁଦ୍ରା, ବାସନକୁସନକୁ ଦୀପାବଳିରେ ଭଗବାନ ଗଣେଶ-ଲକ୍ଷ୍ମୀ ପୂଜା ସହିତ ମଧ୍ୟ ପୂଜା କରିପାରିବେ। ବିଶ୍ୱାସ କରାଯାଏ ଯେ ଏମିତି କରିବା ଦ୍ୱାରା ଧନ ଦେବୀ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ସୁନା, ରୂପା ବ୍ୟତୀତ ଭଗବାନ ଧନନ୍ତରୀଙ୍କର ପ୍ରିୟ ଧାତୁ ହେଉଛି ପିତ୍ତଳ। ଏଥିପାଇଁ ଆପଣ ପିତ୍ତଳ ବାସନ ମଧ୍ୟ କିଣି ପାରିବେ।

ଭଗବାନ ଲକ୍ଷ୍ମୀ-ଗଣେଶଙ୍କର ମୂର୍ତ୍ତି….

ଧନତେରସରେ ମାଲକ୍ଷ୍ମୀ ଏବଂ ଭଗବାନ ଗଣେଶ ଜୀଙ୍କର ଏକ ପ୍ରତିମୂର୍ତ୍ତି କିଣନ୍ତୁ ଏବଂ ଏହାକୁ ଘରର ମନ୍ଦିରରେ ସ୍ଥାପନ କରନ୍ତୁ। ଏହା ଆପଣଙ୍କ ଜୀବନର ସମସ୍ତ ଅସୁବିଧାକୁ ମଧ୍ୟ ଦୂର କରିବ ଏବଂ ଆପଣଙ୍କର ଧନ ଏବଂ ବୈଭବ ମଧ୍ୟ ବୃଦ୍ଧି ହେବ।

ଧଣିଆ ମଞ୍ଜି ଘରକୁ ଆଣନ୍ତୁ….

ଆପଣ ଏହି ଦିନରେ କେବଳ ୫ ଟଙ୍କାରେ ଧଣିଆ ମଞ୍ଜି କିଣନ୍ତୁ ଏବଂ ପରେ ଭଗବାନ ଗଣେଶ-ଲକ୍ଷ୍ମୀଙ୍କ ପୂଜା ପରେ ଏହାକୁ ତେଜରିରେ କିମ୍ବା ଆଲମାରୀରେ ରଖନ୍ତୁ। ଏହା ସମସ୍ତ ଆର୍ଥିକ ଅସୁବିଧାକୁ ଦୂର କରିଥାଏ ବୋଲି ବିଶ୍ୱାସ କରାଯାଏ।

ଝାଡୁ କିଣିବା ମଧ୍ୟ ଶୁଭ ହୋଇଥାଏ….?

ଏହି ଦିନ ଝାଡୁ କିଣିବା ମଧ୍ୟ ବହୁତ ଶୁଭ ହୋଇଥାଏ ବୋଲି ମାନାଯାଏ। ଝାଡୁ ଆପଣଙ୍କ ଘରକୁ ଦ୍ଵାରକୁ ସଫା ରଖିଥାଏ। ଏହି ଦିନ ଭଗବାନ ବିଷ୍ଣୁ, ଭଗବାନ ରାମ ଏବଂ ମା ଲକ୍ଷ୍ମୀଙ୍କ ପାଦ ଆପଣଙ୍କ ଘରକୁ ଆଗମନ ହୋଇଥାଏ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଉଦ୍‌ଯାପିତ ହେଲା ଗୋପାଳପୁର ମହାଲକ୍ଷ୍ମୀ ପୂଜନୋତ୍ସବ

Sunil Chandra Nayak

ଲାଞ୍ଜିଗଡ-: ରାବଣଦରୋ ସମିକ୍ଷା ବୈଠକରେ ଡିଏଫଓ ଓ ରେଞ୍ଜର ଯୋଗ ନ ଦେବା ନେଇ ବିଧାୟକଙ୍କ ଅସନ୍ତୋଷ

ଖୁଣ୍ଟିଆ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!