ବାଲେଶ୍ଵର,୨୩/୧୦/୨୨- ସୁବର୍ଣ୍ଣରେଖା ବନ୍ଦରକୁ ନେଇ ଅଞ୍ଚଳବାସୀ ଏବେବି ଅନ୍ଧାରରେ । ବନ୍ଦର କର୍ତ୍ତୃପକ୍ଷ ଟାଟା କମ୍ପାନୀ ବନ୍ଦର ପାଇଁ ସଡ଼କ ଓ ରେଳପଥ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ କରୁଥିବା ବେଳେ ନିଯୁକ୍ତି ପାଇଁ ଆରମ୍ଭ କରିଛି ପ୍ରୟାସ । ଯୁବକ ଯୁବତୀ ମାନଙ୍କ ନିଯୁକ୍ତି ନିମନ୍ତେ ବନ୍ଦର ପକ୍ଷରୁ ବାଲିଆପାଳ ଠାରେ ଖୋଲା ଯାଇଥିବା JNTVTI ର ଏକ ତାଲିମ କେନ୍ଦ୍ର ଉଦଘାଟନ କଲେ ବାଲେଶ୍ଵର ଜିଲ୍ଳାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ । ଏଠାରେ ସୂଚନାଯୋଗ୍ୟ କି ଗତ ୨୦୦୮ ମସିହାରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଚଉମୁଖ ସମୁଦ୍ର ମୁହାଣରେ ସୁବର୍ଣ୍ଣରେଖା ବନ୍ଦର ପାଇଁ ଚେନ୍ନାଇ କ୍ରିଏଟିଭ ପୋର୍ଟ ସହିତ ଚୁକ୍ତି ହେବା ପରେ ପରିବେଶ ମଞ୍ଜୁରୀ ଓ ସ୍ଥାନୀୟ ଲୋକଙ୍କ ବିରୋଧ ପାଇଁ ଶୀତଳ ଭଣ୍ଡାରରେ ରହିଯାଇଥିଲା । ୨୦୧୯ ରେ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ ମିଳିବା ଓ ଟାଟା କମ୍ପାନୀ ବନ୍ଦର ପାଇଁ ଅନୁବନ୍ଧିତ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଠାରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡର ଶିଳାନ୍ୟାସ କରିଥିଲେ । ପାଞ୍ଚହଜାର କୋଟି ଟଙ୍କା ବ୍ୟୟରେ ପୂର୍ବ ଭାରତର ଗଭୀରତମ ବନ୍ଦର ହେବ ଏବଂ ଏଠାରେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ଦଶ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ, ଅର୍ଥନୈତିକ ବିକାଶ ହେବ ବୋଲି କହିଥିଲେ । କିନ୍ତୁ ବନ୍ଦର ବିରୋଧୀ ଉପକୂଳ ଭିଟାମାଟି ସୁରକ୍ଷା ମଞ୍ଚ ଏହାକୁ ତୀବ୍ର ବିରୋଧ କରିଥିଲା । ବିରୋଧୀଙ୍କ ମତରେ ଏଠାରେ ବନ୍ଦର ନ କରି କୃଷି ଭିତ୍ତିକ ଶିଳ୍ପ କରାଗଲେ ସାଧାରଣ ଲୋକେ ଊପକ୍ରୁତ ହେବେ । ନିଜ ଦେହରେ ରକ୍ତ ଥିବା ଯାଏ ବନ୍ଦର କରିବାକୁ ଦିଆଯିବ ନାଁହି ବୋଲି ଲଢେଇ ଜାରି ରଖିଛନ୍ତି । ଯଦି ବନ୍ଦର ପାଇଁ କେହି ବିସ୍ଥାପିତ ନ ହେବେ ଇଞ୍ଚେ ଜାଗା ଅଧିଗ୍ରହଣ ହେବ ନାହିଁ, ତେବେ ରାଜ୍ୟ ସରକାର ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରୀ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରୁ ନାହାନ୍ତି କାହିକି ?? ତା୨୨/୧୦/୨୨ରିଖ ଦିନ ମାନ୍ଯବର ବାଲେଶ୍ଵର ଜିଲ୍ଲାପାଳ ଓ ଟାଟା ଗ୍ରୁପର ବରିଷ୍ଠ ଅଧିକାରୀ ମାନେ ବାଲିଆପାଳରେ ବନ୍ଦର ପାଇଁ ନିଯୁକ୍ତି ହେବାକୁ ଥିବା ଯୁବକ ଯୁବତୀ ମାନକୁ ତାଲିମ ଦେବାକୁ jntvti ତାଲିମ କେନ୍ଦ୍ର ଶୁଭ ଦେବା ପରେ ଲୋକଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି । ଦୀର୍ଘ ଏକ ଦଶନ୍ଧି ପରେ ପ୍ରସ୍ତାବିତ ବନ୍ଦର ଅଞ୍ଚଳରେ ଏବେ ଯୁବକ ଯୁବତୀ ମାନେ ଚାକିରି ଆଶାରେ ବନ୍ଦର ସପକ୍ଷରେ ଆନ୍ଦୋଳନକୁ ବାହାରିଛନ୍ତି । ବନ୍ଦର ହେଲେ ବିକାଶ ହେବ, ନିଯୁକ୍ତି ମିଳିବ, ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ । ଏବାବଦରେ ମୁଖ୍ୟମନ୍ତ୍ରୀ କଥା ଦେଇ କଥା ରଖନ୍ତୁ ବୋଲି ପ୍ରଶାସନ ନିକଟରେ ଦାବି ଜୋରଦାର ହେଉଛି ।ଅନ୍ୟ ପଟେ ଟାଟା କମ୍ପାନୀ ଏବେ ବନ୍ଦର ପାଇଁ ସଡ଼କ ଓ ରେଳପଥ ନିର୍ମାଣ କରିବାକୁ ଜମି ଅଧିଗ୍ରହଣ କାମ ଜାରି ରଖିଥିବା ବେଳେ ଗତ ଦୁଇଦିନ ତଳେ ଟାଟା ଗ୍ରୁପ ସୁବର୍ଣ୍ଣରେଖା ବନ୍ଦର CEO ପ୍ରକାଶ ସିଂ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ବନ୍ଦର ହେଲେ କେହି ବିସ୍ଥାପିତ ହେବେ ନାହିଁ କିମ୍ବା କାହାରି ଜମି ଯିବ ନାହିଁ, ବନ୍ଦର ସମ୍ପୂର୍ଣ ଭାବରେ ସମୁଦ୍ର ଭିତରେ ହେବ ସିଇଓ କହିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ