ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ରେ ସ୍ମାର୍ଟ ଶିଶୁ ଉଦ୍ୟାନ ଲୋକାର୍ପିତ

 ଜୁନାଗଡ଼ ,୨୨/୧୦(ମ ନି ସ) ଜୁନାଗଡ଼ ସହରରେ ବହୁ ପ୍ରତୀକ୍ଷିତ ପୌର ଶିଶୁ ଉଦ୍ୟାନ ଲୋକାର୍ପିତ ହୋଇଯାଇଛି।ସହରର ପୌର ପରିଷଦ ପରିସର ମଧ୍ୟରେ ପୂର୍ବରୁ ଏକ ଶିଶୁ ଉଦ୍ୟାନ ରହିଥିଲା ।ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା । ହେଲେ ଲୋକଙ୍କ ଅବଶକ୍ୟକତା ମୁତାବକ ଏହାକୁ ପୁନରୁଦ୍ଧାର କରାଯାଇ ଏକ ସ୍ମାର୍ଟ ଉଦ୍ୟାନ ଭାବେ ତିଆରି କରାଯାଇଛି।ଆଜି ଏହି ଉଦ୍ୟାନର ଲୋକାର୍ପଣ କରାଯାଇଛି। ଏହି ଅବସରରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ଅଧ୍ୟକତରେ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପାଳ ପ.ଅନ୍ୱେସା ରେଡ୍ଡୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, , ଉପ ନଗରପାଳ ହିମାଦ୍ରୀ ନାଏକ, କାର୍ଯ୍ୟନିର୍ବାହୀ ଅଧିକାରୀ, ବିଶମ୍ବର ମିଶ୍ର ଓ ସମସ୍ତ ପରିଷଦ ସମେତ ସହରବାସୀ ଉପସ୍ଥିତ ରହି ଥିଲେ।ସହରର ଏହି ଶିଶୁ ଉଦ୍ୟାନ ଦ୍ୱାରା ସହରର ଛୋଟ ଛୁଆ ସମେତ ସହରବାସି ବିଶେଷ ଭାବେ ଅମୋଦର ମଜା ଉଠାଇ ପାରିବେ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଉଦ୍ୟାନକୁ ସ୍ୱତନ୍ତ୍ର ଭାବେ ତଦାରଖ କରି ପୌର କନିଷ୍ଠ ଯନ୍ତ୍ରୀ ଅରୁଣ ବେହେରା ଦାୟିତ୍ୱ ତୁଲାଇ ଛନ୍ତି।ବିଶେଷ ଭାବେ ଆଇ ଲଭ ଜୁନାଗଡ଼ ସେଲ୍ଫି ପଏଣ୍ଟ ଏବଂ ଜଳ ପୁହାରା ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଛି।ଜୁନାଗଡ଼ ସହରରେ ବିଭିନ୍ନ ସ୍ଥାନରେ ପୁବ୍ଲିକ ପାର୍କ, ଜିମ,କ୍ରୀଡାଙ୍ଗନ କାର୍ଯ୍ୟ ନିର୍ମାଣାଧୀନ ଅଛି, ଏଣୁଏହିସବୁ ପ୍ରକଳ୍ପ ସହରର ବିକାଶର ଏକ ମାଇଲଖୁଣ୍ଟ। ଆଗାମୀ ଦିନରେ ସହରକୁ ଏକ ସ୍ମାର୍ଟ ସହର ଭାବେ ବିକଶିତ କରାଯିବ ବୋଲି ବିଧାୟକ ,ଜିଲ୍ଲାପାଳ ଓ ନଗରପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି କାର୍ଯ୍ୟକ୍ରମରେ, ପୌର କନିଷ୍ଠ ଯନ୍ତ୍ରୀ ଅରୁଣ ବେହେରା, ନାରାୟଣ ମହାରଣା,କନ୍ଦର୍ପ ଗୁରୁ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବାହାଘର ଭୋଜିଖାଇ ଫେରିବା ବେଳେ ଅପହରଣ ସୁଚନା

Sunil Chandra Nayak

ଜଂଗଲୀ ହାତୀ ଠାରୁ ଫସଲ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ଙ୍କୁ ଅଭିଯୋଗ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ବର୍ଷା ଜନିତ କ୍ଷୟକ୍ଷତି ଓ ବର୍ଷାର ପରିମାଣ ଆକଳନ

Sunil Chandra Nayak

Leave a Comment

error: Content is protected !!