ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳ ବୈଶାଖୀ ପ୍ରଭାବ:ଗଛ ପଡ଼ି ସ୍ବାମୀ ସ୍ତ୍ରୀ ଉଭୟେ ଗୁରୁତର

ଢ଼େଙ୍କାନାଳ: ଗତ କାଲି ସନ୍ଧ୍ୟା ଚାରିଟା ବେଳେ କାଳ ବୈଶାଖୀ ର ତାଣ୍ଡବ ଲୀଳା ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ଘଟିଥିବା ବେଳେ ଭୁବନ ଅନ୍ତର୍ଗତ ମାର୍ଥାପୁର ଗ୍ରାମ ଶବର ସାହି ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ ଗାଆଁ ମୁଣ୍ଡ ବହୁ ପୁରୁଣା ବର ଗଛ ତଳେ ବାସ କରୁଥିବା ଗୋବର୍ଦ୍ଧନ ପ୍ରଧାନ ଓ ତାଂକ ସ୍ତ୍ରୀ ଶାନ୍ତି ପ୍ରଧାନ ଙ୍କ ଘର ଉପରେ ଗଛ ଟି ପଡ଼ି ଯାଇ ଥିଲା, ଫଳ ରେ ଶାନ୍ତି ପ୍ରଧାନ ଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି । ଅବସ୍ଥା ଗୁରୁତର ହେବାରୁ ଢ଼େଙ୍କାନାଳ ମୁଖ୍ୟ ଡାକ୍ତରଖାନା କୁ ପଠାଇ ଦିଆ ଯାଇଛି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘ , ଢେଙ୍କାନାଳ ଶାଖା ତରଫରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ସରକାରୀ ଇଞ୍ଜିନିୟର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Leave a Comment

error: Content is protected !!