ମହାପ୍ରସାଦ
ଚାଲଯିବା ମନମହା —
ପ୍ରସାଦ ପାଇଁ
ମହାପ୍ରସାଦ ପାଇଲେ
ଦୁଃଖ ରହିବ ନାହିଁ (ଘୋଷା )
କ୍ଷୀର ସାଗର କୂଳେ
ଆହା ଆନନ୍ଦ ଭୋଳେ
ଅଛନ୍ତି ଦେଉଳେ ପ୍ରଭୂ
ଜଗତ ସାଇଁ
ଭାଇଭଉଣୀ ସଙ୍ଗେ
ଅଛନ୍ତି ନାନା ରଙ୍ଗେ
ଷାଠିଏ ପଉଟି ଭୋଗ
ଆନନ୍ଦେ ଖାଇ
ମହାପ୍ରସାଦ ଖାଇଲେ
ଦୁଃଖ ରହିବ ନାହିଁ |1|
କି ସୁନ୍ଦର କାଳିଆ
କିସୁନ୍ଦର ବଳିଆ
ମଝିରେ ସୁନ୍ଦର ଦିବ୍ୟ
ସୁଧାଂଶୁ ମୁହିଁ
ଲକ୍ଷେ ସୁମନେ ବସି
ଭୋଗ ଭୁଞ୍ଜନ୍ତି ହସି
ଭକତ ଜନଙ୍କୁ ସ୍ନେହେ
ହାତ ବଢାଇ
ମହାପ୍ରସାଦ ଖାଇଲେ
ଦୁଃଖ ରହିବ ନାହଁ |2|
ବଡ ଦେଉଳେ ହରି
ଭକ୍ତେ ଡାକନ୍ତି ବରି
ସ୍ନେହରେ ସ୍ନେହରେ ତାଙ୍କୁ
ଦିଅନ୍ତି ଗାଳି
ଜଗାଙ୍କ ପରି ପ୍ରଭୁ
ନାହାନ୍ତି ଏ ସଂସାରେ
ଗଳାରେ ପିନ୍ଧନ୍ତି ପରା
ଦୟଣା ମାଳି
ମହାପ୍ରସାଦ ଖାଇଲେ
ଦୁଃଖ ରହିବ ନାହିଁ |3|
ମହାପ୍ରସାଦ ଅଛି
ଭୁଞ୍ଜନ୍ତି ନନ୍ଦ ବଛି
ଭୁଞ୍ଜିବା ଲୋକତ ସ୍ୱର୍ଗ
ପୁର ଯାଉଛି
ଭୁଞ୍ଜୁଥିବା ଲୋକର
ସପ୍ତ ବଂଶ ତରୁଛି
ଭାବବିନୋଦିଆ ପ୍ରଭୂ
ମୁର୍କୀ ହସୁଛି
ହାତଗୋଡ଼ ନାହିଁ ଭକ୍ତେ
ଆଣେ ଉଦ୍ଧାରି |4|
ମହାପ୍ରସାଦ ସୁଧା
ଝରି ଆସେ ବସୁଧା
ଭକ୍ତେ ପିଉଛନ୍ତି ଯଥା
ପିଇଥାନ୍ତି ଚକୋରୀ
ମହାପ୍ରସାଦ ଭକ୍ତେ
ଭୁଞ୍ଜନ୍ତି ଅନୁରକ୍ତେ
ନପାରନ୍ତି କେହିପ୍ରସା –
ଦକୁ ଆବୋରି
ମହାପ୍ରସାଦକୁ ସର୍ବେ
ଭୁଞ୍ଜିବ ହାତମାରି |5|
ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା
ହରିଚନ୍ଦନ ପୁର କେନ୍ଦୁଝର