ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଆମ୍ବୁଲାନ୍ସ ସେବା ଲୋକାର୍ପିତ

ଧର୍ମଗଡ/ବେହେରା:୦୧/୦୭/୨୨ ଧର୍ମଗଡ ବ୍ଲକ ବେହେରା ଗ୍ରାମ ସ୍ଥିତ ଦନ୍ତେଶ୍ବରୀ ମନ୍ଦିର ପରିସରରେ ‘ଦଣ୍ଡପାଟ ଯୁବ ସେବା ସଂଗଠନ’ ଓ ‘ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ’ ର ମିଳିତ ଆନୁକୂଲ୍ୟରେ ଏକ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇଯାଇଛି। ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଆୟୋଜିତ ଆମ୍ବୁଲାନ୍ସ ସେବାର ଲୋକାର୍ପଣ ଉତ୍ସବରେ ଅତିଥି ଭାବରେ ବେହେରା ଗ୍ରାମର ବରିଷ୍ଠ ନାଗରିକ ଶୁକ୍ରୁ ପଟେଲ, ସୁକଚନ ବିଶି, ତପୁ ନାଏକ, ସନଧର ପୁଝାରୀ, ବୈରାଗୀ ଗୋପାଳ, ସୋମନାଥ ବିଶି, ଲଲିତ ମୋହନ ରଣା, ଭକ୍ତ ଚରଣ ଭୋଇ, ଯକ୍ତାନନ ସାହୁ, ନିତ୍ୟାନନ୍ଦ ନାଏକ, ତୁଲସୀରାମ ବାରିକ, ଦୟାନିଧି ବାଣୁଆ ପ୍ରମୁଖ ଯୋଗ ଦେଇ ଯୁବ ସମାଜର ଏହି ଜନ କଲ୍ୟାଣକାରୀ ପ୍ରୟାସକୁ ପ୍ରଶଂସା କରିଥିଲେ। ସଂଗଠନ ସଦସ୍ଯମାନେ ଅତିଥିମାନଙ୍କ ପାଦ ଧୋଇ, ଫୁଲ ଚନ୍ଦନ, ଉପଢୌକନ ପ୍ରଦାନ କରି ସ୍ବାଗତ ଜଣାଇଥିଲେ। ଅତିଥି ମାନେ ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସ ର ଶୁଭାରମ୍ଭ କରିଥିଲେ ।

ପୂର୍ବରୁ ଅନେକ ସମୟରେ ବେହେରା ଅଞ୍ଚଳର ଜନସାଧାରଣ ଆମ୍ବୁଲାନ୍ସ ପାଇଁ ହଇରାଣ ହରକତ ହେବାକୁ ପଡୁଥିଲା । ସମୟ ସମୟରେ ସରକାରୀ ଆମ୍ବୁଲାନ୍ସ ମିଳୁନଥିବା କିମ୍ବା ପହଞ୍ଚିବାରେ ଡେରି ହେଉଥିବାରୁ ରୋଗୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଏକ ଆମ୍ବୁଲାନ୍ସ ଚଳାଇବାର ଯୋଜନା କରା ଯାଇଥିଲା । ଯାହା ଆଜି ପବିତ୍ର ରଥଯାତ୍ରା ଦିନ ସାକର ରୂପ ନେଇଛି।

     ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଜନସାଧାରଣ ଅଳ୍ପ ତେଲ ଖର୍ଚ୍ଚ ଦେଇ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ନେଇ ପାରିବେ। ଅଞ୍ଚଳର ୨୦ ରୁ ୩୦ କିମି ପରିସର ମଧ୍ଯ ଏହି ସେବା ଯୋଗାଇ ଦିଆଯିବ। ଲୋକାର୍ପଣ ଉତ୍ସବରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ସମ୍ପାଦକ ଅବିନାଶ ମୁଣ୍ଡ, ସ୍ବୟମ ପଣ୍ଡା, ଅନିଶ ପଣ୍ଡା, ଦଣ୍ଡପାଟ ଯୁବ ସେବା ସଂଗଠନ ସଭାପତି ଭବେଶ ଗଇଁତା, ତରେଶ ବିଶି, ଭୁଜବଲ ନାଏକ, ସୁଶିଲ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ, ରିଙ୍କୁ ବିଶି, ରୁପେଶ ନାଏକ, ସୁଚିତ୍ରା ଗୋପାଳ, ଟିକେଶ୍ବର ଭୋଇ, ତ୍ରିଲୋକ ସିଂ, ଇଶ୍ବର ବାଣୁଆ, କ୍ଷୀରସିନ୍ଧୁ ବାଣୁଆ, କ୍ଷୀରସିନ୍ଧୁ ବାଗ, ହେମାଲ ବିଶି, ରଙ୍ଗାଧର ନାଗ ପ୍ରମୂଖ ଉପସ୍ଥିତ ଥିଲେ। ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିବାରୁ ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନଙ୍କ କାର୍ଯ୍ୟ କୁ ପ୍ରଶଂସା କରାଯାଇଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ଓଡ଼ିଶାରେ ୩ଟି ନୂଆ ଇଏସ୍‌ଆଇ ହସ୍ପିଟାଲ ଓ ୧୨ଟି ଡିସ୍‌ପେନ୍ସରି ଖୋଲିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Sunil Chandra Nayak

ଜାତୀୟ ପତାକାକୁ ଅସମ୍ମାନ….

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ନିଜେ ଭଲ ତ, ଦୁନିଆଁ ଭଲ 

Leave a Comment

error: Content is protected !!