ଟିକେ ଖରା ଟିକେ ଛାଇ
ଏଇ ଦିନ ଆଉ ତମାମ ରାତିର
ବିବରଣୀ ଭିତରେ
ମୁଁ ମୋର ଚରିତ୍ର , ନାୟକ ,ନାୟିକା
ମାନଙ୍କର ଅଭିନୟରେ
ଗଢି ଉଠିଥିବା କେଉଁ ଏକ ପରିଚୟ
ଯେଉଁଠି ସମ୍ପର୍କର କଣିକା ମାନଙ୍କୁ ନେଇ
ସାମ୍ନା କରିବାକୁ ହୁଏ
ଅନେକ ସ୍ଥିତି , ପରିସ୍ଥିତି
ବଖାଣିବାକୁ ହୁଏ ଅନେକ ଅନୁଭବ , ଅନୁଭୂତି
ଲେଖିବାକୁ ହୁଏ ନୀତି ,ନିୟମର
ଗୋଟି ଗୋଟି କବିତା
ପଢିବାକୁ ହୁଏ ରେବତୀର ଗପ
ଛଅ ମାଣ ଆଠ ଗୁଣ୍ଠର କାହାଣୀ ପରି
ଗୋଟି ଗୋଟି ଚିତ୍ର ଆଳାପ …..ll
ଏଇ ସେହି
ହସ ,କାନ୍ଦ ,ସୁଖ ,ଦୁଃଖ ର
ବିପ୍ଳବ ଭିତରେ
ଟିକେ ଖରା ଟିକେ ଛାଇର ଦୃଶ୍ୟ
ଦୃଶ୍ୟ ପୁଣି
ହଜିବା , ପାଇବା ର ପ୍ରକୃତି
ଯାହା ପୁଣି କେଉଁ ଏକ
ଆଶା ,ଅଭିପ୍ସାର ମାନସିକତାରେ
ନୂଆ ଏକ ଅନୁସିଦ୍ଧାନ୍ତ ……ll
ନବ କୁମାର ଦାସ
ସୁରଡ଼ିହା , ବାଲିଆପାଳ , ବାଲେଶ୍ୱର