ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ କୁମାର ଦାସ ଙ୍କ କବିତା ଟିକେ ଖରା ଟିକେ ଛାଇ

ଟିକେ ଖରା ଟିକେ ଛାଇ

 

ଏଇ ଦିନ ଆଉ ତମାମ ରାତିର 

ବିବରଣୀ ଭିତରେ 

ମୁଁ ମୋର ଚରିତ୍ର , ନାୟକ ,ନାୟିକା 

ମାନଙ୍କର ଅଭିନୟରେ 

ଗଢି ଉଠିଥିବା କେଉଁ ଏକ ପରିଚୟ 

ଯେଉଁଠି ସମ୍ପର୍କର କଣିକା ମାନଙ୍କୁ ନେଇ 

ସାମ୍ନା କରିବାକୁ ହୁଏ 

ଅନେକ ସ୍ଥିତି , ପରିସ୍ଥିତି 

ବଖାଣିବାକୁ ହୁଏ ଅନେକ ଅନୁଭବ , ଅନୁଭୂତି 

ଲେଖିବାକୁ ହୁଏ ନୀତି ,ନିୟମର 

ଗୋଟି ଗୋଟି କବିତା 

ପଢିବାକୁ ହୁଏ ରେବତୀର ଗପ 

ଛଅ ମାଣ ଆଠ ଗୁଣ୍ଠର କାହାଣୀ ପରି 

ଗୋଟି ଗୋଟି ଚିତ୍ର ଆଳାପ …..ll

 

ଏଇ ସେହି 

ହସ ,କାନ୍ଦ ,ସୁଖ ,ଦୁଃଖ ର 

ବିପ୍ଳବ ଭିତରେ 

ଟିକେ ଖରା ଟିକେ ଛାଇର ଦୃଶ୍ୟ 

ଦୃଶ୍ୟ ପୁଣି 

ହଜିବା , ପାଇବା ର ପ୍ରକୃତି 

ଯାହା ପୁଣି କେଉଁ ଏକ 

ଆଶା ,ଅଭିପ୍ସାର ମାନସିକତାରେ 

ନୂଆ ଏକ ଅନୁସିଦ୍ଧାନ୍ତ ……ll

 

ନବ କୁମାର ଦାସ

ସୁରଡ଼ିହା , ବାଲିଆପାଳ , ବାଲେଶ୍ୱର

 

 

Related posts

ଶ୍ରୀମନ୍ଦିରେ କର୍କଟ ସଂକ୍ରାନ୍ତି ,ଦକ୍ଷିଣାୟନ ବନ୍ଦାପନା

Sunil Chandra Nayak

ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ସହିଦ ରେଣ୍ଡୋ ମାଝୀଙ୍କ ବଳିଦାନ ଦିବସ ପାଳିତ

Sunil Chandra Nayak

ନର୍ଲା ଠାରେ ଆୟୁଷ୍ମାନ ଯୋଜନାରେ ସ୍ଵାସ୍ଥ୍ୟ ମେଳା

Sunil Chandra Nayak

Leave a Comment

error: Content is protected !!