ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରସ୍ବତୀ ବିଦ୍ୟାପୀଠ ସ୍କାଉଟଗାଇଟ ଓ ଜୁନିଅର ରେଡକ୍ରସ ର ଦୀକ୍ଷାନ୍ତ ସମାରୋହ

ରାଉରକେଲା/ କୋଏଲନଗର ସ୍ଥିତ ସରସ୍ବତୀ ବିଦ୍ୟାପୀଠଠାରେ ବିଦ୍ୟାଳୟ ସ୍ତରୀୟ ଭାରତ ସ୍କାଉଟ୍ ଗାଇଡ୍ ଓ ଜୁନିଅର ରେଡକ୍ରସ ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ରାଉରକେଲା ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ, ସଂପାଦକ ସନ୍ତୋଷ କୁମାର ନାୟକ,ଜୁନିଅର ରେଡକ୍ରସ ର ଜିଲ୍ଲା ଟ୍ରେନର ବିଭିଷଣ ବାରିକ,ରମାକାନ୍ତ ମଲ୍ଲିକ,ହରମୋହନ ମିଶ୍ର ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶିଶିର କୁମାର ପାଣି ମଂଚ ସଂଯୋଜନା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ସ୍କାଉଟ୍ ଆଣ୍ଡ ଗାଇଡ୍ ଓ ରେଡକ୍ରସ ର କାର୍ଯ୍ୟକ୍ରମ ତଥା ସାମାଜିକ ପ୍ରତିବଦ୍ଧତା ସଂପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଟ୍ରେନର ସୁଶାନ୍ତ କୁମାର ବିଶ୍ବାଳ, ପିଟର ଏକ୍କା,ମେରୀ ସାହୁ,ସୁପ୍ରଭା ସାମଲ, ସ୍କାଉଟ୍ ମାଷ୍ଟର ନିରଞ୍ଜନ ମଲ୍ଲିକ,ଜେଆରସି କାଉନସିଲର ବିଜୟ କୁମାର ମହାପାତ୍ର, ବିଦ୍ୟାଳୟର ଜେଆରସି କାଉନସିଲର ଅନପୂର୍ଣା ନାୟକ,ମୀନତି ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶକ୍ତିନଗର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ମହାପାତ୍ର, ସିଆରସିସି ଶିପ୍ରା ସାହୁ ,ଅରୁଣ କୁମାର ସ୍ବାଇଁ, ଅଙ୍କିତା ନାୟକ,ଶୁକଦେବ କୁଅଁର, ଉମାକାନ୍ତ ରାଉତରାୟ,ମନୋଜ ଦାସ, ଧରିତ୍ରୀ ଦାସ,ସୁକାନ୍ତ ମହାପାତ୍ର,ଇଂ ଅଙ୍କିତ ଦାସ, ଇଂ ଅଶୋକ ଦେ,ଇଂ ରବି ତ୍ରିପାଠୀ, ବିଦ୍ୟାଳୟର ଶିକ୍ଷକ ମଦନମୋହନ ଆରୁଖ,ବିନିତା ସେଜପଡା, ସବିତା ପୂଜାରୀ,ସ୍ବପ୍ନା ମହାନ୍ତି,ଅନିମା ବିଶ୍ବାଳ,ପୂର୍ଣ୍ଣଚନ୍ଦ୍ର ମାହାତୋ,ସତ କୁଅଁର ମାହାତୋ,ମୀନତି କିଶାନ, ବିଦ୍ୟାଳୟର ଛାତ୍ରୀ ଗୁନଗୁନ ମହାପାତ୍ର, ବର୍ଷା ସାହୁ, ଲକ୍ଷ୍ମୀ ସାହୁ,ଲକ୍ଷ୍ମୀ ବେହେରା,ରିୟା ମାହାତୋ,ଋପଶ୍ରୀ ବାରିକ,ପଲ୍ଲବୀ ତାଣ୍ଡି,ନିକିତା ଏକ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇଘର – ଉମରକୋଟ, ରାଇଘର – କୁନ୍ଦେଇ ରାସ୍ତା ଶୋଚନୀୟ 

Sunil Chandra Nayak

ନବୀନ ନିବାସ ରେ 5T ସଚିବ ଙ୍କୁ ଭେଟିଲେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

ଶରଣ ଶ୍ରୀକ୍ଷେତ୍ରରୁ ଆଜି ଚିଣ୍ଟୁ ବାବାଙ୍କ ପୁରୀ ଗସ୍ତ

Sunil Chandra Nayak

Leave a Comment

error: Content is protected !!