ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଏଏସ ଚନ୍ଦନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାପଡାହାଣ୍ଡି,12/10, ମନିସ — ଚଳିତ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚନ୍ଦନ କୁମାର ନାୟକଙ୍କୁ ବୁଧବାର ପାପଡାହାଣ୍ଡି ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଭୁବନେଶ୍ୱର ରୁ ସେ ଫେରିବା ପରେ ସ୍ଥାନୀୟ ବସଷ୍ଟାଣ୍ଡ ଛକରେ ଗ୍ରାମବାସୀ ମାନେ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ଏକ ବିରାଟ ଶୋଭାଯାତ୍ରାରେ ବାଦ୍ୟ ନୃତ୍ୟର ତାଳେ ତାଳେ ତାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା | ପ୍ରକାଶ ଥାଉ କି ଓସିଏସ ପରୀକ୍ଷା ରେ 149 ରେଙ୍କରେ ଉତୀର୍ଣ୍ଣ ହୋଇଥିଲେ | ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ସେ ଭୁବନେଶ୍ୱର ଯାଇ ଗତ ଦୁଇ ବର୍ଷ ଧରି ଓଏଏସ ଲାଗି ପ୍ରସ୍ତୁତ ହେଉଥିଲେ | 2019ରେ ପ୍ରିଲିମିନାରୀ ପରୀକ୍ଷାରେ ବିଫଳ ହୋଇବି ମନବଳ ଭାଙ୍ଗିନଥିଲେ | ମନରେ ଦୃଢ଼ ଇଛା ଶକ୍ତି ରଖି ଓସିଏସ ପରୀକ୍ଷା ରେ ସଫଳ ହୋଇ ନବରଙ୍ଗପୁର ଜିଲ୍ଲା ସହ ପାପଡାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଥିଲେ | ତାଙ୍କ ବାପା ଜଗନ୍ନାଥ ନାୟକ ବଡ଼କୁମୁଲି ପ୍ରାଣୀ ଚିକିତ୍ସାଲୟରେ ଏଲଆଇ ଭାବେ କାର୍ଯ୍ୟରତ ଅଛନ୍ତି | ଗ୍ରାମବାସୀ ଫେରିବା ପରେ ଚନ୍ଦନକୁ ପ୍ରସଂଶା କରିବା ସହ ଆଶ୍ରି୍ବାଦ ପ୍ରଦାନ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଚାରବାହାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ମାଁ ମାଣ ପୁରିଆଣୀ ବିକାଶ ମଞ୍ଚ ବିଧାୟକଙ୍କୁ ଭେଟିଲେ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ପୁରୀ ପରିକ୍ରମା ପ୍ରକଳ୍ପ ଉପରେ ରହିତାଦେଶ ଲାଗୁ କରିବାକୁ ଯେଉଁ ଆବେଦନ ହୋଇଥିଲା ତାହାକୁ ରଦ୍ଦ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ

Leave a Comment

error: Content is protected !!