ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଏଏସ ଚନ୍ଦନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାପଡାହାଣ୍ଡି,12/10, ମନିସ — ଚଳିତ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଚନ୍ଦନ କୁମାର ନାୟକଙ୍କୁ ବୁଧବାର ପାପଡାହାଣ୍ଡି ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଭୁବନେଶ୍ୱର ରୁ ସେ ଫେରିବା ପରେ ସ୍ଥାନୀୟ ବସଷ୍ଟାଣ୍ଡ ଛକରେ ଗ୍ରାମବାସୀ ମାନେ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ଏକ ବିରାଟ ଶୋଭାଯାତ୍ରାରେ ବାଦ୍ୟ ନୃତ୍ୟର ତାଳେ ତାଳେ ତାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା | ପ୍ରକାଶ ଥାଉ କି ଓସିଏସ ପରୀକ୍ଷା ରେ 149 ରେଙ୍କରେ ଉତୀର୍ଣ୍ଣ ହୋଇଥିଲେ | ବାପାଙ୍କ ସ୍ବପ୍ନ ପୂରଣ କରିବାକୁ ସେ ଭୁବନେଶ୍ୱର ଯାଇ ଗତ ଦୁଇ ବର୍ଷ ଧରି ଓଏଏସ ଲାଗି ପ୍ରସ୍ତୁତ ହେଉଥିଲେ | 2019ରେ ପ୍ରିଲିମିନାରୀ ପରୀକ୍ଷାରେ ବିଫଳ ହୋଇବି ମନବଳ ଭାଙ୍ଗିନଥିଲେ | ମନରେ ଦୃଢ଼ ଇଛା ଶକ୍ତି ରଖି ଓସିଏସ ପରୀକ୍ଷା ରେ ସଫଳ ହୋଇ ନବରଙ୍ଗପୁର ଜିଲ୍ଲା ସହ ପାପଡାହାଣ୍ଡି ବ୍ଲକ ପାଇଁ ଗୌରବ ଆଣିଥିଲେ | ତାଙ୍କ ବାପା ଜଗନ୍ନାଥ ନାୟକ ବଡ଼କୁମୁଲି ପ୍ରାଣୀ ଚିକିତ୍ସାଲୟରେ ଏଲଆଇ ଭାବେ କାର୍ଯ୍ୟରତ ଅଛନ୍ତି | ଗ୍ରାମବାସୀ ଫେରିବା ପରେ ଚନ୍ଦନକୁ ପ୍ରସଂଶା କରିବା ସହ ଆଶ୍ରି୍ବାଦ ପ୍ରଦାନ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଓଡ଼ିଶାରେ କୁମାର ପୂର୍ଣିମା 

Sunil Chandra Nayak

ଆଜି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ର ଭସାଣି ଉତ୍ସବ 

Sunil Chandra Nayak

ରେଣୁ ମାଝୀଙ୍କ ନ୍ଯାର୍ଯ୍ଯ ଦାବି –  ଆଜି  ୧୯ ଦିନ ରେ ପହଞ୍ଚିଲା ଆମ ଆଦମୀ ପାର୍ଟିର ଗଣଧାରଣା

Sunil Chandra Nayak

Leave a Comment

error: Content is protected !!