ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମପରାୟଣା ମହିଳାଙ୍କ ବିୟୋଗ

ରାଉରକେଲା/ ସହରର ଜଣେ ଧର୍ମ ପରାୟଣା ମହିଳା ସ୍ନେହଲତା ଦାସଙ୍କ ୬୪ବର୍ଷ ବୟସରେ ପରଲୋକ ହୋଇଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଏଣ୍ଡର ଗ୍ରାମର ମୂଳନିବାସୀ ଶ୍ରୀମତୀ ଦାସ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସପିଟାଲ ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ। ଶ୍ରୀମତୀ ଦାସଙ୍କ ପୁଅ ସାରଦାପ୍ରସନ୍ନ ଦାସ, ଝିଅ ପ୍ରଣତୀ ଓ ପ୍ରଗତୀ ସହ ପୁତ୍ରବଧୁ ଓ ନାତିନାତୁଣି ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଖବର ପାଇ ଆଲୋକ ରଂଜନ ଦାସ, ରଶ୍ମି ରଂଜନ ଦାସ, ନାରାୟଣ ଚନ୍ଦ୍ର ମହାନ୍ତି, ସୁନିଲ୍ ଦାସ, ମନିନ୍ଦର ଦାସ ଓ ଅନ୍ୟାନ୍ୟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରିଥିଲେ। ଶ୍ରୀମତୀ ଦାସ ଜଣେ ଧର୍ମପରାୟଣା ସହ ମେଳାପି ବ୍ୟକ୍ତି ଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ ର ଅଡିଓ ରିଲିଜ୍

Sunil Chandra Nayak

ବହୁମୁଖୀ ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ ରୁପାନ୍ତରଣ ଏବଂ ବିଦ୍ୟାଳୟରେ ସୌର-ଶକ୍ତି ବ୍ୟବସ୍ଥା ର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ନାୟିକା ର ନାଁ ବର୍ଷା

Leave a Comment

error: Content is protected !!