ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ହେ ଗାଡ଼ି ଭାଇରେ ନଡ଼ିଆ ନେଇ ଯା

     ମୋ ମାଆକୁ ଦେବୁ ନଡ଼ିଆ

ମୋ ମନ କାମନା ପୂରଣ ହୋଇବ

     ପୂଜା ମୋ ପାଇଁ ବଢିଆ।

ନାଲି କନା ବାନ୍ଧି ଗାଡ଼ି ବାଲା ଦେଲି

   ମୋ ଆଶା ଶୁଭ ନଡ଼ିଆ

ଜାଚି ଦେଲିଭୋଗ ମାଆର ପାଖରେ

    ପ୍ରସାଦ ସୁସ୍ଥ ବଢ଼ିଆ।

ମାଆ ଡାକ ଗୀତ ମୋକାନେ ଶୁଭଇ

    ଶୁଦ୍ଧ ପବିତ୍ର ମୁଁ ହେଲି

ପାପ ଛାଡ଼ି ଦୂର ଅନ୍ତର ହୋଇଲା

    ମା ପଦେ ଶରଣ ଗଲି।

ତାରିଣୀ ମହିମା ଜଗତ ମଙ୍ଗଳ

    ଖୁସି ଦିଅ ବିଶ୍ବବାସୀ

ତୁମରି କରୁଣା ଆଶିଷ ରହିଛି

   ଜନତା ଶୁଭେ ବସି।

ମୋ ମାଆ ତାରିଣୀ ଦୁଃଖକୁ ହାରିଣୀ

    ଶାନ୍ତିର ବାର୍ତ୍ତାରେ ମତ

ସୁଖ ଶାନ୍ତି ରଖ ଜଗତ ମଙ୍ଗଳ

   ମା ବଚନ ହେଉ ସତ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନାଉରିଆ

Sunil Chandra Nayak

ନିର୍ମାଣଧିନ ପୋଲ ଭୁସୁଡିଲା, ପାଞ୍ଚଟି ଗାଁ ରାସ୍ତା ବିଛିନ୍ନ 

Sunil Chandra Nayak

ଆସନ୍ତା ୧୯ରୁ ଆରମ୍ଭ , ଦୁଇ ଦିନିଆ ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ 

Sunil Chandra Nayak

Leave a Comment

error: Content is protected !!