ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ବସତି ମୁହାଁ ହରିଣ, ଖୋଜୁଛି ବନ ବିଭାଗ

କୋକସରା,୨୪ା୪- ଜନ ବସତି ମୁହାଁ ଜଙ୍ଗଲ ଜୀବଜନ୍ତୁ । ଜଙ୍ଗଲ ନଷ୍ଟ ହେବା ଫଳରେ ଖାଦ୍ୟ ଅନ୍ୱେଷଣରେ ଏବେ ବନ୍ୟଜନ୍ତୁ ଜନ ବସତି ମୁହାଁ ହେଉଥିବା ବେଳେ ଆଜି ଏକ ହରିଣ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଂଚାୟତ ପାଣିଗାଁ ନିକଟସ୍ଥ ଚାଷଜମି ରେ ବୁଲୁଥିବା କିଛି ସ୍ଥାନୀୟ ଲୋକ ଦେଖି ବେହେରା ଫରେଷ୍ଟ ସେକ୍ସନ ବନବିଭାଗ କର୍ମଚାରୀ ଙ୍କୁ ଖବର ଦେବାପରେ କର୍ମଚାରୀ ପହଞ୍ଚି ହରିଣକୁ ଖୋଜିବାରେ ଲାଗିଛନ୍ତି । ତେବେ ହରିଣ ର ଗତିବିଧି ନେଇ କୌଣସି ସୂଚନା ମିଳିନାହିଁ । କର୍ମଚାରୀ ମାନେ ଦିନସାରା ଖୋଜାଖୋଜି କରିଥିଲେ ମଧ୍ୟ ହରିଣ ର କୌଣସି ପତ୍ତା ମିଳିନାହିଁ । ବନବିଭାଗ ଫରେଷ୍ଟ ଗାର୍ଡ ସୁଧାଂଶୁ ସାହୁ ଙ୍କ କହିବା ଅନୁସାରେ ହରିଣ ସାହାଜଖୋଲ ଜଙ୍ଗଲ ରୁ ରାସ୍ତା ଭୁଲି ଆସିଥିବ । ହରିଣ ର ଗତିବିଧି ଉପରେ ନଜର ରଖାଯାଇଛି ବୋଳି କହିଛନ୍ତି । ମ ନି ସ 

Related posts

ବେଣୁଧର ସୂତାର ଙ୍କ କବିତା ମାଟିର ମହକ 

Sunil Chandra Nayak

ବାଲେଶ୍ବର – ଉତ୍କଳମଣି ବରିଷ୍ଟ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସହିଷ୍ଣୁ ତ ସର୍ବସାର

Leave a Comment

error: Content is protected !!