ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଦ୍ଦଶ ଅଧ୍ଯାୟର ସାରକଥା-୧୪

ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଦ୍ଦଶ ଅଧ୍ଯାୟର ସାରକଥା-୧୪

     ପ୍ରକୃତି ନିଜେ ସୃଷ୍ଟି କରେ ନାହିଁ । ପରମାତ୍ମାଙ୍କ ସଂକଳ୍ପରେ ପ୍ରକୃତିରେ ସୃଷ୍ଟି କ୍ରିୟା ହୋଇଥାଏ । ସୃଷ୍ଟି କ୍ରିୟାରେ ପ୍ରକୃତି ମାତ ରୂପିଣୀ ଓ ପରମେଶ୍ବର ପିତା ସଦୃଶ ଅଟନ୍ତି । ସତ୍ତ୍ବ,ରଜଃ, ତମଃ-ଏହି ତିନିଗୁଣ ପ୍ରକୃତିରୁ ଜାତ ଏବଂ ଜୀବାତ୍ମାକୁ -ସଂସାରରେ ବାନ୍ଧି ରଖେ । ସତ୍ତ୍ବ ଗୁଣର ଧର୍ମ ପ୍ରକାଶ ବା ଜ୍ଞାନ ।ଏଥିରେ ମନୁଷ୍ୟ ସୁଖ ଭୋଗକରେ । ରଜଃ ଗୁଣର ଧର୍ମ ରାଗାତ୍ମକ । ତାହା ତୃଷ୍ଣା ଓ ଆସକ୍ତି ବଢାଏ ଏବଂ ଜୀବାତ୍ମାକୁ କର୍ମବନ୍ଧନରେ ପକାଏ । ତମଃ ଗୁଣର ଧର୍ମ ଅଜ୍ଞାନ ଓ ମୋହ । ତାହା ନିଦ୍ରା,ଆଳସ୍ଯ ଓ ପ୍ରମାଦ ବଢାଏ । ପ୍ରତ୍ଯେକ ଜୀବଠାରେ ଏହି ତିନୋଟିଯାକ ଗୁଣ ଥାଆନ୍ତି । ମନୁଷ୍ୟ ସତ୍ତ୍ବଗୁଣର ଆଧିକ୍ଯରେ ସାତ୍ତ୍ଵିକ, ରଜଃ ଗୁଣର ଆଧିକ୍ଯରେ ରାଜସିକ ଓ ତମଃ ଗୁଣର ଆଧିକ୍ଯରେ ତାମସିକ ବୋଲି କଥିତ ହୁଅନ୍ତି । ସତ୍ତ୍ବ ଗୁଣର ବୃଦ୍ଧିକାଳରେ ମୃତ୍ୟୁ ହେଲେ ଜୀବାତ୍ମା ସ୍ବର୍ଗାଦି ଉଚ୍ଚସ୍ଥାନ ଲାଭ କରେ । ରଜଃ ଗୁଣର ବୃଦ୍ଧିକାଳରେ ମୃତ୍ୟୁ ହେଲେ ମନୁଷ୍ୟ ଯୋନି ଏବଂ ତମଃ ଗୁଣର ବୃଦ୍ଧିକାଳରେ ମୃତ୍ୟୁ ହେଲେ ପଶୁପକ୍ଷୀ ପ୍ରଭୃତି ନୀଚ ଯୋନି ପ୍ରାପ୍ତ ହୁଏ ।

       ସତ୍ତ୍ବଗୁଣର ବୃଦ୍ଧିରେ ସ୍ବର୍ଗଲାଭ ହୁଏ ସତ ହେଲେ ମୁକ୍ତି ମିଳେ ନାହିଁ । ତ୍ରିଗୁଣାତୀତ ହୋଇପାରିଲେ ଜୀବାତ୍ମା ମୁକ୍ତି ଲାଭ କରେ । ଦେହ ଥିବାଯାଏ ପ୍ରକୃତିର କାର୍ଯ୍ୟ ଚାଲିଥାଏ । ଯେଉଁ ବ୍ଯକ୍ତି ପ୍ରକୃତିର କାର୍ଯ୍ୟରେ ଉଦାସୀନ ହୋଇ ସୁଖଦୁଃଖରେ ସମ, ମାଟି ପଥର ସୁନାରେ ସମଜ୍ଞାନ (ନିର୍ଲୋଭ) , ନିନ୍ଦା ପ୍ରଶଂସାରେ ସମ , ପ୍ରିୟ ଅପ୍ରିୟରେ ସମ , ଶତ୍ରୁମିତ୍ରରେ ସମ ତଥା ମାନ ଅପମାନରେ ସମଚିତ୍ତ ରହନ୍ତି ତାଙ୍କୁ ଗୁଣାତୀତ କୁହାଯାଏ । ଅଚଳା ଭକ୍ତିରେ ପରମେଶ୍ବରଙ୍କର ରଣାପନ୍ନହେଲେ ବ୍ଯକ୍ତି ସହଜରେ ତ୍ରିଗୁଣାତୀତ ହୋଇପାରେ । ବାସୁଦେବ ଶ୍ରୀକୃଷ୍ଣ ନିର୍ଗୁଣ ବ୍ରହ୍ମଙ୍କର , ଅବ୍ଯୟମୋକ୍ଷର ସନାତନ ଧର୍ମର ଓ ସମସ୍ତ ସୁଖର ସାକାର ମୂର୍ତ୍ତି । ତାଙ୍କୁ ଅଚଳା ଭକ୍ତିରେ ପୂଜା ଅର୍ଚ୍ଚନା କଲେ ମନୁଷ୍ୟ ତ୍ରିଗୁଣାତୀତ ହୋଇ ମୁକ୍ତି ଲାଭ କରେ ।

     ଏ ଅଧ୍ଯାୟରେ ସତ୍ତ୍ବ,ରଜଃ, ତମଃ-ଏହି ତିନିଗୁଣ ତଥା ସେମାନଙ୍କର ପାର୍ଥକ୍ୟ ବିଷୟରେ ଆଲୋଚନା କରାଯାଇଥିବାରୁ ଏ ଅଧ୍ଯାୟର ନାମ ଗୁଣ-ତ୍ରୟ-ବାଭାଗ ରଖାଯାଇଅଛି ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟକ

Sunil Chandra Nayak

ଜଗଦୀଶ ଶତପଥୀ ଙ୍କ କବିତା ଶିଖା

Sunil Chandra Nayak

ସାହାଜଖୋଲ ଜଙ୍ଗଲ ମଧ୍ୟସ୍ଥ ଟିର୍ଲିଆମ ଗାଁ ରେ ଝାଡା ବାନ୍ତି, ଆଣ୍ଠୁଏ ପାଣିରେ ନାଲ ପାର ହୋଇ ୩ କିଲୋମିଟର ଚାଲି ପହଞ୍ଚିଲେ ଉପ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!