ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଥ ଆଫ୍ରିକା(ତୁନିଶିଆ)ଦେଶରୁ କ୍ରିଷ୍ଣା ଡିକେଙ୍କୁ ନିମନ୍ତ୍ରଣ

ଭୁବନେଶ୍ବର :- ହିଞ୍ଜିଳିକାଟୁ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ କ୍ରିଷ୍ଣା ଡ଼ିକେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ପାଇଁ ସେ ଅନେକ ଗୌରବ ଆଣିଛନ୍ତି। ପୂର୍ବରୁ ହିଞ୍ଜିଳିକାଟୁରେ ନିର୍ମିତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ଅନନ୍ୟା ଯାହାକି ସ୍ୱଚ୍ଛ ଭାରତ ଉପରେ ଆଧାରିତ ତୁନିଶିଆ ଫିବସ୍ ଫେଷ୍ଟିଭାଲ ରେ ଜୁରି ମାନଙ୍କୁ ପ୍ରଭାବିତ କରିପାରିଛି। ଏହି ଚଳଚ୍ଚିତ୍ର ରେ ମଧୁସୂଦନ ମିଶ୍ର ଏବଂ ସୋନମ୍ ସାହୁ ଅଭିନୟ କରୁଥିବା ବେଳେ କ୍ରିଷ୍ଣା ଡ଼ିକେ ଏହାର ନିର୍ଦ୍ଦେଶକ ଭାର ସମ୍ଭାଳିଛନ୍ତି। ଗଞ୍ଜାମ ଜିଲ୍ଲା ର କ୍ରିଷ୍ଣା ଡିକେ ପ୍ରଥମ ବ୍ୟକ୍ତି ଯିଏକି ତୁନିଶିଆ (ନର୍ଥ ଆଫ୍ରିକା) ଫିଲ୍ମ ଫେଷ୍ଟିଭାଲ ରେ ଯୋଗୋଦେବାକୁ ଯାଉଛନ୍ତି। ଓଡ଼ିଶା ପକ୍ଷରୁ ଚଳଚିତ୍ର ନିର୍ଦ୍ଧେଶକ ଭାବରେ କ୍ରିଷ୍ଣା ଡିକେ ପ୍ରଥମେ ଯାତ୍ରା କରୁଛନ୍ତି କିନ୍ତୁ ରାଜ୍ୟ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି I

ଓଡ଼ିଶା ପାଇଁ ଭାରତ ପାଇଁ ଗର୍ବ ଆଣିଥିବା କ୍ରିଷ୍ଣା ଡିକେଙ୍କ ପାଖରେ ସମ୍ବଳ ଅଳ୍ପ ଥିବାରୁ ରାଜ୍ୟସରକାରଙ୍କ ପକ୍ଷରୁ ସହାୟତା ପରେ ଉପଯୁକ୍ତ ସ୍ଥାନରେ ପହଞ୍ଚିପାରିବେ ବୋଲି ଜଣାଇଛନ୍ତି I ହିଞ୍ଜିଳିକାଟୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ସେ ଏହାକୁ ଗୁରୁତ୍ୱ ଦେବେ ବୋଲି ସେ ଆଶା ରଖିଛନ୍ତି I

ଅମୃତ ନନ୍ଦ ଙ୍କ ରିପୋର୍ଟ

 

Related posts

କୁଲତା ଯୁବ ଶକ୍ତିର ସାଂଗଠନିକ ବୈଠକ

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ଆଜି ଅଟଇ ପବିତ୍ର ଦିନ

Sunil Chandra Nayak

କଳାହାଣ୍ଡି ରେ ଲୋପ ପାଇଯାଇଥିବା କଫି ଚାଷକୁ ପୁନଃ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!