ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ନୂଆଖାଇ ଓ ପାର୍ବଣ ଋତୁରେ ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ା କଡି କରିବା ପାଇଁ ବ୍ୟବସାୟୀ ସଙ୍ଘର ଦାବୀ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଓ ପାର୍ବଣ ଋତୁରେ ଧର୍ମଗଡ ସହରରେ ସମ୍ଭ୍ୟାବ ଭିଡ଼କୁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡି କରିବା ପାଇଁ ଧର୍ମଗଡ ଚେମ୍ବର ଅଫ କମର୍ସ ପକ୍ଷରୁ ଦାବି କରାଯାଇଛି। ଏନେଇ ବ୍ୟବସାୟୀ ସଙ୍ଘର ସଭାପତି ବିଦ୍ୟାଧର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧର୍ମଗତ ଥାନା ଅଧିକାରୀ ଶ୍ରୀମତୀ ଦିପାଞ୍ଜଳି ପ୍ରଧାନ ଙ୍କୁ ଭେଟି ପାଞ୍ଚ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗଣେଶ ପୂଜା ଓ ନୂଆଖାଇ ପାଇଁ ସହରରେ ଏବେ ଗହଳି ଲାଗି ରହିଛି ତେଣୁ ସହରର ମୁଖ୍ୟ ଛକ ମାନଙ୍କ ରେ ପୋଲିସ ପହରା ବ୍ୟବସ୍ଥା ସହ ଟ୍ରାଫିକ ନିୟନ୍ତ୍ରଣ ଓ ଯାନବାହାନ ଚୋରି ଓ ପକେଟ ମାର୍ ଭଳି ଘଟଣାକୁ ରୋକିବା ଭଳି ପଦକ୍ଷେପ ନେବା, ମୁଖ୍ୟ ଛକ ମାନଙ୍କରେ ସିସିଟିଭି ସ୍ଥାପନ କରି ଅସାମାଜିକ କାର୍ଯ୍ୟ କଳାପ ଉପରେ ଦୃଷ୍ଟି ରଖିବା, ସହର ମଧ୍ୟରେ ଅସ୍ଥାୟୀ ଭାବେ ଦୋକାନ କରୁଥିବା ବୁଲା ବେପାରୀ ଙ୍କ ପରିଚୟ ଯାଞ୍ଚ କରି ସେମାନଙ୍କର ତଥ୍ୟ ରଖିବା, ଧର୍ମଗତର ପୁରୁଣା ଥାନା କୋଠାକୁ ଏକ ଟାଉନ ଥାନାରେ ପରିଣତ କରି ସେଠାରେ ଜଣେ ଅଧିକାରୀଙ୍କୁ ରଖି ସହର ଓ ବସ୍ତି ବାସିନ୍ଦା ଙ୍କ ଅଭିଯୋଗ ଗ୍ରହଣ କରିବାର ଦିଗରେ ପଦକ୍ଷେପ ନେବା ଓ ପୋଲିସ ପବ୍ଲିକ ବୈଠକ ନିୟମିତ ଭାବେ ଆୟୋଜନ ପାଇଁ ଉକ୍ତ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି।ଦାବୀପତ୍ର ପ୍ରଦାନ ସମୟରେ ବ୍ୟବସାୟୀ ସଙ୍ଘର ସମ୍ପାଦକ ଅରୁଣ କୁମାର ତାୟଲ, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ, ଶ୍ରବଣ କୁମାର ଅଗ୍ରୱାଲ, ଜଗନ୍ନାଥ ପୃଷ୍ଟି, ବିକାଶ ମେହେର, ବୈଦ୍ୟନାଥ ବେହେରା, ହରେଶ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଝରିଗୁଡ଼ା ଗ୍ରାମରେ ପୋଲିସ ଉପରେ ଆକ୍ରମଣ ଘଟଣା ରେ ସାତ ଜଣଙ୍କୁ ଗିରଫ କଲା ଡାବୁଗାଁ ପୋଲିସ

Sunil Chandra Nayak

କଳାହାଣ୍ଡି   ପୌର ନିର୍ବାଚନ -: ୧୯ ଜଣ ଚେୟାମେନ୍ ଓ ୧୯୦ କାଉନସିଲର ପ୍ରାର୍ଥୀଙ୍କ  ଭାଗ୍ୟ ପରୀକ୍ଷା ହେବ 

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ସରପଞ୍ଚଙ୍କ ସଂଘଠନ ଗଠନ ଓ କର୍ମକର୍ତ୍ତା ଚୟନ

Leave a Comment

error: Content is protected !!