ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ବ୍ଲକ ଘୋଟିଆ ପୀଡିତା ପରିବାର କୁ ଭେଟିଲା ଜିଲ୍ଲା ଏଓଏସସିଏଫ ଟିମ

ଗତ ମଙ୍ଗଳବାର ଦିନ ଘୋଟିଆ ଗ୍ରାମର ଜଣେ ଦଳିତ ଛାତ୍ରୀକୁ କିଛି ଦୁର୍ବୁତ୍ତ ହତ୍ୟା କରିଥିବା ଘଟଣା ରେ ଆଜି ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର ଜିଲ୍ଲା କର୍ମକର୍ତ୍ତା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗ୍ରାମର ପୀଡିତା ପରିବାର କୁ ଭେଟିଥିଲେ. ସଂଗଠନର ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ୍ , ସାଧାରଣ ସମ୍ପାଦକ ଜତିନ୍ଦ୍ର କର , କାର୍ଯ୍ୟକାରି ସଭାପତି ଦିଗାମ୍ବର ଦୁରିଆ, ଗୋଲାମୁଣ୍ଡା ବ୍ଲକ ପ୍ରଭାରି ଓ ସମ୍ପାଦକ ଜୟପ୍ରକାଶ ଜାଲ ,ଉପ ସଭାପତି ବିନ୍ଦୁ ମହାନନ୍ଦ ,ଉପସଭାପତି ସୁର୍ଯ୍ୟ କୁମାର, ସାମାଜିକ ମୁଖ୍ୟ ଧବଳେଶ୍ଵର ନାଗ,ଉପଦେଷ୍ଟା ଗୋବର୍ଦ୍ଧନ ବାଗ, ଉପଦେଷ୍ଟା ବିଶ୍ଵନାଥ କର, ମହିଳା ଉପ ମୁଖ୍ୟ ଧିମତୀ ରମଣି ଦୁରିଆ, କାର୍ଯ୍ୟକାରୀ ସଭାପତି ଏସ୍ ସୁଜାତା, ଜିଲ୍ଲା ଛାତ୍ର ସଂଯୋଜକ ଢଗମାଲିଆ ନାଏକ, ସମେତ ସଂଗଠନ ର ଅନେକ କର୍ମକର୍ତ୍ତା ଘଟଣା ସ୍ଥଳକୁ ଯାଇ ଦଳିତ ଛାତ୍ରୀ ଉପରେ ହୋଇଥିବା ଅମାନୁଷିକ ଭାବେ ଧର୍ଷଣ ଏବଂ ହତ୍ୟା କରିଥିଲେ ବୋଲି ଅଭିଯୋଗ କରିଥିଲେ. ଯଦି ପୋଲିସ ପ୍ରଶାସନ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ମାନଙ୍କୁ ସଙ୍ଗିନ ଦଫା ରେ ଗିରଫ ନ କଳେ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ରାସ୍ତା ରୋକ କରାଯିବା ବୋଲି ଚେତାବନୀ ଦେଇଛନ୍ତି।

ରାମ କୁମାର ସେନାପତିଙ୍କ ସହ ବିଦ୍ୟାଧର ସାହୁଙ୍କ ରିପୋର୍ଟ.…

Related posts

କୁସୁମପୁର ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ , ୨୬୮ ଜଣ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ 

Sunil Chandra Nayak

ପାଣିରେ ପଡି ଯୁବକର ମୃତ୍ୟୁ, ସନ୍ଦେହରେ ପରିବାର

Sunil Chandra Nayak

କର୍ଲାମୁଣ୍ଡା: ବିଇଓଙ୍କ ଅବସର ଗ୍ରହଣ

Leave a Comment

error: Content is protected !!