ଗତ ମଙ୍ଗଳବାର ଦିନ ଘୋଟିଆ ଗ୍ରାମର ଜଣେ ଦଳିତ ଛାତ୍ରୀକୁ କିଛି ଦୁର୍ବୁତ୍ତ ହତ୍ୟା କରିଥିବା ଘଟଣା ରେ ଆଜି ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର ଜିଲ୍ଲା କର୍ମକର୍ତ୍ତା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗ୍ରାମର ପୀଡିତା ପରିବାର କୁ ଭେଟିଥିଲେ. ସଂଗଠନର ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ୍ , ସାଧାରଣ ସମ୍ପାଦକ ଜତିନ୍ଦ୍ର କର , କାର୍ଯ୍ୟକାରି ସଭାପତି ଦିଗାମ୍ବର ଦୁରିଆ, ଗୋଲାମୁଣ୍ଡା ବ୍ଲକ ପ୍ରଭାରି ଓ ସମ୍ପାଦକ ଜୟପ୍ରକାଶ ଜାଲ ,ଉପ ସଭାପତି ବିନ୍ଦୁ ମହାନନ୍ଦ ,ଉପସଭାପତି ସୁର୍ଯ୍ୟ କୁମାର, ସାମାଜିକ ମୁଖ୍ୟ ଧବଳେଶ୍ଵର ନାଗ,ଉପଦେଷ୍ଟା ଗୋବର୍ଦ୍ଧନ ବାଗ, ଉପଦେଷ୍ଟା ବିଶ୍ଵନାଥ କର, ମହିଳା ଉପ ମୁଖ୍ୟ ଧିମତୀ ରମଣି ଦୁରିଆ, କାର୍ଯ୍ୟକାରୀ ସଭାପତି ଏସ୍ ସୁଜାତା, ଜିଲ୍ଲା ଛାତ୍ର ସଂଯୋଜକ ଢଗମାଲିଆ ନାଏକ, ସମେତ ସଂଗଠନ ର ଅନେକ କର୍ମକର୍ତ୍ତା ଘଟଣା ସ୍ଥଳକୁ ଯାଇ ଦଳିତ ଛାତ୍ରୀ ଉପରେ ହୋଇଥିବା ଅମାନୁଷିକ ଭାବେ ଧର୍ଷଣ ଏବଂ ହତ୍ୟା କରିଥିଲେ ବୋଲି ଅଭିଯୋଗ କରିଥିଲେ. ଯଦି ପୋଲିସ ପ୍ରଶାସନ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୋଷୀ ମାନଙ୍କୁ ସଙ୍ଗିନ ଦଫା ରେ ଗିରଫ ନ କଳେ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ରାସ୍ତା ରୋକ କରାଯିବା ବୋଲି ଚେତାବନୀ ଦେଇଛନ୍ତି।
ରାମ କୁମାର ସେନାପତିଙ୍କ ସହ ବିଦ୍ୟାଧର ସାହୁଙ୍କ ରିପୋର୍ଟ.…