ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୃତ ଲୋକଙ୍କ ନାରେ ଉଠା ଯାଉଛି ଟଙ୍କା ଅଧିକାରୀ ଜାଣିନାହାନ୍ତି ? 

ନବରଙ୍ଗପୁର(ମନିସ) ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରା ପଞ୍ଚାୟତ ଠାରେ। ଦିନ କୁ ଦିନ ପରିସ୍ଥିତି ସାଙ୍ଘାତିକ ହେବାରେ ବସିଲାଣି ତଥାପି ପ୍ରଶାସନ ର କୁମ୍ଭକର୍ଣ ନିଦ ଭାଙ୍ଗୁନି। ସୂଚନା ଯୋଗ୍ୟ ଯେ ଡଙ୍ଗରା ପଞ୍ଚାୟତ ରେ ସରକାର ଙ୍କ ଦ୍ଵାରା ସ୍ଵୀକୃତି ଉନ୍ନୟନ ମୂଳକ କାର୍ଯ୍ୟ ରେ ମୃତ ଲୋକଙ୍କ ନା ରେ ଟଙ୍କା ଉଠା ଯାଉଛି। ଏଠି ବିନା କେୱ୍।ଇସି ରେ ଲୋକଙ୍କ ବ୍ୟାଙ୍କ୍ ଖାତା ଖୋଲା ଯାଇ ସେହି ଖାତା ରେ ପଇସା ଉଠା ଯାଉଛି। ସେଭଳି କାର୍ଯ୍ୟରତ ଆଶା ଦିଦି ଙ୍କ ନାମରେ ମଧ୍ୟ ଜବ କାର୍ଡ କରି ତାଙ୍କ ନାମ ମଧ୍ୟ ବିଭିନ୍ନ କାର୍ଜ୍ୟରେ ଦର୍ଶାଉ ଥିବା ଅଭିଯୋଗ ହେଉଛି। ସେହିପରି କମ ବୟସ ନାବାଳକ ଙ୍କ ନାମ ରେ ମଧ୍ୟ ଜବ କାର୍ଡ କରାଯାଇ ଟଙ୍କା ଉଠା ଯାଉଥିବା ଅଭିଯୋଗ ହେଉଛି। ସୂଚନା ଯୋଗ୍ୟ ଯେ ବୈଶାଖୁ ଦିଶାରି ପିତା ହରିବନ୍ଧୁ ଦିଶାରି, ରମାଦେଇ ଦିଶାରି ସ୍ବାମୀ ବୈଶାଖୁ, ସରାଦୁ ଭତରା , କୁସୁମା ଭତରା, ଘିନି ଘିନି ହରିଜନ, ଲକିନାଥ ଗୌଡ଼ ଏଭଳି ଅନେକ ମୃତ ବ୍ୟକ୍ତି ବିଶେଷଙ୍କ ନାମରେ ଜବ କାର୍ଡ କରାଯାଇ ପଞ୍ଚାୟତ ରେ ଚାଲିଥିବା ବିଭିନ୍ନ କାମରେ ଏହି ଜବ କାର୍ଡ ଗୁଡିକ ନିୟୋଜିତ କରାଯାଇ ଡିମାଣ୍ଡ ମାରି ଟଙ୍କା ଉଠା ଯାଉଛି, ସେହିଭଳି ସୁଶିଲ ଗୌଡ଼ ବର୍ତମାନ ନାବାଳକ ରହିଛନ୍ତି, କିନ୍ତୁ ତାଙ୍କ ନା ରେ ମଧ୍ୟ ଜବ କାର୍ଡ କରାଯାଇ ଥିବା ଦେଖିବାକୁ ମିଳିଛି। ସେହିଭଳି ଲକ୍ଷ୍ମୀ ଭତରା ଯେ କି ଆଶା ଦିଦି ଭାବରେ କାର୍ଯ୍ୟରତ, କିନ୍ତୁ ତାଙ୍କ ନାମ ରେ ମଧ୍ୟ ଜବ କାର୍ଡ କରାଯାଇଛି ପୁଣି ବିନା କେ ୱ୍। ଇ ସି ରେ କିଭଳି ଅନ୍ୟ ବ୍ୟାଙ୍କ ରେ ଖାତା ଖୋଲା ଯାଇ ତାଙ୍କ ନାମ ରେ ଟଙ୍କା ଉଠା ଯାଉଛି, ଯାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରୁଛି ଅଞ୍ଚଳ ବାସୀଙ୍କ ମନରେ। କିଏ ଓ କାହା ସାହାଯ୍ୟ ରେ ଏହି ସବୁ ଜାଲିଆତି କାର୍ଜ୍ୟ ପଞ୍ଚାୟତ ଭିତରେ କରୁଛି? ମରିଯାଇଥିବା ବ୍ୟକ୍ତି ଙ୍କ ନାରେ ଡିମାଣ୍ଡ କିଭଳି ମରା ଯାଉଛି ଏଠି ସିଧା ସଳଖ ପଞ୍ଚାୟତ ର ଗ୍ରାମ ରୋଜୋଗାର ସେବକ ଙ୍କ ବଡ ଭୂମିକା ରହିଛି ବୋଲି ଅଞ୍ଚଳ ବାସି ମତ ପ୍ରକାଶ କରୁଛନ୍ତି। ଠୀକାଦାର ଙ୍କ ସହିତ ମିଳିତ ଭାବରେ ଚାଲିଛି ଏଭଳି କାର୍ଜ୍ୟ ଯାହାକୁ ନେଇ ଏବେ ଅଞ୍ଚଳ ବାସି ତୀବ୍ର ନିନ୍ଦା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ଏଭଳି ଘଟଣା ପୂର୍ବ ରୁ ମଧ୍ୟ କୋଷାଗୁମୁଡ଼ା ବ୍ଲକ କୋଷାଗୁମୁଡ଼ା ଗ୍ରାମ ପଞ୍ଚାୟତ ରେ ଦେଖିବାକୁ ମିଳିଥିଲା । ଜିଲ୍ଲା ରେ ଏଭଳି ବାରମ୍ବାର ଦୁର୍ନୀତି ହେଉଥିବା ର ଚିତ୍ର ଗଣମାଧ୍ୟମ ସାହାଯ୍ୟ ରେ ପ୍ରକାଶ ପାଉଛି ,କିନ୍ତୁ କୌଣସି ବ୍ୟକ୍ତି ଙ୍କ ବିରୁଦ୍ଧରେ ଦ୍ରୁଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।ଯାହା କି ଏକ ବଡ ବିଡମ୍ବନା ପାଲଟିଛି ଜିଲ୍ଲାବାସୀ ଙ୍କ ପାଇ। ବର୍ତମାନ ଦେଖିବାକୁ ବାକି ରହିଲା କଣ ପୂର୍ବ ଭଳି ଏବେ ମଧ୍ୟ ପ୍ରଶାସନ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ଏମିତି ହିଁ ଖବର କୁ ଦେଖି ମଧ୍ୟ ଏଡାଇ ଦିଆଯିବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରୂମୁକ୍ ଝୁମା 

Sunil Chandra Nayak

ଷଡ଼ଙ୍ଗୀ ନୋଡାଲ ସ୍କୁଲ୍ ରେ ପୋଷଣ ଦିବସ ପାଳିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆଜି ନୂଆଖାଇ

Sunil Chandra Nayak

Leave a Comment

error: Content is protected !!