ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତ୍ତିଲେ ୪ ପରିବାର ର ଲୋକେ ଭଙ୍ଗା ଝାଟିମାଟି ଘରେ ଦେଖାଜାଉଛି ପୁନେଇଁ ଜହ୍ନ 

 ନବରଙ୍ଗପୁର-(ମନିସ) ମହଲର ଚାରିକାନ୍ଥ ଭିତରେ ରହି ଦିନ କୁ ରାତିର ପରିକଳ୍ପନା କରୁଥିବା ସରକାରୀ ବାବୁମାନେ ବ୍ଲକର ବିଭିନ୍ନ ପଞ୍ଚାୟତ ଗରିବ ମାନଙ୍କ ସହ ଯେପରି ଖେଳ ଖେଳି ଆସୁଛନ୍ତି। ତା’ର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୋଇଲାରୀ ପଞ୍ଚାୟତ ର କେନ୍ଦୁଗୁଡା ଗାଁରେ ଲଗାଣ ବର୍ଷାରେ କେନ୍ଦୁଗୁଡା ଗାଁର ନାରାୟଣ ଗୈାଡ ଓ ଚନ୍ଦ୍ରାବତୀ ବିନ୍ଧାଣି ଙ୍କ ଝାଟିମାଟି ରେ ତିଆରି ଚାଳ ଛପର ଘରଟି ଭାଙ୍ଗି ଯାଇଛି। ଯାହା ଦ୍ଵାରା ପାଞ୍ଚପ୍ରାଣୀ କୁଟୁମ୍ବ ଏବେ ବାର ଦୁଆର ସୁଣ୍ଢି ପିଣ୍ଡା ହେଉଛନ୍ତି। ନାରାୟଣ ଗୈାଡ ଓ ଚନ୍ଦ୍ରାବତୀ ବିନ୍ଧାଣି ଙ୍କ ପରିବାର କହିବାନୁସାରେ ଲଘୁଚାପ ବର୍ଷାର ପ୍ରକୋପରେ ଘରଟି ଭାଙ୍ଗିବା ପରେ ମଧ୍ୟ କୈାଣସି ସରକାରୀ ବାବୁଙ୍କ ଦେଖା ନାହିଁ ସ୍ଥାନୀୟ ରାଜସ୍ୱ ଅଧିକାରୀ ସରକାରଙ୍କୁ କଳୁଷିତ କରିବାର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ସେହି ମହଲରେ ରହୁଥିବା ବାବୁମାନେ ହିଁ ଜାଣନ୍ତି ବୋଲି କୁହନ୍ତି। ନାରାୟଣ ଗୈାଡ, ଜୟମଣୀ ଗୈାଡ, ଅମିତା ଗୈାଡ, ଓ ଚନ୍ଦ୍ରାବତୀ ବିନ୍ଧାଣି , କୃଷ୍ଣ ବିନ୍ଧାଣି ସରକାରୀ ନୀତି ନିୟମକୁ ଅଣଦେଖା କରି ଲଘୁଚାପରେ ବର୍ଷାର ସମ୍ମୁଖୀନ ହୋଇଥିବା ଲୋକକୁ ପ୍ରାଥମିକ ସୁବିଧା ସ୍ବରୁପ ପଲିଥିନ ସହ ଖାଦ୍ୟ ପେୟର ସୁବିଧା କରିବା ଜରୁରୀ କାମ ହୋଇଥିବା ବେଳେ ପଞ୍ଚାୟତ କିମ୍ବା ତହସିଲ ପକ୍ଷରୁ କାହିଁକି ଏଭଳି ହୀନ ମାନସିକତାର ପରିଚୟ ଦେଇ ଚୁପ୍ ହୋଇ ରହିଛନ୍ତି। ତାଙ୍କୁ ନେଇ ଏବେ ସନ୍ଦେହ ବଢ଼ିଛି। ଶୁଣିବାକୁ ମିଳେ କଳାକୁ ଧଳା କରିବାର ଦକ୍ଷିଣ ହାସଲ ଏଭଳି କିଛି ସରକାରୀ ରାଜକୋଷରୁ ବିଭିନ୍ନ ପ୍ରକାର ଅସତ ଉପାୟରେ ଆଶାବାଡି କରି ବାଟ ପଞ୍ଚାୟତ ରାଜସ୍ଵ ବିଭାଗ ପକ୍ଷରୁ ବାରମ୍ବାର ପ୍ରତ୍ୟେକ ପଞ୍ଚାୟତ ରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କ ଜୀବନ ଜୀବିକା କୁ ନେଇ ଯେଉଁ ମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ନାହିଁ ସେହିମାନଙ୍କ ପାଇଁ ମୋ କୁଡିଆ ବିଜୁ ପକାଘର ଅବା ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା ବେଳେ କାହିଁକି କେଉଁ କାରଣରୁ ନାରାୟଣ ଗୈାଡ ଓ ଚନ୍ଦ୍ରାବତୀ ବିନ୍ଧାଣି ୫ କୁଟୁମ୍ବ ଏଥିରୁ ବାଦ୍ ପଡ଼ିଛନ୍ତି।ଦେଖିବାକୁ ବାକି ରହିଲାକେବେ ମିଳୁଛି ସରକାରୀ ପକ୍କା ଘର।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

 

Related posts

କବିତା

Sunil Chandra Nayak

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ ଗଳ୍ପ କହିବା କରିବା ଭିତରେ ବହୁତ ଫରକ

Sunil Chandra Nayak

ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସଭାପତି ପ୍ରକାଶ ବିଶ୍ୱାଳ

Sunil Chandra Nayak

Leave a Comment

error: Content is protected !!